ବାଲି ନିଲାମକୁ ଗ୍ରାମବାସୀଙ୍କ ବିରୋଧ

ବାଲେଶ୍ୱର ଅଫିସ,୨୮।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଘୁଙ୍ଗି ମୌଜାର ସୋନ ନଦୀକୂଳରେ ଅବସ୍ଥିତ ବୋଇତବାଙ୍କ ଗ୍ରାମ ଆଜି ସଂକଟରେ। ଭୌଗୋଳିକ ଅବସ୍ଥିତି ବଦଳିଲେ ସମ୍ପୂର୍ଣ୍ଣ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାପୂର୍ବରୁ ବୋଇତବାଙ୍କ ଘାଟରେ ଥିବା ବାଲି ଉତ୍ସ ନିଲାମ ନିଷ୍ପତ୍ତି ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବାତିଲ୍‌ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳ, ବିଡିଓ ଓ ତହସିଲ ଅଫିସ୍‌ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
ମୌଜାରେ ବୋଇତବାଙ୍କର ପ୍ଲଟ ୯୯୭ ଓ ୮୬୦ ନିକଟରେ ଘରବାରି, ବଗିଚା, ଗୋଚର, ଶ୍ମଶାନ ତଥା ତେନ୍ତୁଳିଦା ଓ ପତ୍ରିପାଳ ପଞ୍ଚାୟତକୁ ଯୋଗାଉଥିବା ବୃହତ୍‌ ପାନୀୟଜଳ ପ୍ରକଳ୍ପ ରହିଛି। ବାଲି ନିଲାମ ହେଲେ ପାଣିର ଉତ୍ସ ବନ୍ଦ ହେବା ସହ ନଦୀ ବାଙ୍କରେ ଅବସ୍ଥିତ ଗ୍ରାମ ପ୍ରତି ବିପଦ ସୃଷ୍ଟି ହେବ। ବାଲି ଉଠିଗଲେ ବନ୍ୟା ସମୟରେ ନଦୀ ଗତିପଥ ବଦଳିବା ସହ ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯିବ। ଏଥିସହ ନୂତନ ଭାବେ ନିର୍ମାଣ ହେଉଥିବା ପୋଲ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଅଶ୍ରୁ କୁମାର ସ୍ବାଇଁ କହିଛନ୍ତି, ପ୍ରାଚୀନ ଉକତ୍ଳୀୟ ନୌବାଣିଜ୍ୟ ସହ ଗ୍ରାମର ସମ୍ପର୍କ ଥିବାରୁ ଏହାର ନାମ ବୋଇତବାଙ୍କ ହୋଇଛି। ବାଲେଶ୍ୱରଠାରେ ଏକ ବନ୍ଦର ଥିବା ଓ ତାର ଏକ ଶାଖା ବୋଇତବାଙ୍କଠାରେ ଥିବା ଜନଶ୍ରୁତିରେ ଶୁଣିବାକୁ ମିଳେ। ସେହି ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ବାଲି ସ୍ତୁପ ଦ୍ୱୟ ପ୍ଲଟ ୯୯୭ ଓ ୮୬୦ରେ ପ୍ରତିବର୍ଷ ଆଡ଼ମ୍ବର ସହକାରେ ୩ଦିନ ଧରି କାର୍ତ୍ତିକ ପୂର୍ଣ୍ଣିମା ଆୟୋଜିତ ହୋଇଆସୁଛି। କୁମାର ପାଣିଗ୍ରାହୀ କହିଛନ୍ତି, ତଳିଆ ଅଞ୍ଚଳରୁ ବାଲି ଉଠିଯିବା ଫଳରେ ବନ୍ୟାରେ ଧୋଇ ହୋଇ ବର୍ତ୍ତମାନ ବାଲିର ସ୍ତର ମାତ୍ର ୧ ଫୁଟ୍‌ ରହିଛି। ଯଦି ବାଲି ସଇରାତ୍‌ ନିଲାମ ହୁଏ ତା’ହେଲେ ଏହି ପ୍ରାଚୀନ ସଂସ୍କୃତି ନଷ୍ଟ ହେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri