Posted inଖେଳ

ବିଦେଶରେ ଟ୍ରେନିଂ ନେବେ ଭିନେଶ, ବଜରଙ୍ଗ

ନୂଆଦିଲ୍ଲୀ, ୩୦ା୬ : ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ପାଇଁ ପ୍ରସ୍ତୁତି ସକାଶେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମୟ ମାଗିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଟ୍ରେନିଂ ଲାଗି ଯଥାକ୍ରମେ କିର୍‌ଗିଜ୍‌ସ୍ତାନ ଓ ହଙ୍ଗେରୀ ଯିବେ। ଉଭୟ କୁସ୍ତିଯୋଦ୍ଧା ଏ ସମ୍ପର୍କରେ ଦେଇଥିବା ପ୍ରସ୍ତାବ କ୍ରୀଡ଼ାମନ୍ତ୍ରଣାଳୟ ଦ୍ୱାରା ଗୃହୀତ ହୋଇଯାଇଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିବା ଏହି ଦୁଇଜଣ କୁସ୍ତି ଯୋଦ୍ଧା କିଛି ଦିନ ପୂର୍ବେ କ୍ରୀଡ଼ା ମନ୍ତ୍ରଣାଳୟକୁ ସେମାନଙ୍କ ପ୍ରସ୍ତାବ ଦେଇଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ସେମାନେ ବିଦେଶ ଗସ୍ତରେ ଯିବେ। ସେମାନେ ଆଉ ଧାରଣାରେ ବସିବେ ନାହିଁ ବୋଲି ନିକଟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ପୁନିଆ ୩୬ ଦିନ ପାଇଁ କିର୍‌ଗିଜସ୍ତାନର ଇସିକ୍‌-କୁଲ୍‌ ଅଭିମୁଖେ ଗସ୍ତ କରିବାକୁ ଥିବା ବେଳେ ଭିନେଶ ତାଙ୍କ ପ୍ରଥମ ଗସ୍ତରେ ବିଶ୍‌କେକ୍‌ଠାରେ ଏକ ସପ୍ତାହ ପାଇଁ ଏବଂ ହଙ୍ଗେରୀର ଟାଟାଠାରେ ୧୮ ଦିନ ଟ୍ରେନିଂ ନେବେ। ଭିନେଶଙ୍କ ସହିତ ଫିଜିଓଥେରାପିଷ୍ଟ ଅଶ୍ୱିନୀ ଜୀବନ ପାଟିଲ, କୋଚ୍‌ ସୁଦେଶ ଏବଂ ତାଙ୍କ ସ୍ପେୟାରିଂ ପାର୍ଟନର ସଙ୍ଗୀତା ଫୋଗଟ ମଧ୍ୟ ଯିବେ। ସେହିପରି ପୁନିଆଙ୍କ ସହ କୋଚ୍‌ ସୁଜିତ ମାନ୍‌, ଫିଜିଓଥେରାପିଷ୍ଟ ଅନୁଜ ଗୁପ୍ତା, ସ୍ପେୟାରିଂ ପାର୍ଟନର ଜିତେନ୍ଦର ଖାନ୍‌ହା ଏବଂ ଷ୍ଟ୍ରେନ୍ଥ୍‌ ଏବଂ କଣ୍ଡିଶନିଂ ଏକ୍ସପର୍ଟ କାଜି ହସନ ମଧ୍ୟ ଯିବେ। ଅଲିମ୍ପିକ ଗୋଲ୍ଡ କ୍ୱେଷ୍ଟ (ଓଜିକ୍ୟୁ) ହେଉଛି ଏକ ନନ୍‌ ପ୍ରଫିଟ୍‌ ପ୍ରମୋଶନ ଫାଉଣ୍ଡେଶନ। ଏହି ସଂସ୍ଥା ପାଟିଲ, ଗୁପ୍ତା ଓ ହସନଙ୍କ ଖର୍ଚ୍ଚ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri