Posted inଖେଳ

ଭିଲଓ୍ବାରା କିଙ୍ଗ୍ସ ବିଜୟୀ

ଲକ୍ଷ୍ନୌ, ୧୯।୯: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଭିଲ୍‌ଓ୍ବାରା କିଙ୍ଗ୍ସ ୩ ଉଇକେଟରେ ମନିପାଲ ଟାଇଗର୍ସକୁ ପରାସ୍ତ କରିଛି। ଟାଇଗର୍ସ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୫୩ ରନ୍‌ କରିଥିବାବେଳେ କିଙ୍ଗ୍ସ ୧୯.୪ ଓଭରରେ ୭ ଉଇକେଟ ବିନିମୟରେ ୧୫୬ ରନ୍‌ ସଂଗ୍ରହ କରିନେଇଥିଲା। ବିଜୟୀ ଦଳ ପକ୍ଷରୁ ୟୁସୁଫ୍‌ ପଠାନ ୨୮ ବଲ୍‌ରୁ ସର୍ବାଧିକ ୪୪ (୪ ଚୌକା, ୨ ଛକା), ତନ୍ମୟ ଶ୍ରୀବାସ୍ତବ ୨୮ ଏବଂ ଇର୍‌ଫାନ ପଠାନ ଓ ଟିନୋ ବେଷ୍ଟ ୧୫* ରନ ଲେଖାଏ ସ୍କୋର କରିଥିଲେ। ମନିପାଲ ଟାଇଗର୍ସ ବୋଲରଙ୍କ ମଧ୍ୟରେ ର଼୍ୟାନ ସାଇଡବଟମ ୩ଟି, କ୍ରିସ ମୋପୋଫୁ ୨ଟି ଉଇକେଟ ନେଇଥିଲେ। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ମନିପାଲ ଟାଇଗର୍ସ। ଟପ୍‌ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦଳ ମହମ୍ମଦ କୈଫଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ସମ୍ମାନଜନକ ସ୍କୋର କରିଥିଲା। କୈଫ ୫୯ ବଲ୍‌ରୁ ୧୦ ଚୌକା ସହାୟତାରେ ୭୩ ଏବଂ ପ୍ରଦୀପ ସାହୁ ୧୯ ବଲ୍‌ରୁ ୩୦ (୨ ଚୌକା, ୧ ଛକା) ରନ କରିଥିଲେ। ବିପକ୍ଷ ଦଳର ଫିଦେଲ ଏଡଓ୍ବାଡର୍‌ସ ସର୍ବାଧିକ ୪ଟି ଉଇକେଟ ନେଇଥିବାରୁ ଶେଷରେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ କ୍ରିକେଟର ନୂଆ ଧୋନୀ ହେଉଛନ୍ତି ବଟଲର

ଲଣ୍ଡନ, ୨୫ା୬ (ପି.ଟି.)-ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ସୋମବାର ଜୋସ୍‌ ବଟଲରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଇଂଲଣ୍ଡର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ସେ ବିଶ୍ୱ କ୍ରିକେଟର...

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ...

କର ବା ମର ମ୍ୟାଚ୍‌ରେ ୫ ବଲରେ ୩ ଉଇକେଟ ହରାଇଲା ଟିମ୍‌ ଇଣ୍ଡିଆ

ହାମିଲଟନ,୨୨।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭଲ ଆରମ୍ଭ ମିଳିବା ପରେ ଟିମ୍‌ ଇଣ୍ଡିଆ ଲଗାତାର ୩...

ଚେସ୍‌ ଅଲିିମ୍ପିଆଡ୍‌: ମଙ୍ଗୋଲିଆ ସହ ଡ୍ର ରଖିଲା ଭାରତ

ଚେନ୍ନାଇ, ୨୩ା୮ (ପି.ଟି.)-ଫିଡେ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ରେ ଚାଇନା ପୁଲ୍‌ ଏ’ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ମଙ୍ଗୋଲିଆ ବିପକ୍ଷ ମ୍ୟାଚକୁ ଭାରତ...

ଆସାମରେ ଫସିଛନ୍ତି ଓଡ଼ିଶା ଜୁନିୟର କ୍ରିକେଟର୍‌: ବିସିସିଆଇର ସହାୟତା ଲୋଡ଼ିଲା ଓସିଏ; ହୋଟେଲ ବାହାରେ ବିକ୍ଷୋଭ, ଚିନ୍ତାରେ ଅଭିଭାବକ

କଟକ ଅଫିସ,୧୩ା୧୨- ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ବିରୋଧ କରି ଆସାମରେ ନିଆଁ ଜଳୁଥିବା ବେଳେ ଏଥିରେ ଫସିଛନ୍ତି ଓଡ଼ିଶାର ୧୯ ବର୍ଷରୁ କମ୍‌ ଜୁନିୟର ବାଳକ...

ଭାରତୀୟ ଦଳର ପ୍ରଦର୍ଶନ ନେଇ ଖପ୍ପା ଏହି କ୍ରିକେଟର୍‌: କହିଲେ,ଆଇପିଏଲ-ବିଶ୍ୱକପ୍‌ ମଧ୍ୟରୁ ଗୋଟିଏ ବାଛ

ନୂଆଦିଲ୍ଲୀ,୯।୧୧: ଆଇସିସି ଟି -୨୦ ବିଶ୍ୱକପରେ ଭାରତ ଅଭିଯାନ ଶେଷ କରିଛି। ଭାରତ ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇପାରିନାହିଁ। ୨୦୧୨ ପରଠାରୁ ପ୍ରଥମ ଥର...

ଘୁଞ୍ଚିଲା ଭାରତୀୟ ମହିଳା ଦଳର ଅଷ୍ଟ୍ରେଲିଆ ଗସ୍ତ

ମେଲବୋର୍ନ,୩୧।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଗୁରୁବାର କୁହାଯାଇଛି। ଫଳରେ କୋଭିଡ୍‌-୧୯...

ଓ୍ବିମ୍ବେଲଡନ ପୁରସ୍କାର ବାଣ୍ଟି ଦିଆଯିବ

ଓ୍ବିମ୍ବେଲଡନ, ୧୧ା୭ (ଏପି): କରୋନା ଭାଇରସ୍‌ ମହାମାରୀ ଯୋଗୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ବାତିଲ କରିଦିଆଯାଇଛି। ଏହା ସତ୍ତ୍ୱେ ୧୨.୫ ନିୟୁତ ଡଲରା ପୁରସ୍କାର...

Advertisement
Archives

Model This Week