Posted inଖେଳ

ଅଣ୍ଡା ଖାଇ ଟ୍ରୋଲ୍‌ ହେଲେ ବିରାଟ କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରିଥିଲେ। ତାଙ୍କ ଡାଏଟ ଠାରୁ ଆରମ୍ଭ କରି ଝିଅ ବିଷୟରେ ପ୍ରଶ୍ନ ପଚାରିଥିଲେ। ଜଣେ ପ୍ରଶଂସକ ପଚାରିଥିଲେ ତାଙ୍କର ଡାଏଟ କ’ଣ ଖାଆନ୍ତି? ସେ ଉତ୍ତର ଦେଇଥିଲେ ଯେ, ସେ ବହୁତ ପନିପରିବା, କିଛି ଅଣ୍ଡା, ୨ କପ କଫି, ଡାଲି, କିନୋଆ, ଦୋସା ପସନ୍ଦ କରନ୍ତି, କିନ୍ତୁ ଏସବୁ ସୀମିତ ପରିମାଣରେ ଖାଆନ୍ତି ବୋଲି ସେ କହିଥିଲେ।
ବିରାଟ କୋହଲି ତାଙ୍କ ଖାଦ୍ୟରେ ଅଣ୍ଡା ଖାଇବା କଥା କହି ସେ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ କଲେ। ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍‌ କହିଥିଲେ ଯେ, ସେ ନିଜକୁ ଶାକାହାରୀ ବୋଲି କୁହନ୍ତି, ତେବେ ସେ କିପରି ଅଣ୍ଡା ଖାଉଛନ୍ତି? କୋହଲି ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି, ବିରାଟ କୋହଲି ଟ୍ରୋଲରମାନଙ୍କୁ ଉତ୍ତର ଦେଇଛନ୍ତି। ସେ ଟୁଇଟର୍‌ କରି ଲେଖିଛନ୍ତି, ମୁଁ କେବେବି ଶାକାହାରୀ ବୋଲି ଦାବି କରି ନାହିଁ। ଶାକାହାରୀ ହେବାକୁ ସର୍ବଦା ଚେଷ୍ଟା କରୁଛି। ଏକ ଦୀର୍ଘ ନିଶ୍ୱାସ ନିଅ ଏବଂ ପନିପରିବା ଖାଅ। ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ପ୍ରସ୍ତୁତ ହେଉଛି । ଦଳ ଜୁନ ୨ରେ ଇଂଲଣ୍ଡ ଯାଉଛି। ଏହି ଦଳରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ମିଂହାମ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ବର୍ମିଂହାମ, ୪ା୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୮୪ ରନ୍‌ରେ ସୀମିତ କରି ଭାରତ ଏହାର ସ୍ଥିତିକୁ...

ଫେବୃୟାରୀରେ ଅଲିମ୍ପିକ କ୍ୱାଲିଫାଇଙ୍ଗ ରେସ୍‌ ଓ୍ବାକ୍‌ ଇଭେଣ୍ଟ

ନୂଆଦିଲ୍ଲୀ, ୭।୧(ପି.ଟି.): ଆସନ୍ତା ମାସରୁ ଭାରତର ଆଥଲେଟିକ ସେସନ ଆରମ୍ଭ ହେବା ନିଶ୍ଚତ ହୋଇଛି। ଫେବୃୟାରୀରେ ଜାତୀୟ ଓପନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ ଆରମ୍ଭ ହେବ।...

ଚଳିତବର୍ଷ ୨ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩।୮: ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ଅଗଷ୍ଟ...

ରୋହିତ ଶର୍ମାଙ୍କୁ ର଼୍ୟାଗିଂ କରିଥିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ୍‌ ଦଳର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଭାରତୀୟ ଦଳରେ ପ୍ରଥମେ ଯୋଗ ଦେବାବେଳେ ର଼୍ୟାଗିଂର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ର଼୍ୟାଗିଂ କରିଥିଲେ ଅଲରାଉଣ୍ଡର ଯୁବରାଜ...

ଭାରତୀୟ ଦଳ ପାଇଁ ଖୁସି ଖବର

କେପଟାଉନ,୧୦।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ...

ରାତି ୩.୩୦ରେ କୋଚ୍‌ଙ୍କ ଘରେ ହଠାତ୍‌ ପହଞ୍ଚି ଯାଇଥିଲେ ରିଷଭ ପନ୍ତ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ...

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୫୫ …

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଜିତି...

ଡେନ୍‌ଲିଙ୍କ ସ୍ଥାନରେ ଲିଭିଙ୍ଗଷ୍ଟୋନ୍‌

ସାଇଥାମ୍ପଟନ, ୧ା୮(ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ଡେନ୍‌ଲି ଆୟର୍ଲାଣ୍ଡ ବିପକ୍ଷ ଚଳିତ ଦିନିକିଆ ସିରିଜର ଅବଶିଷ୍ଟ ମ୍ୟାଚ ଗୁଡ଼ିକରୁ ଓହରି ଯାଇଛନ୍ତି। ଟ୍ରେନିଂ ସମୟରେ ସେ ପିଠିରେ...

Advertisement
Archives

Model This Week