ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ…

ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍‌ ନିହ୍ନୁଆ ଖେସେରା ଜଙ୍ଗଲରେ ୪ ଟିକିଆ ହାତୀପଲ ଥିବା ଖବର ପାଇ ବନ କର୍ମଚାରୀ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଘେରିଥିଲେ। ବନକର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁନାହିଁ ବୋଲି ଅଭିଯୋଗ କରି ଗ୍ରାମବାସୀ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ନିହ୍ନୁଆ ଖେସେରା ଜଙ୍ଗଲରେ ହାତୀ ଡେରା ପକାଇଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଥିଲେ। ଖବର ପାଇ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ପାରାଷ୍ଟାଫ୍‌ ଭରଦ୍ୱାଜ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଜିତେନ୍ଦ୍ର ମହାନ୍ତ ଓ ଝାଡ଼େଶ୍ୱର ମହାନ୍ତ ପହଞ୍ଚତ୍ ହାତୀର ଗତି ବିଦ୍ଧି ଉପରେ ନଜର ରଖିଥିଲେ। ଏହି ସମୟରେ ଦେଢ଼ ଶହରୁ ଊଦ୍ଧର୍‌ବ ଉତ୍ତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଘେରି ଯାଇ ଆକ୍ରମଣ ଉଦ୍ୟମ କରିଥିଲେ। ବନ କର୍ମଚାରୀମାନେ ହାତୀ ଘଉଡ଼ାଇବାକୁ ସାଙ୍ଗରେ ମଶାଲ, ବାଣ, ଲାଇଟ୍‌ କାହିଁକି ଆଣିନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏଥି ସହ ବନ ବିଭାଗ ଗାଡ଼ିରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ବନ କର୍ମଚାରୀ ସେଠାରୁ କୌଶଳ କ୍ରମେ ଖସି ଆସି ଖିର଼େଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଏସିଏଫ୍‌ ଜିତେନ୍ଦ୍ର ବେହେରାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏସିଏଫ୍‌ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ବନ କର୍ମଚାରୀଙ୍କୁ ପୋଲିସ ଫୋର୍ସ ସୁରକ୍ଷା ଯୋଗାଇ ଦେବାକୁ ତୁରୁମୁଙ୍ଗା ଥାନାରେ ଲିଖିତ ନିବେଦନ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୋଲିସ ଫୋର୍ସ କେନ୍ଦୁଝର ଯାଇଥିବାରୁ ତୁରୁମୁଙ୍ଗା ଥାନା ଡ୍ୟୁଟିରେ ଥିବା ଡିସିଓ ନିଜର ଅସହାୟତା ପ୍ରକାଶ କରି ସୁରକ୍ଷା ଯୋଗାଇ ଦେଇହେବ ନାହିଁ ବୋଲି କହିଥିବା ବନ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଗଣମାଧ୍ୟମକୁ କହିଛନ୍ତି। ଫଳରେ ବନ କର୍ମଚାରୀ ଭୟରତୁର ହୋଇ ନିହ୍ମୁଆ ଜଙ୍ଗଲକୁ ସୋମବାର ରାତିରେ ଯାଇପାରି ନ ଥିଲେ।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀଙ୍କୁ ଘୋଉଡ଼ାଇବାକୁ ବାଣ, ନିଆଁ ହୁଳାର ବ୍ୟବହାର ନ କରିବାକୁ ସରକାରଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ ରହିଛି। ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀ ହାତୀ ଘଉଡ଼ାଇବାରେ କାହିଁକି ବାଣ ଓ ମଶାଲ ବ୍ୟବହାର କରୁନାହାନ୍ତି ବୋଲି ଦାବି କରିବା ଓ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପରିବେଶ ପ୍ରେମୀ, ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri