ଅଭିଯୋଗକାରୀ ଯେଉଁ ବନ୍ଧୁକ ଦେଖାଇ ଅପହରଣ କରିଥିବା କହିଛନ୍ତି ସେନେଇ ମଧ୍ୟ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ବନ୍ଧୁକ ଜବତ ହୋଇନାହିଁ ବୋଲି ଏସପି ନାରାୟଣ ନାୟକ କହିଛନ୍ତି। ଘଟଣା ଦିନ ଅପହରଣ କରିବା ପରେ ଅଭିଯୁକ୍ତ ସଞ୍ଜୀବ ସାହୁ ନବବଧୂକୁ ସମ୍ବଲପୁରକୁ ନେଇ ଯାଇଥିଲେ । ପ୍ରଫେସରପଡ଼ାର ଏକ ଭଡ଼ା ଘରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ନବବଧୂକୁ ଉଦ୍ଧାର କରିଥିଲେ।

