Posted inଖେଳ

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ ଅଭ୍ୟାସ ଏକ ମଜାଳିଆ ବୋଲିଂ ଅଧିବେଶନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଧିବେଶନରେ କେବଳ ବୋଲର ନୁହଁନ୍ତି ଦଳର ସମସ୍ତ ଖେଳାଳି ଅଂଶଗ୍ରହଣ କରିଥିଲେ। ବିଶେଷ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ସମୟରେ ବହୁତ ଉତ୍ସାହିତ ଥିବା ଦେଖାଯାଇଥିଲା। ଆରସିବି ବୋଲିଂ କୋଚ ଆଡାମ ଗ୍ରିଫିଥ ତାଙ୍କ ଖେଳାଳିଙ୍କ ପାଇଁ ଏକ ମଜାଦାର ଚ୍ୟାଲେଞ୍ଜ୍‌ ଆଣିଥିଲେ। ଏହି ଅଧିବେଶନରେ ସେ ସଠିକ ୟକର୍ର୍‌ ପାଇଁ ବୋଲରମାନଙ୍କୁ ତାଲିମ ଦେବାକୁ ଚାହୁଁଥିଲେ। ପ୍ରତ୍ୟେକ ବୋଲରଙ୍କୁ ୧୦ଟି ବଲ ଦିଆଯାଇଥିଲା ଟାର୍ଗେଟ ସେଟ ଅନୁଯାୟୀ ଗୋଟିଏ, ଦୁଇ ଏବଂ ପାଞ୍ଚ ପଏଣ୍ଟ ଦିଆଯାଇଥିଲା। ଆରସିବି ପକ୍ଷରୁ ଏକ ଭିଡିଓ ଶେୟାର କରି ଲେଖାଯାଇଛି ‘ଆମର ବୋଲିଂ କୋଚ ଆଡାମ ଗ୍ରିଫିଥ ଖେଳାଳିଙ୍କ ୟର୍କର ଉନ୍ନତି ପାଇଁ ଏକ ନୂତନ ଏବଂ ମଜାଦାର ଚ୍ୟାଲେଞ୍ଜ୍‌ ଆଣିଛନ୍ତି। ଏହି ଭିଡିଓରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଧିନାୟକ ବିରାଟ କୋହଲି। ଏହି ଅଧିବେଶନରେ କୋହଲିଙ୍କ ସହ ପୁରା ଟିମ ପିଚ ନିକଟରେ ବସିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ କୋହଲି ଭଲ ପ୍ରଦର୍ଶନ ପାଇଁ ବୋଲରମାନଙ୍କୁ ଉତ୍ସାହିତ କରିଥିଲେ। ବେଳେବେଳେ କୋହଲି ପିଚ୍‌ ଉପରେ ଆସି ଡ୍ୟାନ୍ସ କରିବାକୁ ଲାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri