Advertisement

ଶୁଣିଲାନି ପ୍ରଶାସନ: ୬ କି.ମି. ଘାଟିରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୧୦ା୧୧ (ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରି ନିର୍ମାଣ କରିଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତର ପୁଟମାରି ଗ୍ରାମରେ। ପୁଟମାରି, ଲୁଲା ଘାଣ୍ଟ୍ରାଗୁଡା ଘାଟି ରାସ୍ତା ଉପରେ ପୋଦୁଗୁଡ଼ା, ତବଜା ଗୁଡ଼ା, କୁଦାଲ, ଅଟାଲ, ଲୁଲା ପରି ୭/ ୮ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଗ୍ରାମଠାରୁ ୧୦ କି.ମି. ଦୂର ପୋଡ଼ାଗଡ଼ ସାପ୍ତାହିକ ହାଟ, ଲ୍ୟାମ୍ପସ, ମଣ୍ଡି କିମ୍ବା କୋରାପୁଟ ଡାକ୍ତରଖାନା ଯିବାକୁ ହେଲେ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ସୁବିଧାଜନକ ହୋଇଥାଏ। ମାତ୍ର ରାସ୍ତା ଖରାପ ହୋଇପଡ଼ିବାରୁ ଏବେ ଉପରୋକ୍ତ ଗ୍ରାମବାସୀ ପୋଡ଼ାଗଡ଼ ହାଟ, ବଜାର ଏବଂ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯିବାକୁ ହେଲେ ୩୦/୪୦ କି.ମି. ଦୂର ବୁଲି ଯାଉଛନ୍ତି। ଏଥିପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏହି ଘାଟିରାସ୍ତାକୁ ପକ୍କାରାସ୍ତାରେ ପରିଣତ କରି ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ ଶ୍ରମଦାନ କରି ଗ୍ରାମବାସୀ ଉକ୍ତ ରାସ୍ତାକୁ ଗ୍ରାମଠାରୁ ପୁଟମାରି, କଡ଼ମା ଝୋଲାଗାଁ ଦେଇ ପାଇକପୁକି ଶିବମନ୍ଦିର ଛକ ପର୍ଯ୍ୟନ୍ତ ୬ କି.ମି. ରାସ୍ତା ମରାମତି କରି ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବହିଷ୍କୃତ ହେଲେଣି, ୧୪ ଜଣଙ୍କ ନାମରେ ମାମଲା

କବିସୂର୍ଯ୍ୟନଗର,୧୭ା୨: ଗଞ୍ଜାମ ଜିଲାରେ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ଚାଲିଛି। କବିସୂର୍ଯ୍ୟନଗର ଏନ୍‌ଏସି ଓ ବ୍ଲକରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଶିକ୍ଷକତା କରୁଥିବା...

ପ୍ରଚାରରେ ମନ୍ତ୍ରୀ, ଏମ୍‌ପି

ବରଗଡ଼ ଅଫିସ୍‌/ବରପାଲି,୧୭।୩(ଡି.ଏନ.ଏ): ବରଗଡ଼ ଜିଲାରେ ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର...

ନିଶାରେ ଭାସିଥିଲା ନିର୍ବାଚନ

କଟକ ଅଫିସ, ୧୩।୫:  ନିଶାରେ ଭାସିଥିଲା ଓଡ଼ିଶାର ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ। ଭଦ୍ରକରେ ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ...

ଠାକୁରଗଡ଼ ଅଞ୍ଚଳରେ ଝଡ଼ତୋଫାନ, ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଠାକୁରଗଡ଼ ମଇମୁରା ରାସ୍ତାର ଶିବ ମନ୍ଦିର...

ଟୋଲଗେଟରେ ଗଣ୍ଡଗୋଳ: ଭାଜପା ନେତାଙ୍କୁ ମାଡ଼

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ଭାଜପା ସଭାପତି ଗିରୀଶ ପଟେଲଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଭୁବନେଶ୍ୱରଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଯାଉଥିଲେ। ଆଠଗଡ଼ ଟୋଲଗେଟରେ ୨ଜଣ...

ବର୍ଷେ ହେଲାଣି ଫଟା ପାଇପ୍‌ ମରାମତି ହେଉନି

ମାଲକାନଗିରି,୧୨।୫ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟ ପଞ୍ଚାୟତର ଅମଳାବଟା ଗ୍ରାମରେ ବଢିବାରେ ଲାଗିଛି ଜଳ କଷ୍ଟ । ଗ୍ରାମରେ ପାନୀୟ ଜଳ ଯୋଗାଣ...

ରଥ ଛୁଇଁପାରିଲେନି ଭକ୍ତ

ପୁରୀ ଅଫିସ,୯।୭: ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଦଣ୍ଡାୟମାନ ହୋଇ ରୁହେ। ଅନେକ ଭକ୍ତ...

ଡକାୟତି ପାଇଁ କରୁଥିଲେ ଯୋଜନା, ବାନ୍ଧିଲା ପୋଲିସ

ପୁରୀ ଅଫିସ,୨୪।୧୦: ଡକାୟତି ଯୋଜନା କରୁଥିବାବେଳେ କୁମ୍ଭାରପଡ଼ା ଥାନା ପୋଲିସ ଦୁର୍ବୃତ୍ତଙ୍କୁ କାବୁ କରିନେଇଛି। ୪ ଦୁର୍ବୃତ୍ତଙ୍କ ସହ ସେମାନଙ୍କଠାରୁ ମାରଣାସ୍ତ୍ର, ଦୁଇଟି ଜୀବନ୍ତ ବୋମା...

Advertisement
Archives

Model This Week