୫୫ ହଜାର ଉଧାର ଟଙ୍କାକୁ ନେଇ ସମ୍ପର୍କ ଭୁଲିଲେ: ଦୁଇ ପରିବାର ମଧ୍ୟରେ ଉଗ୍ରରୂପ ନେଲା ବିବାଦ, ସୁରକ୍ଷା ପାଇଁ…

ଦିଗପହଣ୍ଡି,୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ୨ ପରିବାର ମଧ୍ୟରେ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି ଆକ୍ରମଣ ପ୍ରତିଆକ୍ରମଣ ଘଟିଛି। ଗ୍ରାମର କାହ୍ନୁଚରଣ ଶତପଥୀଙ୍କ ପୁଅ ନୀଳକଣ୍ଠ ସେହି ଗ୍ରାମର ଦିଲ୍ଲୀପ ପତିଙ୍କ କନ୍ୟା ଯଶୋସ୍ମିନୀଙ୍କୁ ଗତ ୨୦୧୯ ଡ଼ିସେମ୍ବରରେ ବିବାହ କରିଥିଲେ । ବାହାଘର ପୂର୍ବରୁ ଦିଲ୍ଲୀପ କାହ୍ନୁଙ୍କ ଠାରୁ ୫୫ ହଜାର ଟଙ୍କା ଧାର ନେଇଥିଲେ। ଧାର ଟଙ୍କା ଫେରସ୍ତକୁ ନେଇ ୨ ପରିବାର ଲୋକଙ୍କ ମଧ୍ୟରେ ବହୁବାର ଗଣ୍ଡଗୋଳ ପାଟିତୁଣ୍ଡ ହୋଇଥିଲା।

ଗତ ୧୩ ତାରିଖ ରାତି ପ୍ରାୟ ୯ ଟାରେ ଘଟଣାର ସମାଧାନ ପାଇଁ ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ରେ ଗ୍ରାମସଭା କରାଯାଇଥିଲା। ସଭାରେ ଉଭୟ ପରିବାରର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଭଦ୍ରଲୋକ ମାନେ ଆଲୋଚନା କରୁଥିବା ବେଳେ ଉଭୟ ପରିବାରର ଲୋକେ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରିବାରୁ ବିବାଦ ତୀବ୍ର ରୂପ ନେଇଥିଲା। ସେଠାରେ ଦିଲ୍ଲୀପ ଏବଂ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ଦାସ, ସନା ଦାସ,ବୁଲୁ ଦାସ ସଂଘବଦ୍ଧ ଭାବେ କାହ୍ନୁ ଏବଂ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଆକ୍ରମଣ କରି ସୁନା ମୁଦି, ଚେନ ଓ ୩୦ ହଜାର ଟଙ୍କା ଛଡାଇ ନେଇଥିଲେ। ଘଟଣାର ପରଦିନ କାହ୍ନୁ ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିରରୁ ପ୍ରସାଦ ଆଣିବାକୁ ଯାଇଥିବା ବେଳେ ଗ୍ରାମର ଢୁୁସା ମିଶ୍ର ନୀଳକଣ୍ଠଙ୍କୁ ଫୋନ କରି ତୁମକୁ ଗାଁରୁ ବାସନ୍ଦ କରାଯାଇଥିବା କହିଥିଲେ। ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ଥାନା ମାମଲା ନଂ.୬୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲା। ଅପରପକ୍ଷରେ ଘଟଣା ଦିନ କାହ୍ନୁ ଓ ତାଙ୍କ ପୁଅ ନୀଳକଣ୍ଠ ଘରେ ପଶି ତାଙ୍କୁ ଆକ୍ରମଣ କରି ସୁନା ଚେନ ଛଡାଇ ନେଇଥିବା ପ୍ରଶାନ୍ତ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ମାମଲା ନଂ.୬୪/୨୬ ଅନୁଯାୟୀ ପୋଲିସ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଦିଗପହଣ୍ଡି-କେ. ନୂଆଗାଁ ଥାନାରେ ଯୋଗଦେଲେ ନୂଆ ଆଇଆଇସି: ଅପରାଧ ଦମନ ସହ…

ସୂଚନାଯୋଗ୍ୟ, ଗତ ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଦିଲ୍ଲୀପ ଓ ତାଙ୍କ ସ୍ତ୍ରୀ ନଳିନୀ କାହ୍ନୁଙ୍କୁ ଘାତକ ଆକ୍ରମଣ କରିଥିଲେ। ଏନେଇ ଏତଲା ହେବାପରେ ପୋଲିସ ଥାନାରେ ମାମଲା ନଂ.୩୬୧/୨୫ ଅନୁଯାୟୀ ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ଉଭୟେ ଜେଲ ଯାଇଥିଲେ। କୋର୍ଟରୁ ଜାମିନରେ ମୁକୁଳିବା ପରେ ଦିଲ୍ଲୀପ ତାଙ୍କ ବିରୋଧରେ କରାଯାଇଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ କାହ୍ନୁ ଙ୍କୁ ବିଭିନ୍ନ ସମୟରେ ଧମକ ଦେଉଥିବା ପୋଲିସକୁ କହିଛନ୍ତି। ମଙ୍ଗଳବାର କାହ୍ନୁ ଓ ତାଙ୍କ ପୁଅ ନୀଳକଣ୍ଠ ବ୍ରହ୍ମପୁର ଏସ.ପିଙ୍କୁ ଜୀବନ ପ୍ରତି ବିପଦ ରହିଥିବା ତଥା ସୁରକ୍ଷା ଦୃଷ୍ଟିରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିବା ଜଣାପଡିଛି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?