ବଢୁଛି ମହିଳା ବିରୋଧୀ ହିଂସା

ଭୁବନେଶ୍ୱର,୭ା୩ (ବ୍ୟୁରୋ):ନାରୀ କାଲି ବି ଶୋଷଣର ଶିକାର ହେଉଥିଲା, ଆଜି ମଧ୍ୟ ନାନା ନିର୍ଯାତନା ସହୁଛି। ଦେଶରେ ସାକ୍ଷରତା ହାର ବଢ଼ିଛି, ସମାଜ ପୂର୍ବ ଅପେକ୍ଷା ପରିବର୍ତ୍ତନ ହୋଇଛି। ନାରୀମାନଙ୍କୁ ଅନେକ କ୍ଷେତ୍ରରେ ସୁଯୋଗ ବି ମିଳୁଛି। ହେଲେ ମହିଳାଙ୍କ ବିରୋଧରେ ହିଂସା କମିବା ବଦଳରେ ବଢି ବଢି ଚାଲିଛି। କିଛି କ୍ଷେତ୍ରରେ ମହିଳାମାନେ ଆଇନ ସାହାରା ନେଇ ନ୍ୟାୟ ପାଇଁ ଲଢ଼େଇ କରୁଥିବାବେଳେ ଅନେକ କ୍ଷେତ୍ରରେ ନିନ୍ଦା ଓ ଅପବାଦ ଭୟ ହେଉ ଅବା ଚାପରେ ନିଜ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିପାରୁ ନାହିଁ। ଏ କ୍ଷେତ୍ରରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ସ୍ପର୍ଶକାତର ହେବାରେ ଲାଗିଛି। ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ି ଚାଲିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୧୭ରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୨୦,୦୯୮ ଥିଲା। ୨୦୧୮ରେ ୨୦,୨୭୪ରେ ପହଞ୍ଚତ୍ଥିବାବେଳେ ୨୦୧୯ରେ ମହିଳା ବିରୋଧୀ ହିଂସା ମାମଲାରେ ଆହୁରି ବୃଦ୍ଧି ଘଟି ୨୩,୧୮୩ରେ ପହଞ୍ଚତ୍ଥିଲା। ୨୦୨୦ର ରିପୋର୍ଟ ଆସି ନ ଥିବାବେଳେ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବୃଦ୍ଧି ଘଟିଥିବା ନଜରକୁ ଆସିଥିଲା। ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଓଡିଶା ଦେଶରେ ସପ୍ତମ ସ୍ଥାନରେ ରହିଛି। ଏହା ମଧ୍ୟରେ ଅସଦାଚରଣ, ଅପହରଣ, ବଳାତ୍କାର, ପାରିବାରିକ ହିଂସା ଓ ଯୌତୁକ ଜନିତ ଅପରାଧ ଅଧିକ ରହିଛି। ଏହାଛଡା ପୂର୍ବବର୍ଷଗୁଡ଼ିକ ଅପେକ୍ଷା ରାଜ୍ୟରେ ମହିଳା ଓ ଯୁବତୀଙ୍କ ଅପହରଣ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି।

କୌଣସି ହିଂସା ବିରୋଧରେ ଅଧିକାଂଶ ମହିଳା ଅଭିଯୋଗ କରିବାକୁ ଭୟ କରିଥାନ୍ତି। ଏଥିସହ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବାରୁ ଅଭିଯୋଗ ଥାନା କିମ୍ବା ପୋଲିସ ନିକଟରେ ପହଞ୍ଚତ୍ପାରି ନ ଥାଏ। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଇନ୍‌ଷ୍ଟାଣ୍ଟ କମ୍ପ୍ଲେଣ୍ଟ ଲଗିଂ ଇଣ୍ଟରନେଟ୍‌ କିଓସ୍କ(ଆଇଏଲ୍‌ଆଇକେ) ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୪ ଜାନୁୟାରୀ ୨୯ରେ ପ୍ରଥମେ ଶହୀଦନଗରସ୍ଥିତ ବ୍ୟାଙ୍କ୍‌ ଅଫ ବରୋଦା ଏଟିଏମ୍‌ କାଉଣ୍ଟର ପରିସରରେ ଏହି ମେଶିନ ସ୍ଥାପନ କରାଯାଇଥିଲା। ଏଥିରେ ଜଣେ ମହିଳା ଚାହିଁଲେ ଇ-ମେଲ୍‌, ଭଏସ୍‌ ମେଲ୍‌ କିମ୍ବା କୌଣସି କାଗଜରେ ଲେଖି ଏଠାରେ ଅଭିଯୋଗ କରିପାରିବେ। ଏହି ମେଶିନଟି ଇଣ୍ଟରନେଟ୍‌ ମାଧ୍ୟମରେ ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଡି ହୋଇ ରହିଥିଲା।

କୌଣସି ଅଭିଯୋଗ ହେବାମାତ୍ରେ ତାହା ସିଧା ପୋଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଉଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା, ଯଦି କେହି ବଳାତ୍କାର କିମ୍ବା ପାରିବାରିକ ହିଂସା ଅବା ଅସଦାଚରଣର ଶିକାର ହୋଇ ପୋଲିସ ପାଖକୁ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ଏହା ବେଶ୍‌ ସହାୟକ ହେଉଥିଲା। ସେମାନଙ୍କ ନାମ ଗୋପନ ରଖାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ସୁଯୋଗ ଥିଲା। ଏହା ଦେଶର ପ୍ରଥମ ବୋଲି ସେତେବେଳେ ପୋଲିସ ପକ୍ଷରୁ ଦାବି କରାଯାଇଥିଲା। ହେଲେ ଅଳ୍ପ କିଛିଦିନ ଭିତରେ ଏହା ବ୍ୟବହର ନ ହୋଇ ପଡିରହିଥିଲା। ଏବେ ଏହି ମେଶିନଟି ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ଉକ୍ତ ଏଟିଏମ ରୁମ୍‌ରେ ଠିଆ ହୋଇଛି।

ଏ ସମ୍ପର୍କର ଡିସିପି ଉମାଶଙ୍କର ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କ କ୍ଷେତ୍ରରେ ପୋଲିସ ପୂର୍ବ ଅପେକ୍ଷା ଅଧିକ ସମ୍ବେଦନଶୀଳ ରହିଛି। ପୀଡିତାଙ୍କ ପ୍ରତି ବନ୍ଧୁତ୍ୱ ଭାବ ପ୍ରଦର୍ଶନ କରାଯାଇ ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଅଭ୍ୟର୍ଥନା କକ୍ଷରେ ମହିଳା ପୋଲିସମାନଙ୍କୁ ଦାୟିତ୍ୱ ଦିଆଯାଉଛି। ଡିସିପି ଅଫିସ୍‌ରେ ସାମାଜିକ ସଙ୍ଗଠନ ‘ମାଧ୍ୟମ’ ଜରିଆରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri