ଟିକାକରଣକୁ ନେଇ ଏସ୍‌ସିବିରେ ଉତ୍ତେଜନା

କଟକ ଅଫିସ, ୨୭ା୬: ଏସ୍‌ସିବି ମେଡିକାଲ ଟିକାକେନ୍ଦ୍ରରେ ଶନିବାର ସକାଳେ ଟିକାକରଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏସ୍‌ସିବି ମେଡିକାଲ ପକ୍ଷରୁ ଅନ୍‌ଲାଇନରେ ବୁକିଂ କରିଥିବା ବ୍ୟକ୍ତିଙ୍କ ସମେତ ସିଧାସଳଖ ଆସିଥିବା ଲୋକଙ୍କୁ ପଞ୍ଜୀକରଣ କରାଯାଇ ଟିକା ଦିଆଯାଇଥିଲା। ତେବେ ଟିକା ନେବା ପାଇଁ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଭିଡ ଜମିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଭିଡ ନିୟନ୍ତ୍ରଣ କରିଥିଲା।

ଏସ୍‌ସିବି ମେଡିକାଲରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ପ୍ରଥମ ଡୋଜ୍‌ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିଲା। ସେହିପରି ଅନ୍‌ଲାଇନ୍‌ରେ ବୁକିଂ କରିଥିବା ଲୋକଙ୍କ ସମେତ ସିଧାସଳଖ ଆସିଥିବା ଲୋକେ ଟିକା ନେବା ପାଇଁ ଭିଡ ଜମାଇଥିଲେ। ଏପରି କି ସେମାନେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଭୁଲି ଯାଇଥିଲେ। ତେବେ ଏସ୍‌ସିବି କର୍ତ୍ତୃପକ୍ଷ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଅପରାହ୍ନ ୩ଟା ପରେ ଟିକା ଦିଆଯିବା ପାଇଁ କହିବା ପରେ ଭିଡ କମିଥିଲା। ଏନେଇ ଏସ୍‌ସିବି ମେଡିକାଲ ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ଟିକାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଛି। କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ଏକମାତ୍ର ବିକଳ୍ପ ବୋଲି ଲୋକେ ବୁଝିଲେଣି। ଶନିବାର ଏସ୍‌ସିବିରେ ଅନ୍‌ଲାଇନ୍‌ ପଞ୍ଜୀକରଣ ସହିତ ସିଧାସଳଖ ଆସିଥିବା ଲୋକଙ୍କୁ ଅଫ୍‌ଲାଇନ୍‌ରେ ଏକକାଳୀନ ଟିକା ଦିଆଯାଉଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କଟକ ମହାନଗର ନିଗମ(ସିଏମ୍‌ସି) ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପରେଶ କୁମାର ନାୟକ କହିଛନ୍ତି, ଏସ୍‌ସିବି ମେଡିକାଲ, ସିଡ଼ିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାଉଳିଆଗଞ୍ଜ, ବିଡାନାସୀ ଟିକାକେନ୍ଦ୍ର ସମେତ ମୋଟ୍‌ ୧୬ଟି ଟିକାକେନ୍ଦ୍ରରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌କୁ ମିଶାଇ ୫୫୦୦ ଲୋକଙ୍କୁ ଟିକା ଦିଆଯାଇଛି। ସେଥିମଧ୍ୟରୁ କେବଳ ଏସ୍‌ସିବିରେ ୧୪ ଶହ ଓ ବିଡାନାସୀ ଟିକା କେନ୍ଦ୍ରରେ ୪୭୦ ଜଣ ବସ୍ତିବାସିନ୍ଦାଙ୍କୁ ଟିକା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ କ୍ଷତିପୂରଣ ନେଇ ଦାବିପତ୍ର

ବଡ଼ସାହି,୧୨ା୧୧(ସ୍ବ.ପ୍ର)- ବୁଲ୍‌ବୁଲ୍‌ ବାତ୍ୟା ଯୋଗୁ ବଡ଼ସାହି ବ୍ଲକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ଧାନ ଓ ପରିବା ଚାଷର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ...

ବଳିପ୍ରଥା ପାଇଁ ଲୋଭ ଦାୟୀ

ବ୍ରହ୍ମପୁର ଅଫିସ୍‌,୨୪ା୬-ବିନା ପରିଶ୍ରମରେ ଅଧିକ ହାସଲ କରିବାର ଯେଉଁ ଲୋଭ ମଣିଷ ମାନସିକତାରେ ଦେଖିବାକୁ ମିଳିଛି, ସେଥିରୁ ହିଁ ଜନ୍ମ ନେଇଛି ବଳିପ୍ରଥା ଭଳି ଏକ...

‘ରୋଷେଇ କରୁଥିବା ବେଳେ ଝିଅକୁ ଜାଳି ଦେଲେ’

ରେଢାଖୋଲ,୧୧ା୨: ଶାଶୁଘର ଲୋକେ ମୋ ଝିଅକୁ ପେଟ୍ରୋଲ ଢାଳି ପୋଡ଼ି ମାରିଦେଇଛନ୍ତି। ରେଢାଖୋଲ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା ମାଧପୁର ଗ୍ରାମର କୃଷ୍ଣ...

ଭିତ୍ତିପ୍ରସ୍ତରରେ ଅଟକିଛି ସାଲ୍‌କି ସେତୁ

ଫୁଲବାଣୀ ଅଫିସ, ୨।୧ – ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ସାଲୁଙ୍କି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ବହୁଦିନ ଧରି ଦାବି...

ସାଇକେଲ ମରାମତି ସହ ଜନସେବା

ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନିଆବେଡ଼ା ଗ୍ରାମର କିଶୋରୀ ସାହୁ(୩୮)। ସ୍ତ୍ରୀ, ଦୁଇ ପୁଅ ଓ ମାଆ, ବାପାଙ୍କୁ ନେଇ ତାଙ୍କ ପରିବାର। ଅଷ୍ଟମ ଶ୍ରେଣୀ...

ଶିଶୁଶ୍ରମିକ ନିୟୋଜିତ କରୁଛି ଠିକା ସଂସ୍ଥା

ମୋରଡ଼ା,୧୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍‌ରେ ଚାଲିଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣରେ ଶିଶୁ ଶ୍ରମିକ କାମ କରୁଛନ୍ତି। କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ସରକାରୀ ନିୟମ...

ଜିଲା ସଭାପତି ଗିରଫ, ସଂଖ୍ୟା ୩୨କୁ ବୃଦ୍ଧି

ସମ୍ବଲପୁର,୧୬ା୧୨(ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା, ବିଚାରପତିଙ୍କୁ କୋର୍ଟରୁ...

ଡିସେମ୍ବର ୧ରୁ ବାଲୁକା କଳା, କୋଣାର୍କ ଉତ୍ସବ

କୋଣାର୍କ, ୧୨ା୧୧(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ...

Advertisement
Archives

Model This Week