ସ୍ବାମୀଙ୍କ ସହ ସମସ୍ତ ଫଟୋ ସୋସିଆଲ୍‌ ମିଡିଆରୁ ହଟାଇଲେ ଏହି ଅଭିନେତ୍ରୀ

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି ସୂଚନା ନାହିଁ। ଏବେ ଏନେଇ ମୁହଁ ଖୋଲିଛନ୍ତି ନୁଶରତ୍‌। ସେ କହିଛନ୍ତି ଯେ, ସେ ଏବଂ ନିଖିଲ ତୁର୍କୀ ନିୟମ ଅନୁଯାୟୀ ବିବାହ କରିଥିଲେ ଏବଂ ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ଆମର ଅଲଗା ହେବା ବହୁ ପୂର୍ବରୁ ଘଟିଥିଲା, କିନ୍ତୁ ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ମୁଁ ଏହା ବିଷୟରେ କଥାବାର୍ତ୍ତା କରି ନ ଥିଲି। ଯେଉଁ ବିବାହ ବିଷୟରେ ଆଲୋଚନା ହେଉଛି ତାହା ବୈଧ ନୁହେଁ ଏବଂ ତେଣୁ ଏହା ଆଇନ ଦୃଷ୍ଟିରେ ଏକ ବିବାହ ନୁହେଁ। ତେଣୁ ଛାଡପତ୍ର ପ୍ରଶ୍ନ କେଉଁଠି ଉଠୁଛି। ଏକଥା ସ୍ପଷ୍ଟ କରିବା ପରେ ନୁଶ୍‌ରତ୍‌ ନିଜ ସମସ୍ତ ସୋସିଆଲ ପ୍ଲାଟଫର୍ମରୁ ସ୍ବାମୀଙ୍କ ସହ ଫଟୋ ହଟାଇ ଦେଇଛନ୍ତି।

ଏକ ବିବୃତ୍ତିରେ ନୁଶରତ କହିଥିଲେ ଯେ ସେ ନିଜେ ତାଙ୍କ ପରିବାରର ଖର୍ଚ୍ଚ କିମ୍ବା ଭଉଣୀର ଶିକ୍ଷା ଖର୍ଚ୍ଚ ପରି ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି ଏବଂ ଏଥିପାଇଁ ସେ କାହାଠାରୁ ଟଙ୍କା ନେଉନାହାଁନ୍ତି। କିଛି ଖବରରେ ଦାବି କରାଯାଇଥିଲା ଯେ ନୁଶରତ ତାଙ୍କ ସ୍ବାମୀ ନିଖିଲଙ୍କଠାରୁ ତାଙ୍କ ଖର୍ଚ୍ଚ ପାଇଁ ଟଙ୍କା ନେଉଛନ୍ତି। ନୁଶରତ ଆହୁରି ଲେଖିଛନ୍ତି, ଯିଏ ନିଜକୁ ଧନୀ ବୋଲି କହୁଛି ଏବଂ ମୁଁ ତାଙ୍କୁ ବ୍ୟବହାର କରିଛି, ସେ ଆମ ଅଲଗା ହେବା ପରେ ରାତି ଅଧରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ସହ ମୋ ପୈତୃକ ଅଳଙ୍କାର ନେଇ ଯାଇଛନ୍ତି। ମୁଁ ଏହି ସୂଚନା ବ୍ୟାଙ୍କକୁ ଦେଇଛି ଏବଂ ଶୀଘ୍ର ପୋଲିସରେ ଅଭିଯୋଗ ଦାଖଲ କରିବି।
ଗତ ୬ ମାସ ହେବ ନୁଶ୍‌ରତ୍‌ ସ୍ବାମୀଙ୍କ ସହ ରହୁନାହାନ୍ତି। ଗତ କିଛି ଦିନ ହେବ ବଙ୍ଗଳା ଅଭିନେତା ତଥା ଭାଜପା ନେତା ୟଶ ଦାସଗୁପ୍ତାଙ୍କ ସହ ନୁଶ୍‌ରତ୍‌ଙ୍କ ସମ୍ପର୍କ ରହିଛି ବୋଲି ଆଲୋଚନା ଚାଲିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷର ନୂଆବର୍ଷ ଉଭୟ ରାଜସ୍ଥାନରେ ଏକାଠି ପାଳନ କରିଥିଲେ। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ନୁଶ୍‌ରତ୍‌ ୧୯ ଜୁନ ୨୦୧୯ରେ ତୁର୍କୀରେ ନିଖିଲଙ୍କୁ ବିବାହ କରିଥିଲେ। ନୁଶ୍‌ରତ୍‌ ଏବଂ ନିଖିଲଙ୍କ ଏହି ବିବାହ ହିନ୍ଦୁ, ଇସଲାମ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri