ବାଲି ନିଲାମକୁ ଗ୍ରାମବାସୀଙ୍କ ବିରୋଧ

ବାଲେଶ୍ୱର ଅଫିସ,୨୮।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଘୁଙ୍ଗି ମୌଜାର ସୋନ ନଦୀକୂଳରେ ଅବସ୍ଥିତ ବୋଇତବାଙ୍କ ଗ୍ରାମ ଆଜି ସଂକଟରେ। ଭୌଗୋଳିକ ଅବସ୍ଥିତି ବଦଳିଲେ ସମ୍ପୂର୍ଣ୍ଣ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାପୂର୍ବରୁ ବୋଇତବାଙ୍କ ଘାଟରେ ଥିବା ବାଲି ଉତ୍ସ ନିଲାମ ନିଷ୍ପତ୍ତି ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବାତିଲ୍‌ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳ, ବିଡିଓ ଓ ତହସିଲ ଅଫିସ୍‌ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
ମୌଜାରେ ବୋଇତବାଙ୍କର ପ୍ଲଟ ୯୯୭ ଓ ୮୬୦ ନିକଟରେ ଘରବାରି, ବଗିଚା, ଗୋଚର, ଶ୍ମଶାନ ତଥା ତେନ୍ତୁଳିଦା ଓ ପତ୍ରିପାଳ ପଞ୍ଚାୟତକୁ ଯୋଗାଉଥିବା ବୃହତ୍‌ ପାନୀୟଜଳ ପ୍ରକଳ୍ପ ରହିଛି। ବାଲି ନିଲାମ ହେଲେ ପାଣିର ଉତ୍ସ ବନ୍ଦ ହେବା ସହ ନଦୀ ବାଙ୍କରେ ଅବସ୍ଥିତ ଗ୍ରାମ ପ୍ରତି ବିପଦ ସୃଷ୍ଟି ହେବ। ବାଲି ଉଠିଗଲେ ବନ୍ୟା ସମୟରେ ନଦୀ ଗତିପଥ ବଦଳିବା ସହ ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯିବ। ଏଥିସହ ନୂତନ ଭାବେ ନିର୍ମାଣ ହେଉଥିବା ପୋଲ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଅଶ୍ରୁ କୁମାର ସ୍ବାଇଁ କହିଛନ୍ତି, ପ୍ରାଚୀନ ଉକତ୍ଳୀୟ ନୌବାଣିଜ୍ୟ ସହ ଗ୍ରାମର ସମ୍ପର୍କ ଥିବାରୁ ଏହାର ନାମ ବୋଇତବାଙ୍କ ହୋଇଛି। ବାଲେଶ୍ୱରଠାରେ ଏକ ବନ୍ଦର ଥିବା ଓ ତାର ଏକ ଶାଖା ବୋଇତବାଙ୍କଠାରେ ଥିବା ଜନଶ୍ରୁତିରେ ଶୁଣିବାକୁ ମିଳେ। ସେହି ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ବାଲି ସ୍ତୁପ ଦ୍ୱୟ ପ୍ଲଟ ୯୯୭ ଓ ୮୬୦ରେ ପ୍ରତିବର୍ଷ ଆଡ଼ମ୍ବର ସହକାରେ ୩ଦିନ ଧରି କାର୍ତ୍ତିକ ପୂର୍ଣ୍ଣିମା ଆୟୋଜିତ ହୋଇଆସୁଛି। କୁମାର ପାଣିଗ୍ରାହୀ କହିଛନ୍ତି, ତଳିଆ ଅଞ୍ଚଳରୁ ବାଲି ଉଠିଯିବା ଫଳରେ ବନ୍ୟାରେ ଧୋଇ ହୋଇ ବର୍ତ୍ତମାନ ବାଲିର ସ୍ତର ମାତ୍ର ୧ ଫୁଟ୍‌ ରହିଛି। ଯଦି ବାଲି ସଇରାତ୍‌ ନିଲାମ ହୁଏ ତା’ହେଲେ ଏହି ପ୍ରାଚୀନ ସଂସ୍କୃତି ନଷ୍ଟ ହେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri