Posted inଜାତୀୟ

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି କ୍ରମରେ ଜାତୀୟ ମହିଳା ଆୟୋଗ ଦ୍ୱାରା ୨୦୨୧ରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ଏକ ତାଲିକା ପ୍ରକାଶିତ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ ଦ୍ୱିତୀୟ ଏବଂ ରାଜସ୍ଥାନ ଷଷ୍ଠ ସ୍ଥାନରେ ରହିଛି।

ଜାତୀୟ ମହିଳା ଆୟୋଗ ଦ୍ୱାରା ବର୍ଷସାରା ଗ୍ରହଣ କରାଯାଇଥିବା ଅଭିଯୋଗ ଆଧାରରେ ପ୍ରକାଶିତ ଏହି ରିପୋର୍ଟରେ ଘରୋଇ ହିଂସା, ସମ୍ମାନର ଅପମାନ, ନିର୍ଯାତନା, ବଳାତ୍କାର ଭଳି ବହୁ ପ୍ରକାରର ମାମଲା ଅନ୍ତର୍ଭୁକ୍ତ କରାଯାଇଛି।

ରିପୋର୍ଟରେ ଦେଶର ୮ଟି ରାଜ୍ୟ ମହିଳା ନିର୍ଯାତନା କ୍ଷେତ୍ରରେ ଅଗୁଆ ରହିଥିବା ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ୨୦୨୧ରେ ୧୫,୮୨୮ ଅଭିଯୋଗ ଦାଖଲ କରାଯାଇଥିବା ଉଲ୍ଲେଖ କରାଯାଇଛି। ସେହିପରି ଦିଲ୍ଲୀ ୩,୩୩୬ ଅଭିଯୋଗ ସହିତ ମହିଳା ନିର୍ଯାତନା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ମହାରାଷ୍ଟ୍ରରେ ୧,୫୦୪, ହରିୟାଣାରେ ୧,୪୬୦, ବିହାରରେ ୧,୪୫୭, ରାଜସ୍ଥାନରେ ୧,୧୩୦, ମଧ୍ୟପ୍ରଦେଶରେ ୧,୧୦୫ ଏବଂ ପଶ୍ଚିମବଙ୍ଗରେ ୭୩୪ ଏସମ୍ପର୍କିତ ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ବିଜୟ ପରେ ଏବେ ଫୋକସ୍‌ରେ ଗୁଜରାଟ

ଗାନ୍ଧିନଗର,୧୧।୩: ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପହଞ୍ଚିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ...

ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା, ସିବିଆଇ ତଦନ୍ତ ଦାବି କଲା ପରିବାର

ନୂଆଦିଲ୍ଲୀ,୨୪।୮: ଅଭିନେତ୍ରୀ ତଥା ହରିୟାଣାର ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।...

ପଞ୍ଜାବ ସରକାରଙ୍କ ଘୋଷଣା: ହ୍ବାଟ୍ସଆପ୍‌ ଜରିଆରେ କରିହେବ ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ,୧୭।୩: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଭଗତ ସିଂଙ୍କ ଶହୀଦ ଦିବସରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର...

କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ…

ଭୋପାଳ,୨୮।୧୨ : ମଧ୍ୟପ୍ରଦେଶ ହାଇକୋର୍ଟ ଆତ୍ମହତ୍ୟା ମାମଲାରେ ରାୟ ଦେଇ କହିଛନ୍ତି ଯେ କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ଭାବେ ବିବେଚନା କରାଯାଇପାରିବ...

ଧ୍ୱଜାବତରଣରେ ମହାତ୍ମାଙ୍କ ପସନ୍ଦକୁ ହଟାଗଲା…

ନୂଆଦିଲ୍ଲୀ, ୨୨।୧ : ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍‌ ଓ୍ବିଥ୍‌ ମି (ମୋ ସହିତ ରୁହ)ର ଧୁନ୍‌କୁ ଚଳିତ ଥର ଧ୍ୱଜାବତରଣ (ବିଟିଙ୍ଗ ରିଟ୍ରିଟ...

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୯: ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ...

ଇସ୍ତଫା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀ ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜ୍ୟପାଳ ଭଗତ ସିଂ କହିଛନ୍ତି,...

ଉଗ୍ରବାଦୀ ସଂଗଠନକୁ ସହାୟତା ଯୋଗାଉଛି ଚାଇନା: କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୭।୧୨: ଭାରତ ମ୍ୟାନ୍‌ମାର ସୀମାରେ ଚାଇନା ଜାଣିଶୁଣି ଉଗ୍ରବାଦୀ କାର୍ଯ୍ୟ କଳାକଳାପକୁ ପ୍ରୋତ୍ସାହିତ କରୁଛି। ଏଠାରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନକୁ ଚାଇନା ଆବଶ୍ୟକ...

Advertisement
Archives

Model This Week