ରାଜନୀତିରୁ ସଦରଙ୍କ ସନ୍ନ୍ୟାସ ପରେ ହିଂସା

ବାଗ୍‌ଦାଦ, ୩୦ା୮: ଇରାକ୍‌ର ପ୍ରଭାବଶାଳୀ ଶିୟା ବିଦ୍ୱାନ ମୁକ୍‌ତାଦା ଅଲ୍‌-ସଦର ରାଜନୀତିରୁ ସନ୍ନ୍ୟାସ ନେବାକୁ ସୋମବାର ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ ଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଆହୁରି ଘନେଇଛି। ଅଲ୍‌-ସଦରଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ସମର୍ଥକମାନେ ସରକାରୀ କମ୍ପ୍ଲେକ୍ସ ଥିବା ଇରାକ୍‌ର ସବୁଠୁ ସୁରକ୍ଷିତ ଗ୍ରୀନ୍‌ ଜୋନ୍‌ ମଧ୍ୟକୁ ଧସେଇ ପଶିଛନ୍ତି। ଅଲ୍‌-ସଦରଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର୍‌ ସଂଘର୍ଷ ହୋଇଛି। ବିକ୍ଷୋଭକାରୀ ରାଜଧାନୀ ବାଗ୍‌ଦାଦରେ ଗୁଳିଚାଳନା କରିଛନ୍ତି। ଏଥିରେ ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।
ସମର୍ଥିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମହମ୍ମଦ ଅଲ୍‌-ସୁଦାନିଙ୍କୁ ବିରୋଧ କରି ଗତ ଜୁଲାଇରେ ଅଲ୍‌-ସଦରଙ୍କ ଶତାଧିକ ସମର୍ଥକ ପାର୍ଲାମେଣ୍ଟ ମଧ୍ୟକୁ ଧସେଇ ପଶିଥିଲେ। ଏହାସହ ପ୍ରାୟ ୪ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ଟୁଇଟର ଯୋଗେ ଅଲ୍‌-ସଦର ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ ସେଠାରେ ସ୍ଥିତି ଅଣାୟତ୍ତ ହୋଇଛି। ଇରାକ୍‌ ସେନା ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଘୋଷଣା କରିବା ସହ ଗ୍ରୀନ୍‌ ଜୋନ୍‌ ଛାଡ଼ିବା ନିମନ୍ତେ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷେ ଇରାକର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମି କ୍ୟାବିନେଟ ଅଧିବେଶନକୁ ମୁଲତବୀ ରଖିଛନ୍ତି। ଗତ ଅକ୍ଟୋବରରେ ଇରାକରେ ସଂଘୀୟ ନିର୍ବାଚନ ବେଳେ ମୁକ୍‌ତାଦା ଅଲ୍‌-ସଦରଙ୍କ ମେଣ୍ଟକୁ ବିପୁଳ ସମର୍ଥନ ମିଳିଥିଲେ ହେଁ ଏହା ବହୁମତ ପାଇବାରୁ ବଞ୍ଚତ୍ତ ହୋଇଥିଲା। ଏହି କାରଣରୁ ଦେଶରେ ପ୍ରାୟ ୧୦ ମାସ ପରେ ବି ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ନିକଟରେ ଇରାନ୍‌ ସମର୍ଥତ୍ତ ଶିୟା ପାର୍ଟି ଏବଂ ସେମାନଙ୍କ ମେଣ୍ଟ କୋଅର୍ଡିନେଶନ ଫ୍ରେମ୍‌ଓ୍ବାର୍କ ବ୍ଲକ୍‌ ପକ୍ଷରୁ ମହମ୍ମଦ ଅଲ୍‌-ସୁଦାନିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଷ୍ଟେଟ୍‌ ଅଫ୍‌ ଲ’ ଲିଡର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୌରି ଅଲ୍‌-ମାଲିକି ତାଙ୍କୁ ପ୍ରାର୍ଥୀ ଚୟନ କରିଥିଲେ। ଏହାକୁ ଅଲ୍‌-ସଦରଙ୍କ ସମର୍ଥକ ବିରୋଧ କରୁଛନ୍ତି।
ବହୁଳ ରାଷ୍ଟ୍ର ଇରାକରେ ଶିୟା ଏବଂ ସୁନ୍ନି ଗୋଷ୍ଠୀ ମଧ୍ୟରେ ବିବାଦ ବହୁ ପୁରୁଣା। ପୂର୍ବତନ ରାଷ୍ଟ୍ରପତି ସଦାମ ହୁସେନ୍‌ଙ୍କ ଶାସନବେଳେ ଶିୟାମାନେ ଅତ୍ୟାଚାରର ଶିକାର ହେଉଥିଲେ। ଆମେରିକା ଇରାକ୍‌ରେ ଆକ୍ରମଣ କରିବା ପରେ ସେଠାକାର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ଏବେ କ୍ଷମତା ପାଇଁ ଶିୟାମାନେ ପରସ୍ପର ମଧ୍ୟରେ ଲଢ଼େଇ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri