ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ପ୍ରବଳ ରାଗିଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ୮ ଉଇକେଟ ହରାଇ ୧୪୯ ରନ୍ ସ୍କୋର କରିଥିଲା। ଗ୍ଲେନ ମ୍ୟାକ୍ସୱେଲ ୪୧ ବଲରୁ ୫୯ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ୨୮ ବଲରୁ ୩୩ ରନ ସ୍କୋର କରିଥିବା ବିରାଟ ୧୨.୧ ଓଭରରେ ୨୯ ତମ ବଲକୁ ସାମ୍ନା କରୁଥିବା ବେଳେ ଆଉଟ୍ ହୋଇଯାଇଥିଲେ। ଜେସନ ହୋଲଡରଙ୍କ ବଲରେ ବିଜୟ ଶଙ୍କର ତାଙ୍କ କ୍ୟାଚ୍ ନେଇଥିଲେ। ଅର୍ଦ୍ଧଶତକ ଆଡକୁ ଯାଉଥିବା ବିରାଟ ଆଉଟ୍ ହେବାପରେ ଏତେ ରାଗିଯାଇଥିଲେ ଯେ, ଆଉଟ୍ ହୋଇ ଡ୍ରେସିଂ ରୁମ୍କୁ ଆସି ବ୍ୟାଟ୍ରେ ଖାଲି ଚେୟାରକୁ ପିଟି ଫୋପାଡି ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିରାଟଙ୍କୁ ମ୍ୟାଚ ରେଫରି ତାଗିଦ କରିଛନ୍ତି। କୋହଲି ଆଚରଣ ସଂହିତାର ଲେଭଲ । ଅଫେନ୍ସ ୨.୨କୁ ସ୍ବିକାର କରିଛନ୍ତି। ଆଚରଣ ସଂହିତା ଲେବଲ୍ ୧ର ଉଲ୍ଲଂଘନ ପାଇଁ ମ୍ୟାଚ ରେଫରିଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହୋଇଥାଏ।
Kohli frustrated with himself 😅😅#RCBvsSRH #ViratKohli #IPL #IPL2021 pic.twitter.com/QS1tiKIQLo
— Abhilash Kumar (@AbhilashK95) April 14, 2021