ନିୟମ ଉଲ୍ଲଂଘନ କରି ପଥର ଖନନ

ନବରଙ୍ଗପୁର,୨୧।୭(ସଦାଶିବ ପ୍ରହରାଜ): ରାଜସ୍ବ ବିଭାଗର ବଡ଼ବଡ଼ିଆ ଅଧିକାରୀଙ୍କ ଚତୁରତା ଯୋଗୁ ନବରଙ୍ଗପୁର ଜିଲାରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଛି। ଜଣେ ଗରିବଙ୍କୁ ଢାଲ କରି କୋଟି କୋଟି ରାଜସ୍ବ ହାନି ହେଉଥିଲେ ସୁଦ୍ଧା ଠିକାସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ତତ୍କାଳୀନ ଭାରପ୍ରାପ୍ତ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଜୁନ ୨୩ରେ ଭିଜଲାନ୍ସ ଗିରଫ କଲା। ତାଙ୍କଠାରୁ ୩ କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଭିଜିଲାନ୍ସ ଜବତ କଲା। ଏହା ପରେ ରାଜସ୍ବ ବିଭାଗର ଅଧିକାରୀଙ୍କ ମଧ୍ୟରେ ଛନକା ପଶିବା ସହ ବଡବଡିଆ ଅଧିକରୀଙ୍କ ଠାରୁ କିଛି ଜ୍ଞାନ ନେଇ ଠିକା ସଂସ୍ଥାମାନଙ୍କୁ ଧର୍ମକୁ ଆଖିଠାର ଭଳି ଚିଠି ଖଣ୍ଡିଏ କରି ଛାଡ଼ି ଦେଲେ। ନିଜ ପ୍ରତି ବିପତ୍ତି ଆସିବା ପୂର୍ବରୁ ମୁକୁଳିବା ପାଇଁ ଏବେ ପ୍ରୟାସ ଚାଲିଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କେସିରିବେଡା ନିକଟ କର୍କି ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ପଥର ଖନନ ଓ ପରିବହନ ଯୋଗୁ ରାଜସ୍ବ ବିଭାଗ କୋଟି କୋଟି ଟଙ୍କାର ରାଜସ୍ବ ହରାଇଛି। ରାୟପୁରରୁ ବିଶାଖାପାଟଣା ଭାରତମାଳା ରାସ୍ତା କାମ ଚାଲିଛି। ଏନେଇ ବିଭିନ୍ନ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କେସିରିବେଡା ଗାଁର ରାଜୁ ପରଜା, କମଳ ପରଜା ଓ ସୋନୁ ପରଜାଙ୍କୁ ୨୦୧୧ରେ କର୍କୀ ଜଙ୍ଗଲରେ ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମରେ ପଟ୍ଟା ପ୍ରଦାନ କରାଯାଇଥିଲା। ତେବେ ଏହି ଜମି ବିକ୍ରି କିମ୍ବା ହସ୍ତାନ୍ତରଯୋଗ୍ୟ ନୁହେଁ। କେବଳ ଚାଷ ଓ ଜୀବିକା ନିର୍ବାହ ପାଇଁ ଉପଯୋଗ କରିପାରିବେ ବୋଲି ନିୟମ ଥିଲା। ସେମାନଙ୍କ ଜମିରୁ ପିଆର୍‌ଏ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଭାରତମାଳା ରାସ୍ତା ପାଇଁ ବହୁ ପରିମାଣରେ ପଥର ଖନନ କରିଛି। ଯେଉଁ ଉଦ୍ଦେଶ୍ୟରେ ଜଙ୍ଗଲ ଜମି ପ୍ରଦାନ କରାଯାଇଥିଲା ତାହା ଉଲ୍ଲଂଘନ କରାଯାଇଛି। ଏ ନେଇ ଉମରକୋଟ ରେଞ୍ଜର ମେ ୧୮ରେ ଦିନ ଚିଠି ନମ୍ବର ୯୬୭ରେ ଜିଲାପାଳଙ୍କୁ ଓ ଚିଠି ନମ୍ବର ୯୬୮ରେ ଡିଏଫ୍‌ଓଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମ ଖିଲାପ କରି ୩ଜଣ ହିତାଧିକାରୀ ବେଆଇନ ପଥର ଖନନ କରାଉଥିବାରୁ ସେମାନଙ୍କ ପଟ୍ଟା ରଦ୍ଦ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ ଥିଲା। ଗ୍ରାମ ସଭା, ଜଙ୍ଗଲ ଜମିପଟ୍ଟା କମିଟି ଅନୁମୋଦନ ପରେ ପଟ୍ଟା ପ୍ରଦାନ କରାଯାଇଛି। ଉକ୍ତ ଜମିରେ ଚାଷ କରି ହିତାଧିକାରୀ ଜୀବିକା ନିର୍ବାହ କରିପାରିବେ। କିନ୍ତୁ ଉକ୍ତ ସ୍ଥାନରୁ ପଥର, ମାଟି, ମୋରମ ଭଳି ଖଣିଜ ସମ୍ପଦ ଖନନ କଲେ ରାଜସ୍ବ ଦେବାକୁ ପଡିବ। ଉକ୍ତ ହିତାଧିକାରୀଙ୍କ ଜମିରୁ ପଥର ଖନନ କରାଯାଇ ଥିଲେ ମଧ୍ୟ ତାହାର ରାଜସ୍ବ ପ୍ରଦାନ କରାଯାଇନାହିଁ। ଏବେ ଠିକା ସଂସ୍ଥା ବିପୁଳ ପରିମାଣର ପଥର ଖନନ କରି ନେଇ ଯାଇଥିବାବେଳେ ଡମ୍ପିଂ ଥିବା ୬୦ ହଜାର ସିଏମ୍‌ ପଥର ବାବଦକୁ ଟଙ୍କା ଦେବାକୁ ଚଳିତ ମାସରେ ଡିମାଣ୍ଡ ନୋଟିସ କରାଯାଇଛି। ଏହି ପଥର ଖନନ ଓ ପରିବହନରେ ତତ୍କାଳୀନ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସିଧାସଳଖ ହସ୍ତକ୍ଷେପ ଥିବା ଅଭିଯୋଗ ରହିଥିଲା। କର୍ମଚାରୀ ଓ ବଡବଡିଆ ଅଧିକାରୀ ଏସବୁ ଜାଣି କିଭଳି ଚୁପ୍‌ ରହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମସ୍ତ ଘଟଣାକୁ ଆଧାରକଲେ ଜଣେ ଗରିବ ହିତାଧିକାରୀଙ୍କୁ ଢାଲ କରି ରାଜସ୍ବ ଟଙ୍କା କାହା ପକେଟକୁ କିଏ କେତେ ନେଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏ ନେଇ ଡିଏଫ୍‌ଓ ପ୍ରସନ୍ନ କୁମାର ବେହେରାଙ୍କୁ ପଚାରିବାରୁ ପଟ୍ଟା ପ୍ରଦାନ କରିବା ପରେ ବନ ବିଭାଗ ହାତରେ କିଛି ନାହିଁ। ରାଜସ୍ବ ବିଭାଗ ରାଜସ୍ବ ଆଦାୟ କରିବା କଥା ବୋଲି ସେ କହିଛନ୍ତି। ରାଜସ୍ବ ବିଭାଗ ସୁପରଭାଇଜର ଅନୀଲ କୁମାର ଦାସଙ୍କୁ ପଚାରିବାରୁ ୬୦ ହଜାର ସିଏମ୍‌ ପଥର ସେଠାରେ ଖନନ ହୋଇ ରହିଥିବାରୁ ଠିକାସଂସ୍ଥାକୁ ନୋଟିସ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?