Posted inଖେଳ

କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍‌…

ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍‌ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌ର ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ତାଙ୍କର ବଡ଼ ଭଲଗୁଣ ବିଷୟରେ ଅବଗତ କରାଇଛନ୍ତି। କୋହଲି ଭିନ୍ନ-ଭିନ୍ନ ପରିସ୍ଥିତି ଅନୁଯାୟୀ ନିଜକୁ ଖାପ ଖୁଆଇ ନେଇଥାନ୍ତି। ଫଳରେ ସେ ଭଲ ପ୍ରଦର୍ଶନ କରିଥାନ୍ତି। ବ୍ୟାଟିଂରେ ସଫଳତାକୁ ନେଇ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଗଣାଯାଏ।

ରାଠୋର ଏକ ସାକ୍ଷାତକାରରେ କହିଛନ୍ତି, କୋହଲି ନିଶ୍ଚିତ ଭାବେ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ତାଙ୍କ ରେକର୍ଡ କଥା କୁହେ। କୋହଲି ୨୦୧୬ରେ ୪ ଶତକ ମାରିବା ସହ ପାଖାପାଖି ୪୦ ଛକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୫୦ରୁ ଅଧିକ ଥିଲା। ମୋଟାମୋଟି ଭାବେ ଦେଖିଲେ ସେ ନିଜକୁ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନିଅନ୍ତି। ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିବା ତାଙ୍କର ସ୍ବତନ୍ତ୍ରତା ବୋଲି କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ଭାରତକୁ କ୍ଷମା ମାଗିଲା ଅଷ୍ଟ୍ରେଲିଆ

ସିଡନୀ,୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଦର୍ଶକ ପୁଣି ଥରେ ସୀମା ଅତିକ୍ରମ କରିଛନ୍ତି। ଭାରତୀୟ...

ଦକ୍ଷିଣ ଆଫ୍ରିକା କୋଚ୍‌ ପଦରୁ ଗିବସନ ବିଦା

ଜୋହାନ୍ସବର୍ଗ,୫ା୮- ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍‌ ଓଟିସ ଗିବସନଙ୍କ ସମେତ ପୂରା କୋଚିଂ ଟିମ୍‌ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କୁ ବିଦା କରିଥିବା କ୍ରିକେଟ ଦକ୍ଷିଣ...

ଏହି କ୍ରିକେଟର୍‌ଙ୍କ ପାଦ ଛୁଇଁଲେ ସୁରେଶ ରାଇନା

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ବୁଧବାର କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଭେଟିଥିଲା। ସିଏସ୍‌କେ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତିଥିଲା।...

ପୋଲାର୍ଡଙ୍କ ସହ ସମକକ୍ଷ ହେଲେ ଡି ଭିଲର୍ସ

ଶାରଜା, ୧୩।୧୦: ଏବି ଡି ଭିଲର୍ସ (୭୩ ରନ, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ...

ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍‌, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍‌ର ପୂର୍ବ ବୋଲର ଜାହିର ଖାନ୍‌ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି...

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି।...

କେପିଏଲ ମ୍ୟାଚ୍‌ ଫିକ୍ସି: ବେଙ୍ଗାଲୁରୁ ପୋଲିସକୁ ସହାୟତା କରିବ ଆଇସିସି

ବାଙ୍ଗଲୋର,୦୧।୧୨- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୋଲିସକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସମସ୍ତ...

Ten Cric Info
Advertisement


Archives

Model This Week

Why Dharitri