Posted inଫୁରସତ

ନାକରେ ଟାଇପ୍‌ କରି ଗିନିଜ ୱାଲର୍‌ଡ ରେକର୍ଡ କଲେ ବିନୋଦ

ନୂଆଦିଲ୍ଲୀ: ୪୪ ବର୍ଷୀୟ ବିନୋଦ କୁମାର ଚୌଧୁରୀ ନାମକ ଜଣେ ଭାରତୀୟ ବ୍ୟକ୍ତି ହାତରେ ନୁହେଁ ବରଂ ନିଜ ନାକରେ ଟାଇପ୍‌ କରି ତୃତୀୟ ଥର ପାଇଁ ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ସହ ନିଜ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସେ ସବୁଠାରୁ ଦ୍ରୁତ ଗତିରେ ନିଜ ନାକରେ ବର୍ଣ୍ଣମାଳା ଟାଇପ୍‌ କରି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହିପରି ସେ ୨ ଥର ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ନିଜ ନାମ ଲେଖାଇଥିଲେ।

ୱାଲର୍‌ଡ ରେକର୍ଡସ (ଜିଡବ୍ଲ୍ୟୁଆର) ଅନୁଯାୟୀ, ବିନୋଦ ସମାନ ଶ୍ରେଣୀରେ ତୃତୀୟ ଥର ପାଇଁ ନିଜ ରେକର୍ଡକୁ ଭାଙ୍ଗିଛନ୍ତି। ସେ ୨୦୨୩ରେ ପ୍ରଥମ ଥର ପାଇଁ ମାତ୍ର ୨୭.୮୦ ସେକେଣ୍ଡରେ ନାକରେ ଟାଇପ୍‌ କରି ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲେ। ସେହିବର୍ଷ ସେ ୨୬.୭୩ ସେକେଣ୍ଡରେ ଟାଇପ୍‌ କରି ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍‌ ଜିତିଥିଲେ। ଚଳିତ ଥର ବିନୋଦ ଏହି କାର୍ଯ୍ୟକୁ ମାତ୍ର ୨୫.୬୬ ସେକେଣ୍ଡରେ ସମାପ୍ତ କରି ଇତିହାସ ରଚିଛନ୍ତି। ଜିଡବ୍ଲ୍ୟୁଆର ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି। ଏହି କ୍ଲିପ୍‌ରେ ବିନୋଦ ନିଜ ନାକରେ ଇଂରାଜୀ ବର୍ଣ୍ଣମାଳା ଟାଇପ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର କ୍ୟାପଶନରେ ଜିଡବ୍ଲ୍ୟୁଆର ପକ୍ଷରୁ ଲେଖାଯାଇଛି “ଟାଇପିଂ ମ୍ୟାନ୍‌ ଅଫ୍‌ ଇଣ୍ଡିଆ” ଭାବରେ ଜଣାଶୁଣା ବିନୋଦ ନିଜ ନାକ ସହ ମାତ୍ର ୨୫.୬୬ ସେକେଣ୍ଡରେ ସମ୍ପୂର୍ଣ ବର୍ଣ୍ଣମାଳାକୁ ଟାଇପ କରିଦେଇଛନ୍ତି। ସେ ନିଜ ନାକରେ ଏକ ମାନକ କ୍ୱେର୍ଟୀ କି-ବୋର୍ଡରେ ରୋମାନ୍‌ ବର୍ଣ୍ଣମାଳା ଟାଇପ୍‌ କରି ଏହି ସଫଳତା ପାଇଛନ୍ତି। ତେବେ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିବା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିବାକୁ ପଡିଥିଲା ବୋଲି ଏହି ଅବସରରେ ବିନୋଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri