ହିଂସା ନିନ୍ଦନୀୟ, ପ୍ରତିବାଦ ସ୍ୱାଗତଯୋଗ୍ୟ

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ଏବେ ବିଷମ ସ୍ଥିତି ସୃଷ୍ଟି କରିଛି। ସେନାରେ ୪ ବର୍ଷିଆ ଅସ୍ଥାୟୀ ନିଯୁକ୍ତିକୁ ବିରୋଧ କରାଯାଇ ଦେଶର ବିଭିନ୍ନ ଭାଗରେ ପ୍ରତିବାଦ କରାଯାଉଛି। ଯୁବବର୍ଗ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିବା ବେଳେ ଗାଡ଼ିମୋଟର ଭଙ୍ଗାରୁଜା କରି କେନ୍ଦ୍ର ସରକାରଙ୍କ ବିରୋଧରେ ଧ୍ୱନିମାନ ଦେଉଛନ୍ତି। ୧୯ ଜୁନ୍‌ରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ, କୌଣସି ପ୍ରକାରେ ଏହି ଯୋଜନାକୁ ପ୍ରତ୍ୟାହାର କରାଯିବ ନାହିଁ। ଏହା ପରେ କେତେକ ସଙ୍ଗଠନ ପକ୍ଷରୁ ୨୦ ଜୁନ୍‌ରେ ଭାରତ ବନ୍ଦ କରାଯାଇଥିବା ଖବର ମିଳିଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଭାଜପାର ବରିଷ୍ଠ ନେତା କୈଳାଶ ବିଜୟଭର୍ଗୀୟା ଦେଇଥିବା ମନ୍ତବ୍ୟ ଏବେ ଆଉ ଏକ ଅପ୍ରୀତିକର ବିବାଦ ସୃଷ୍ଟି କରିଛି। ସେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ୧୯ ଜୁନ୍‌ରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଯଦି ସେ ଦଳରେ ସିକ୍ୟୁରିଟି ବା ଚୌକିଦାର ରଖିବାକୁ ଚାହିବେ ତାହା ହେଲେ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବେ। ସ୍ଥିତି ଅଣାୟତ୍ତ ଥିବା ବେଳେ ବିଜୟଭର୍ଗୀୟାଙ୍କ ମନ୍ତବ୍ୟ ଦେଶର ଯୁବବର୍ଗଙ୍କୁ ଅସମ୍ମାନିତ କଲାଭଳି ମନେହେଉଛି। ଅନ୍ୟପକ୍ଷରେ ତାଙ୍କ ମନ୍ତବ୍ୟକୁ ‘ଟୁଲ୍‌କିଟ୍‌ ଗ୍ୟାଙ୍ଗ୍‌’ ବିକୃତ କରିଛନ୍ତି ବୋଲି ସେ ସଫେଇ ଦେଇଛନ୍ତି। ଯେଉଁମାନେ ଅଗ୍ନିବୀର ହେବେ ସେମାନେ ପ୍ରଶିକ୍ଷିତ ଓ କର୍ତ୍ତବ୍ୟ ପ୍ରତି ବଦ୍ଧପରିକର ହୋଇଥିବାରୁ ସେମାନଙ୍କୁ ଯେକୌଣସି କ୍ଷେତ୍ରରେ ନିୟୋଜିତ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ବିଜୟଭର୍ଗୀୟାଙ୍କ ପ୍ରଥମ ବୟାନ ଓ ପରବର୍ତ୍ତୀ ସମୟର ସଫେଇରୁ ହୃଦ୍‌ବୋଧ ହେଉଛି ଯେ, ଭାଜପା ନେତୃବୃନ୍ଦ ଅନେକ କଥା କହିବାକୁ ଆଗଭର ହୋଇ ବାହାରି ପଡ଼ୁଛନ୍ତି। ଭାବୁଛନ୍ତି ଅତ୍ୟଧିକ ମାତ୍ରାର ବୀରତ୍ୱ ଦେଖାଇଲେ ତାଙ୍କର ଅସ୍ତିତ୍ୱ ଦଳରେ ଦୃଢ଼ୀଭୂତ ହେବ। ପରବର୍ତ୍ତୀ ସମୟରେ ଯେତେବେଳେ ସେହି ମନ୍ତବ୍ୟ ଦଳକୁ ଅସୁବିଧାରେ ପକାଉଛି ସେଥିରୁ ଖସିବା ସକାଶେ ଟୁଲ୍‌କିଟ୍‌ ଭଳି ଅନେକ ମନଗଢ଼ା ଶବ୍ଦ ବ୍ୟବହାର କରି ମନ୍ତବ୍ୟ ବଦଳାଇ ଦିଆଯାଉଛି। ବିଜୟଭର୍ଗୀୟାଙ୍କ ମୂଳ କଥା ଥିଲା ଅଗ୍ନିବୀରମାନଙ୍କୁ ଦେଶବ୍ୟାପୀ ଥିବା ଭାଜପା କାର୍ଯ୍ୟାଳୟରେ ଚୌକିଦାର ଭାବେ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ଚୌକିଦାର’ ଶବ୍ଦକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଭାଜପାର ନେତା ଓ କର୍ମୀମାନେ ସାମାଜିକ ଗଣମାଧ୍ୟମ ଯଥା ଟୁଇଟର ଓ ଫେସ୍‌ବୁକ୍‌ରେ ନିଜ ନାମ ପୂର୍ବରୁ ‘ଚୌକିଦାର’ ଶବ୍ଦ ଯୋଡ଼ିଥିଲେ। ଏହା ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯେତେବେଳେ ଚୌକିଦାର ବୋଲି ନିଜ ଟୁଇଟରରେ ଲେଖିଥିଲେ। ଦୁଆର ଜଗିବା ଦୂରର କଥା, ଲୋକଙ୍କ ଆଶୀର୍ବାଦ ଯୋଗୁ ପୁନର୍ବାର ଚୌକି ମିଳିଲା।
ଏବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଚେତାବନୀ ଦେଇଛନ୍ତି, ପୋଲିସ ଯେଉଁମାନଙ୍କୁ ବିକ୍ଷୋଭକାରୀ ଭାବେ ଚିହ୍ନଟ କରିବ ସେମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ନାହିଁ। କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ମୋଦି ସରକାର କହିଥିଲେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବେ। ତାହା ନ ହୋଇଲା। ବରଂ ‘ଅଗ୍ନିପଥ’ ଭଳି ଅସ୍ଥାୟୀ ନିଯୁକ୍ତି ଯୋଜନା କରାଯିବା ଦ୍ୱାରା ଦେଶରେ ହିଂସା ସୃଷ୍ଟି ହୋଇଛି। ଏଭଳି ହିଂସାତ୍ମକ ଓ ବ୍ୟାପକ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ବୁଝାପଡ଼ୁଛି। ତାହା ହେଲା ବେକାରି ସମସ୍ୟା ଦେଶରେ ଉତ୍କଟ ସ୍ତରରେ ପହଞ୍ଚତ୍ଗଲାଣି। ସରକାରଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥାରେ ଚାକିରି ପାଇବାର ସୁଯୋଗ ମିଳୁ ନ ଥିବା ହେତୁ ଯୁବପିଢ଼ି ଏବେ ହତାଶ ହୋଇପଡ଼ିଛି। କୁହାଯାଇପାରେ, ସରକାରୀ ନିଯୁକ୍ତି ପାଇଁ ବିକଳ ହେଉଥିବା ଯୁବକ କାର୍ଯ୍ୟକ୍ଷମ ନୁହେଁ ବୋଲି ବିକଳ୍ପ ପାଉନାହିଁ। ଏହାଠାରୁ ବଡ଼ ଅସତ୍ୟ କିଛି ନାହିଁ। ଦକ୍ଷତା ଥିବା ସତ୍ତ୍ୱେ ଘରୋଇ ସଂସ୍ଥାରେ ନିଯୁକ୍ତିର ମଧ୍ୟ ସୁଯୋଗ ନାହିଁ। ଅଧିକାଂଶ ବ୍ୟବସାୟ ବୁଡ଼ିଯାଇଛି। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ପତନ ୨୦୧୬ ବିମୁଦ୍ରୀକରଣଠାରୁ ଆରମ୍ଭ ହୋଇଛି। ସେହି କ୍ଷେତ୍ରରେ ସର୍ବାଧିକ ନିଯୁକ୍ତିର ସୁଯୋଗ ମିଳୁଥିଲା। ବିରାଟକାୟ ଶିଳ୍ପସଂସ୍ଥାଗୁଡ଼ିକ ଅଟୋମେଶନ ଓ ରୋବୋଟିକ୍ସ ଭଳି କୌଶଳ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେଉଛି।
ଶେଷରେ ଅଗ୍ନିପଥ ଯୋଜନା ବିରୋଧରେ ହେଉଥିବା ପ୍ରତିବାଦରୁ ଏକ ସକାରାତ୍ମକ ଦିଗ ମଧ୍ୟ ଦେଖାଯାଉଛି। ସରକାରୀ ସମମର୍ଥକମାନେ କୃଷକଙ୍କ ଆନ୍ଦୋଳନକୁ ଦେଶବିରୋଧୀ, ଖଲିସ୍ଥାନ ସମର୍ଥିତ ଏବଂ ଅଣହିନ୍ଦୁ ବୋଲି ଆଖ୍ୟା ଦେବା ସତ୍ତ୍ୱେ ନରେନ୍ଦ୍ର ମୋଦିଙ୍କ ତଥାକଥିତ ଅତ୍ୟନ୍ତ ଶକ୍ତିଶାଳୀ ସରକାର ମାଇଲା ମୂଷା ଭଳି ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିନେଲେ। ଅର୍ଥାତ୍‌ ଏକ ସୁଦୃଢ଼ ଓ ସୁସ୍ଥ ଗଣତନ୍ତ୍ରରେ ଥରେ ଭୋଟ ପାଇ କ୍ଷମତାସୀନ ସରକାର ୫ ବର୍ଷ ପର୍ଯ୍ୟନ୍ତ ‘ଯାହା ଚାହିବେ-ତାହା କରିବେ’ ପରିସ୍ଥିତି ରହିବା ଉଚିତ ନୁହେଁ। ସମସ୍ତେ ଭାବିଥିଲେ କେବଳ ହରିୟାଣା ଓ ପଞ୍ଜାବରେ କୃଷକମାନେ ଅତି ସଙ୍ଗଠିତ ବୋଲି ସରକାରଙ୍କୁ ତଣ୍ଟିଆ ମାରି ମୁଣ୍ଡ ନୁଆଁଇ ଦେଇଥିଲେ। ଅଗ୍ନିପଥ ବିରୋଧୀମାନେ ତାହା ହୁଏତ ନ କରିପାରନ୍ତି। କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଏକସଙ୍ଗେ ହୋଇଥିବା ପ୍ରତିବାଦରେ ହିଂସାକୁ ଖଣ୍ଡନ କରିବା ସହିତ ଏହା ମଧ୍ୟ କୁହାଯିବା ଦରକାର ଯେ ଏହି ଯୁବକମାନେ ଦର୍ଶାଇଦେଇଛନ୍ତି, କେନ୍ଦ୍ର ସରକାରଙ୍କ ଧମକକୁ ଦେଶବାସୀ ଆଉ ଡରିବାକୁ ପ୍ରସ୍ତୁତ ନୁହନ୍ତି।
ହିଂସା ନିନ୍ଦନୀୟ, ପ୍ରତିବାଦ ସ୍ବାଗତଯୋଗ୍ୟ।

ଅଗ୍ନିପଥ ବିରୋଧୀମାନେ ତାହା ହୁଏତ ନ କରିପାରନ୍ତି । କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଏକସଙ୍ଗେ ହୋଇଥିବା ପ୍ରତିବାଦରେ ହିଂସାକୁ ଖଣ୍ଡନ କରିବା ସହିତ ଏହା ମଧ୍ୟ କୁହାଯିବା ଦରକାର ଯେ ଏହି ଯୁବକମାନେ ଦର୍ଶାଇଦେଇଛନ୍ତି, କେନ୍ଦ୍ର ସରକାରଙ୍କ ଧମକକୁ ଦେଶବାସୀ ଆଉ ଡରିବାକୁ ପ୍ରସ୍ତୁତ ନୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri