ଦୁବାଇରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ, ୨୨।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପର୍ଯ୍ୟାୟକ୍ରମେ ପ୍ରାୟ ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚି ସାରିଲେଣି। ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏହିକ୍ରମରେ ଦୁବାଇରେ ପହଞ୍ଚିଛନ୍ତି। ସାଥୀ ଖେଳାଳିଙ୍କ ସହ କୋହଲି ଦୁବାଇରେ ପହଞ୍ଚିବା ପରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ‘ହେଲୋ ଦୁବାଇ’ ବୋଲି କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି। ଷଷ୍ଠ ଦଳ ଭାବେ ବାଙ୍ଗାଲୋର ଦୁବାଇରେ ଅବତାରଣ କରିଛି। କେବଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ଦୁବାଇରେ ପହଞ୍ଚିବାର ବାକି ରହିଛି। ଖେଳାଳିମାନେ ଗୋଟିଏ ହୋଟେଲରେ ରହୁଥିଲେ ମଧ୍ୟ କରୋନା କଟକଣା ଲାଗି କେବଳ ବାଲ୍‌କୋନିରେ ସାଥୀ ଖେଳାଳିଙ୍କ ସହ କଥାବାର୍ତ୍ତା ହୋଇପାରିବେ ବୋଲି ଜଣାପଡ଼ିଛି। କୋହଲି ବର୍ତ୍ତମାନ ସୁଦ୍ଧା ରୟାଲ ଚାଲେଞ୍ଜର୍ସ ପାଇଁ ୧୭୭ ମ୍ୟାଚ୍‌ ଖେଳିସାରିଛନ୍ତି। ଯେଉଁଥିରେ ସେ ୪ ଶତକ ଓ ୭ ଅର୍ଦ୍ଧଶତକ ସହ ମୋଟ୍‌ ୫,୪୧୨ ରନ୍‌ ସଂଗ୍ରହ କରିଛନ୍ତି। ୨୦୧୬ ସଂସ୍କରଣରେ ସେ ସର୍ବାଧିକ ୯୭୩ ରନ୍‌ କରି ‘ଅରେଞ୍ଜ କ୍ୟାପ୍‌’ର ଅଧିକାରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ଫାଇନାଲ: ଅହମଦାବାଦରେ ବର୍ଷା

ଅହମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। କ୍ରମାଗତ ବର୍ଷା ଲାଗି ରହିବା ଦ୍ୱାରା ଠିକ୍‌ ସମୟରେ ଟସ୍‌ ପଡ଼ି...

୩୫ ବର୍ଷରେ ଧାଓ୍ବନ

ନୂଆଦିଲୀ,୬।୧୨: ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବରାଜ...

ବେଲାରୁଷ ଅଲିମ୍ପିଆନଙ୍କୁ ଭିଜା ମଞ୍ଜୁର କଲା ପୋଲାଣ୍ଡ

ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍‌ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ...

ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଲେ ଧାଓ୍ବନ୍‌: ପ୍ରଥମେ ଦେଶକୁ ସୁଧାର, ତା’ପରେ ଅନ୍ୟକୁ କହିବ

ନୂଆଦିଲ୍ଲୀ,୩୦।୯:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ୍‌ ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ଖେଳାଳିଙ୍କ ଉପରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ନିଜ ଦେଶକୁ...

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ନିର୍ଣ୍ଣାୟକ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଖ୍ରୀଷ୍ଟଚର୍ଚ୍ଚ,୩୦।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ଏହି ମ୍ୟାଚ୍‌...

ବିଶ୍ୱ ଚେସ୍‌ ଦିବସରେ ପ୍ରତ୍ୟୁଷ ଚାମ୍ପିୟନ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଚେସ୍‌ ଦିବସ ଅବସରରେ ସୋମବାର ଆୟୋଜିତ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରତ୍ୟୁଷ ମହାପାତ୍ର ଚାମ୍ପିୟନ ହୋଇଛନ୍ତି। ଏସଆର ଚେସ୍‌ ସେଣ୍ଟର...

ମୁମ୍ବାଇ, ପୁଣେରେ ମହିଳା ଏସିଆନ କପ: ଆୟୋଜନରୁ ବାଦ୍‌ ପଡିଲେ ଭୁବନେଶ୍ୱର, ଅହମଦାବାଦ୍‌

ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଫେବୃୟାରୀ ୬ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଭେନ୍ୟୁରେ ପରବର୍ତ୍ତନ କରାଯାଇଛି।...

ଅକ୍‌ଲାଣ୍ଡରେ ଭାରତୀୟ କ୍ରିକେଟ ଦଳ

ଅକ୍‌ଲାଣ୍ଡ, ୨୨।୧(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ମଙ୍ଗଳବାର ଅକ୍‌ଲାଣ୍ଡରେ ପହଞ୍ଚିଛି। ୬ ସପ୍ତାହର ଏହି ଗସ୍ତରେ ଭାରତ...

Advertisement
Archives

Model This Week