ଭାଇରାଲ ଭିଡିଓ: ଶିକ୍ଷକଙ୍କୁ ସିଆର୍‌ସିସିଙ୍କ ଆଶାଳୀନ ବ୍ୟବହାର

ବରଗଡ଼ ଅଫିସ୍‌,୧୨।୧।: ବରଗଡ଼ ଜିଲା ବିଜେପୁର ବ୍ଲକ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କେନ୍ଦ୍ର ସାଧନ ସଂଯୋଜକ(ସିଆର୍‌ସିସି) ସ୍ଥାନୀୟ ଶିକ୍ଷକଙ୍କ ପ୍ରତି ଆଶାଳୀନ ବ୍ୟବହାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବ୍ଲକ ଶିକ୍ଷକ ସଂଘ ସମ୍ପୃକ୍ତ ଶିକ୍ଷକଙ୍କ ବ୍ୟବହାରକୁ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କ୍ରମରେ ମଙ୍ଗଳବାର ସଂଘ ପକ୍ଷରୁ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସମ୍ପୃକ୍ତ ସିଆର୍‌ସିସିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ବାର୍ଷିକ ବେତନ ବୃଦ୍ଧି ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଏକ ନୂତନ ଫର୍ମ ଲାଗୁ କରିଥିଲେ। କିନ୍ତୁ ଶିକ୍ଷକମାନେ ପୂର୍ବରୁ ଏହାକୁ ବିରୋଧ କରୁଥିଲେ। ସମ୍ପୃକ୍ତ ସିଆର୍‌ସିସି ଏହାକୁ ନେଇ ଶିକ୍ଷକଙ୍କୁ ହଇରାଣ କରିବା ସହିତ ଆଶାଳୀନ ବ୍ୟବହାର କରିଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଶିକ୍ଷା ବିଭାଗ ଏଥିରେ କିଭଳି ପଦକ୍ଷେପ ନେଉଛି, ତାକୁ ଏବେ ଶିକ୍ଷକମାନେ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୨୪ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ଶନିବାର ପୁଣି ୧୩୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ବିଜେପୁର ଉପନିର୍ବାଚନ ଲାଗି ପ୍ରସ୍ତୁତି ଜୋର୍‌ଦାର : ପୋଲିଂ, ପ୍ରିଜାଇଡିଂ ଅଫିସରଙ୍କୁ ପ୍ରଶିକ୍ଷଣ

ବରଗଡ଼ ଅଫିସ,୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁରୁବାରରୁ...

ଅଢ଼େଇ ବର୍ଷ ପରେ ବି ନିୟମ ମାନିଲେନି ସ୍କୁଲ କର୍ତ୍ତୃପକ୍ଷ

କଟକ ରୋଡ,୯ା୯(ଡି.ଏନ୍‌.ଏ.) : ଜନସାଧାରଣଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗ ଓ କମିଶନରେଟ ପୋଲିସ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛି। ଏ ନେଇ ଦୈନନ୍ଦିନ ନିୟମ...

ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି...

ପନିପରିବା, ଗ୍ରସେରି ଦୋକାନ ଲାଗି ପରିବର୍ତ୍ତିତ ନିୟମ

ଭଦ୍ରକ ଅଫିସ,୨୬ା୩ – ଲକ୍‌ଡାଉନ ପରିପ୍ରେକ୍ଷୀରେ ଭଦ୍ରକ ସହରରେ ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ନିୟମର କେତେକ...

ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ

ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ...

ସ୍ବାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍‌ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ନିୟମ...

କୋଟିଏ ଟଙ୍କାର ରାସ୍ତାରେ ବସୁଛି ହାଟ

ଯାଜପୁର ଅଫିସ/ଯାଜପୁର ରୋଡ୍‌, ୨୧।୯ (ଡି.ଏନ୍‌.ଏ.): କର୍ମବର୍ଦ୍ଧିଷ୍ଣୁ ଯାଜପୁର ସହରର ଟ୍ରାଫିକ ସମ୍ଭାଳିବାକୁ ସହରରେ ନୂତନ ବିକଳ୍ପ ରାସ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ଜିଲା ପ୍ରଶାସନ,...

Advertisement


Archives

Model This Week