ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଏହି କଲେଜର ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି। ଅସାଧୁ ଉପାୟରେ ପ୍ରୋତ୍ସାହନ ଯୋଗାଇ କଲେଜର ଶତପ୍ରତିଶତ ସଫଳତା ଲକ୍ଷ୍ୟରେ ଏଭଳି ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶତାଧିକ ଅଭିଭାବକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ, ଉପସଚିବ, ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଆଗାମୀ ପରୀକ୍ଷାରେ କେନ୍ଦ୍ରୀୟ ସ୍କ୍ବାଡ୍‌ ମୁତୟନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଉକ୍ତ ଘରୋଇ କଲେଜ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇ ନିକଟସ୍ଥ ସରକାରୀ କଲେଜ ପରିବର୍ତ୍ତେ ୧୮ କି.ମି. ଦୂର ଏକ ଅଧିକୃତ ସରକାରୀ କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଯୁକ୍ତ୨ ଦ୍ୱିତୀୟ ବର୍ଷ ବାର୍ଷିକ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ଜୁନ ୪ତାରିଖରେ ଶେଷ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ବିଜ୍ଞାନ, କଳା, ବାଣିଜ୍ୟ,ଓ ଧନ୍ଦାମୂଳକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି। ଘରୋଇ, ଆବାସିକ ତଥା ସେଲଫ୍‌ ଫାଇନାନ୍ସିଂ କଲେଜ ଛାତ୍ରୀଛାତ୍ରମାନେ ନିକଟସ୍ଥ ସରକାରୀ କଲେଜ କିମ୍ବା ୪୮୮ବର୍ଗର ଅଧିଗୃହୀତ ତଥା ତଦୁର୍ଦ୍ଧ ବର୍ଗର କଲେଜରେ ପରୀକ୍ଷା ଦେବାର ନିୟମ ରହିଛି। ଏହି କ୍ରମରେ ମୟୂରଭଞ୍ଜ ଜିଲାର ୧୧ଟି କଲେଜ ମଧ୍ୟରୁ ୧୦ଟି କଲେଜର ଛାତ୍ରୀଛାତ୍ରମାନେ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ମାତ୍ର ବାରିପଦା ସ୍ଥିତ ଉକ୍ତ ଘରୋଇ କଲେଜର ୧୨୮ଜଣ ବିଜ୍ଞାନ ଓ କଳାର ୨୧ଜଣ ଛାତ୍ରୀଛାତ୍ର ଚଳିତ ବର୍ଷ ବାରିପଦା ପରିବର୍ତ୍ତେ ୧୮କି.ମି. ଦୂର ମୋରଡ଼ା ବ୍ଲକର ଏକ କଲେଜରେ ପରୀକ୍ଷା ଦେଉଛନ୍ତି। ପୂର୍ବ ବର୍ଷମାନଙ୍କରେ ସେହି କଲେଜର ଛାତ୍ରୀଛାତ୍ରମାନେ ୮କି.ମି. ଦୂର ବାରିପଦା ଏମ୍‌ପିସି ଜୁନିୟର କଲେଜ ବା ବାରିପଦା କଲେଜ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ଆଶାନୁରୂପ ସଫଳତା ପାଇ ନ ଥିଲେ। ତେବେ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ଦୃଷ୍ଟିରୁ ସର୍ବାଗ୍ରେ ରହିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଘରୋଇ କଲେଜ ପକ୍ଷରୁ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ପାଇଁ ବ୍ୟବସ୍ଥା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାଦ୍ୱାରା ମେଧାବୀ ଛାତ୍ରୀଛାତ୍ର ପ୍ରଭାବିତ ହେବେ ବୋଲି ଅଭିଭାବକ ତପନ କୁମାର ମହାପାତ୍ର, ରାଜୀବ କୁମାର ନାଏକ, ଅଭିଳାଷ ପାତ୍ର ପ୍ରକାଶ କରିଛନ୍ତି।
ସହରରେ ଥିବା ଦୁଇଟି ପରୀକ୍ଷା କେନ୍ଦ୍ରରେ ୭୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ସୁଯୋଗ ଥିବା ବେଳେ ଏହି ଘରୋଇ କଲେଜର ଛାତ୍ରୀଛାତ୍ରଙ୍କୁ ଦୂରବର୍ତ୍ତୀ କଲେଜରେ ପରୀକ୍ଷା ଦେବା ବ୍ୟବସ୍ଥା କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା କୁହାଯାଉଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖାର ଉପ ସଚିବ ଜୟଦେବ ପରମାଣିକ କୁହନ୍ତି, ସମ୍ପୃକ୍ତ କଲେଜଟି ମୋରଡ଼ା ବ୍ଳକରେ ଥିବାରୁ ପରୀକ୍ଷା କେନ୍ଦ୍ର ବ୍ଲକ ମଧ୍ୟରେ ହିଁ କରାଯାଇଛି। ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି ଶିକ୍ଷା ପରିଷଦ ଉପନିର୍ଦ୍ଦେଶକ ନିର୍ଣ୍ଣୟ କରିଥାନ୍ତି। ପରୀକ୍ଷାରେ କୌଣସି ଅସାଧୁ ଉପାୟକୁ ସୁଯୋଗ ଦିଆଯାଉନାହିଁ। ତେବେ ଫର୍ମ ପୂରଣ ସମୟରେ ଉକ୍ତ କଲେଜ ବାରିପଦାରେ ଅବସ୍ଥାପିତ ହେବାର ସୂଚନା ରହିଥିବା ବେଳେ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଅଭିଭାବକ ମହଲରେ ସନ୍ଦେହ ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୧।୧ ରାଜ୍ୟରେ କାୟା ବିସ୍ତାର କରୁଥିବା ଓମିକ୍ରନ୍‌ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ଭିଡ଼ ଏଡ଼ାଇବାକୁ ଜାନୁୟାରୀରେ କଟକଣା...

ରାଜ୍ୟରୁ ୧୨୨ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର, ୨୦।୬ (ବ୍ୟୁରୋ): ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ମାଡ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ମୌସୁମୀ...

ଦକ୍ଷିଣ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦକ୍ଷିଣ ଓଡ଼ିଶାର। ସେ କୋରାପୁଟ ଜିଲା ଦଶମନ୍ତପୁରର ବୋଲି ଜଣାପଡ଼ିଛି।...

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି।...

ଜଟଣୀ: ୧୯ ବିଦେଶ ଫେରନ୍ତା ହୋମ୍‌ ଆଇସୋଲେଶନ୍‌ରେ

ଜଟଣୀ/ଯାଁଳା,୨୨।୩(ଡି.ଏନ.ଏ.): ଜଟଣୀ ଥାନା ଅଞ୍ଚଳକୁ ଆଉ ୩ ଜଣ ବିଦେଶରୁ ଫେରିଥିବା ଶନିବାର ଜଣାପଡ଼ିଥିଲା। ସେମାନଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର...

ଅଗଷ୍ଟ ୧ରେ ସମ୍ବଲପୁରୀ ଦିବସ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବରଗଡ଼ ଅଫିସ,୨୮ା୭: ଆସନ୍ତା ଅଗଷ୍ଟ ୧ରେ ପାଳନ ହେବ ସମ୍ବଲପୁରୀ ଦିବସ। ଗୁରୁ ସ୍ବର୍ଗତଃ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମବାର୍ଷିକୀରେ ଏହା ପାଳନ କରାଯିବ। ତେବେ...

ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା

ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍‌ଡାଉନ ଓ ଶଟ୍‌ଡାଉନ...

ଫିଟୁଛି ପରୀ ମୃତ୍ୟୁ ଗୁମର: ବଳାତ୍କାର ପରେ କରାଯାଇଛି ହତ୍ୟା

ଭୁବନେଶ୍ୱର,୧୬।୧୨(ବ୍ୟୁରେ): ନୟାଗଡ଼ର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାକୁ ନେଇ ଏସ୍‌ଆଇଟି ପକ୍ଷରୁ ବୁଧବାର ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ଚାଞ୍ଚଲ୍ୟକର...

Advertisement
Archives

Model This Week