ରାଜନୀତିରୁ ସଦରଙ୍କ ସନ୍ନ୍ୟାସ ପରେ ହିଂସା

ବାଗ୍‌ଦାଦ, ୩୦ା୮: ଇରାକ୍‌ର ପ୍ରଭାବଶାଳୀ ଶିୟା ବିଦ୍ୱାନ ମୁକ୍‌ତାଦା ଅଲ୍‌-ସଦର ରାଜନୀତିରୁ ସନ୍ନ୍ୟାସ ନେବାକୁ ସୋମବାର ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ ଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଆହୁରି ଘନେଇଛି। ଅଲ୍‌-ସଦରଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ସମର୍ଥକମାନେ ସରକାରୀ କମ୍ପ୍ଲେକ୍ସ ଥିବା ଇରାକ୍‌ର ସବୁଠୁ ସୁରକ୍ଷିତ ଗ୍ରୀନ୍‌ ଜୋନ୍‌ ମଧ୍ୟକୁ ଧସେଇ ପଶିଛନ୍ତି। ଅଲ୍‌-ସଦରଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର୍‌ ସଂଘର୍ଷ ହୋଇଛି। ବିକ୍ଷୋଭକାରୀ ରାଜଧାନୀ ବାଗ୍‌ଦାଦରେ ଗୁଳିଚାଳନା କରିଛନ୍ତି। ଏଥିରେ ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।
ସମର୍ଥିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମହମ୍ମଦ ଅଲ୍‌-ସୁଦାନିଙ୍କୁ ବିରୋଧ କରି ଗତ ଜୁଲାଇରେ ଅଲ୍‌-ସଦରଙ୍କ ଶତାଧିକ ସମର୍ଥକ ପାର୍ଲାମେଣ୍ଟ ମଧ୍ୟକୁ ଧସେଇ ପଶିଥିଲେ। ଏହାସହ ପ୍ରାୟ ୪ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ଟୁଇଟର ଯୋଗେ ଅଲ୍‌-ସଦର ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ ସେଠାରେ ସ୍ଥିତି ଅଣାୟତ୍ତ ହୋଇଛି। ଇରାକ୍‌ ସେନା ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଘୋଷଣା କରିବା ସହ ଗ୍ରୀନ୍‌ ଜୋନ୍‌ ଛାଡ଼ିବା ନିମନ୍ତେ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷେ ଇରାକର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମି କ୍ୟାବିନେଟ ଅଧିବେଶନକୁ ମୁଲତବୀ ରଖିଛନ୍ତି। ଗତ ଅକ୍ଟୋବରରେ ଇରାକରେ ସଂଘୀୟ ନିର୍ବାଚନ ବେଳେ ମୁକ୍‌ତାଦା ଅଲ୍‌-ସଦରଙ୍କ ମେଣ୍ଟକୁ ବିପୁଳ ସମର୍ଥନ ମିଳିଥିଲେ ହେଁ ଏହା ବହୁମତ ପାଇବାରୁ ବଞ୍ଚତ୍ତ ହୋଇଥିଲା। ଏହି କାରଣରୁ ଦେଶରେ ପ୍ରାୟ ୧୦ ମାସ ପରେ ବି ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ନିକଟରେ ଇରାନ୍‌ ସମର୍ଥତ୍ତ ଶିୟା ପାର୍ଟି ଏବଂ ସେମାନଙ୍କ ମେଣ୍ଟ କୋଅର୍ଡିନେଶନ ଫ୍ରେମ୍‌ଓ୍ବାର୍କ ବ୍ଲକ୍‌ ପକ୍ଷରୁ ମହମ୍ମଦ ଅଲ୍‌-ସୁଦାନିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଷ୍ଟେଟ୍‌ ଅଫ୍‌ ଲ’ ଲିଡର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୌରି ଅଲ୍‌-ମାଲିକି ତାଙ୍କୁ ପ୍ରାର୍ଥୀ ଚୟନ କରିଥିଲେ। ଏହାକୁ ଅଲ୍‌-ସଦରଙ୍କ ସମର୍ଥକ ବିରୋଧ କରୁଛନ୍ତି।
ବହୁଳ ରାଷ୍ଟ୍ର ଇରାକରେ ଶିୟା ଏବଂ ସୁନ୍ନି ଗୋଷ୍ଠୀ ମଧ୍ୟରେ ବିବାଦ ବହୁ ପୁରୁଣା। ପୂର୍ବତନ ରାଷ୍ଟ୍ରପତି ସଦାମ ହୁସେନ୍‌ଙ୍କ ଶାସନବେଳେ ଶିୟାମାନେ ଅତ୍ୟାଚାରର ଶିକାର ହେଉଥିଲେ। ଆମେରିକା ଇରାକ୍‌ରେ ଆକ୍ରମଣ କରିବା ପରେ ସେଠାକାର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ଏବେ କ୍ଷମତା ପାଇଁ ଶିୟାମାନେ ପରସ୍ପର ମଧ୍ୟରେ ଲଢ଼େଇ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?