Advertisement

ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ ଅଫିସ,୨୮ା୧୦:ଓଡ଼ିଶା ରୁରାଲ ହାଉସିଂ ଡେଭ୍‌ଲପମେଣ୍ଟ କର୍ପୋରେଶନ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ଗୁରୁବାର ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ବିରୋଧରେ ବିନୋଦ କୁମାରଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆବେଦନର ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେହିପରି ନିମ୍ନ ଅଦାଲତ ଦେଇଥିବା ଜରିମାନା ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ୨୦୦୫ରେ ଭିଜିଲାନ୍ସ ଏତଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଭିଜିଲାନ୍ସ ବିଭାଗ ଓଏଚ୍‌ଆର୍‌ଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌, କମ୍ପାନୀ ସେକ୍ରେଟାରି ସ୍ବସ୍ତି ରଞ୍ଜନ ମହାପାତ୍ର ଏବଂ ମେଟ୍ରୋ ବିଲ୍‌ଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଉକ୍ତ ମାମଲାର ବିଚାର କରି ଉପରୋକ୍ତ ୪ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜରିମାନା ସହ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଶ୍ରମିକଙ୍କୁ ସହାୟତା

ବରଗଡ଼ ଅଫିସ୍‌,୨୪।୪: ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କୁତ୍ରାମାଲ ଏବଂ ବରପାଲି ଗ୍ରାମର ୧୨ଜଣ ଦାଦନ ଶ୍ରମିକ ଇଟା ଗଢ଼ିବାକୁ ଯାଇ ପୁରୀ ଜିଲା...

ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି...

କୋରିଆରୁ ଫେରିଥିବା ଯୁବକ ଭୀମସାରରେ ଭର୍ତ୍ତି: କରୋନା ଭାଇରସ୍‌ ସନ୍ଦେହ

ସମ୍ବଲପୁର, ୨୬।୨(ବ୍ୟୁରୋ): ବୁର୍ଲା ଭିମସାର ମେଡିକାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ଼ ଜିଲା ହେମଗିରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ...

ପଲିଥିନ୍‌ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବଦ୍ରଷ୍ଟା

ପଟ୍ଟାମୁଣ୍ଡାଇ, ୩୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି...

ଜୀବନବିନ୍ଦୁରେ ୭୦ୟୁନିଟ୍‌ ରକ୍ତ ସଂଗ୍ରହ

ଖଇରା,୨୧।୪(ଡି.ଏନ.ଏ.)-ବିଜେଡି ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ହାଇସ୍କୁଲ ପରିସରରେ ସୋମବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ...

ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୨୩ା୯: ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ: ଭାଙ୍ଗିଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୪।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ ହୋଇଛି। ଦୋଳବେଦୀ କୋଣରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ପୂର୍ବାହ୍ନରେ ଭଙ୍ଗାଯିବା ଆରମ୍ଭ...

ଗଞ୍ଜାମରୁ ଅନ୍ୟ ଜିଲାକୁ ଯିବା ପାଇଁ ଆଉ ଦରକାର ପଡ଼ିବନି ପାସ୍‌

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ଅନ୍ୟ ଜିଲାକୁ ଗାଡ଼ିରେ ଯାତ୍ରା କରିବା ପାଇଁ ଅନୁମତି ସହ ପାସ ଆଉ ଦରକାର ପଡ଼ିବନି। ଏହି ନିୟମ ତଥା ବ୍ୟବସ୍ଥାକୁ...

Advertisement
Archives

Model This Week