ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍‌ ମିସ୍‌ କରୁଛି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର ଦିନରେ ଇଟାଲୀରେ ବିରାଟା ଓ ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ବାର୍ଷିକୀରେ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ ବାହାଘର ବେଳର ଗୋଟିଏ ରୋମାଣ୍ଟିକ ଅନ୍ଦାଜର ଫଟୋ ଶେୟାର କରିଛନ୍ତି। ଫଟୋ ସହ ରୋମାଣ୍ଟିକ ଅନ୍ଦାଜରେ ସେ ଲେଖିଛନ୍ତି, ୩ ବର୍ଷ ଓ ସାରାଜୀବନ ପାଇଁ ଏକାଠି। ଏଥିସହ ସେ ହାର୍ଟ ଇମୋଜୀ ମଧ୍ୟ ଦେଇଛନ୍ତି। ବିରାଟଙ୍କ ବ୍ୟତୀତ ଅନୁଷ୍କା ମଧ୍ୟ ଏହି ବିଶେଷ ଦିନରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବିରାଟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ବିରାଟ ଏବେ ଅଷ୍ଟ୍ରେଲିଆ ଗସ୍ତରେ ବ୍ୟସ୍ତ ଥିବାରୁ ଆଜିର ଦିନରେ ତାଙ୍କୁ ବହୁତ ମିସ୍‌ କରୁଥିବା କହିଛନ୍ତି। ଅନୁଷ୍କା ଲେଖିଛନ୍ତି- ଆମର ତିନି ବର୍ଷ, ଖୁବ ଶୀଘ୍ର ଆମେ ମଧ୍ୟ ତିନି ହୋଇଯିବା। ତୁମକୁ ମିସ୍‌ କରୁଛି। ବିରାଟ ଏବଂ ଅନୁଷ୍କାଙ୍କ ଏହି ପୋଷ୍ଟକୁ ସମସ୍ତେ ପସନ୍ଦ କରିଛନ୍ତି। କିଛି ମାସ ପୂର୍ବରୁ ବିରୁଷ୍କା ମାତାପିତା ହେବାକୁ ଯାଉଥିବା ଘେଶଷଣା କରିଥିଲେ। ୨୦୧୩ ରେ ପ୍ରଥମ ଥର ପାଇଁ ଉଭୟଙ୍କ ସାକ୍ଷାତ ହୋଇଥିଲେ। ଏକ ବିଜ୍ଞାପନ ସୁଟିଂ ସମୟରେ ବିରାଟ ଏବଂ ଅନୁଷ୍କା ପରସ୍ପରକୁ ଜାଣିଥିଲେ। ଏହା ପରେ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଅନୁଷ୍କା ଶର୍ମାଙ୍କୁ ବିରାଟ ୨୦୧୭, ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ ବିରାଟ।

 

View this post on Instagram

 

A post shared by AnushkaSharma1588 (@anushkasharma)


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri