ଜଳକଷ୍ଟ ଭୋଗୁଛନ୍ତି ବନ୍ଧାମାମୁଡ଼ି ଗ୍ରାମବାସୀ

ବାଲିମେଳା,୧୫ା୩(ଶିବଦତ୍ତ ସାହୁ): ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ଜଳ ସଙ୍କଟ ଦେଖାଦେଇଛି। ମୁଖ୍ୟତଃ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଛି। ଏଭଳି ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବନ୍ଧାମାମୁଡ଼ି ଗାଁରେ। ଏହି ଗ୍ରାମରେ ଥିବା ଦୁଇଟି ସୌରଚାଳିତ ପ୍ରକଳ୍ପ ପ୍ରାୟ ୬ରୁ ୭ମାସ ହେବ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଖାଲି ଏତିକି ନୁହେଁ, ଗ୍ରାମରେ ଥିବା ୫ଟି ନଳକୂପ ମଧ୍ୟରୁ ୩ଟି ଦୀର୍ଘମାସ ହେବ ଅଚଳ ହୋଇ ପଡ଼ିଛି। ଫଳରେ ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ନକାମାମୁଡ଼ି ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୪ କି.ମି.ଦୂରରେ ବନ୍ଧାମାମୁଡ଼ି ଗ୍ରାମ ଥିବା ବେଳେ ଏହା ଉପରେ ବିଭାଗୀୟ ଅଧିକାରୀ, ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ନିର୍ବାଚିତ ଜନ ପ୍ରତିନିଧିଙ୍କ ଦୃଷ୍ଟି ପଡୁନି ।
ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭକରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ, ବ୍ଲକ ପ୍ରଶାସନ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆଗରେ ଯେତେ ନେହୁରା ହେଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମର ଶ୍ୟାମ ଖିଲ, ରାମଚନ୍ଦ୍ର ମୁଦୁଲି, ଲକ୍ଷ୍ମୀ ଖିଲ, ବୈଦ୍ୟ ହନ୍ତାଳ, ଗୁଳୁତି ମିଦୁଲି, ଲଛମି ଖରା ଓ ନୈନା ବୈରାଗୀଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ଧାମାମୁଡ଼ି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ଗାଁରେ ୫୨ରୁ ପରିବାରର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକେ ବସବାସ କରି ଆସୁଛନ୍ତି। ଗ୍ରାମବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରାୟ ୪ ବର୍ଷ ପୂର୍ବେ ଗଁାରେ ଦୁଇଟି ସୌରଚଳିତ ପାନୀୟଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା । ଗ୍ରାମବାସୀଙ୍କୁ ଜଳ ଯୋଗାଇ ଦେବାକୁ ପାଇପ୍‌ ବିଛାଯାଇ କେତେକ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । ଦୁଇଟି ଯାକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ କିଛିମାସ ପର୍ଯ୍ୟନ୍ତ ଠିକ ଚାଲିଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଗାଁରେ ଥିବା ଦୁଇଟି ଯାକ ପ୍ରକଳ୍ପ ସମ୍ପୂର୍ଣ ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଗ୍ରାମରେ ଥିବା ମୋଟ ୫ ନଳକୂପ ମଧ୍ୟରୁ କଲୋନୀରେ ଥିବା ୩ ନଳକୂପ ଅଚଳ ହୋଇପଡିଛ। ଅବଶିଷ୍ଟ ଦୁଇଟି ମଧ୍ୟରୁ ସ୍କୁଲ ପାର୍ଶ୍ୱରେ ଥିବା ନଳକୂପରୁ ହ୍ୟାଣ୍ଡେଲ ମାରିଲେ ବହୁ କଷ୍ଟରେ ହାଣ୍ଡିଏ ପାଣି ବାହାରୁଛି। ଅଙ୍ଗନଓ୍ବାଡି କେନ୍ଦ୍ରରେ ନଳକୂପ ନାହିଁ କିମ୍ବା ପାଣି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଶିଶୁ ମାନଙ୍କର ରୋଷେଇ ପାଇଁ ବାହାରୁ ପାଣି ବୋହି ଆଣିବାକୁ ବାଧ୍ୟ ହେଉଛୁ ବୋଲି କର୍ମୀ ସରୋଜିନୀ ଖରା କହିଛନ୍ତି । ଗାଁ ଲୋକେ ପ୍ରାୟ ଦେଢ଼ କି.ମି. ଦୂରରେ ଥିବା ବାଲିମେଳା ମାଟିବନ୍ଧକୁ ଯାଇ ଶୌଚହେବା ସହିତ ସେଠାରୁ ଜଳ ସଂଗ୍ରହ କରି ଅଣୁଥିବା ବହୁ ଗ୍ରାମବାସୀ କରିଛନ୍ତି ।
ପୂର୍ବରୁ ଗାଁରେ ଥିବା ଦୁଇଟି କୂଅ ଭଗ୍ନ ଅବସ୍ଥାରେ ପଡି ରହିଛି । ଏଠାରେ ଜଳ ସଙ୍କଟ ଲାଗି ରହିଥିବାରୁ ଗାଁ ଲୋକଙ୍କ ସମେତ ଗୋରୁ ଓ ଅନ୍ୟ ଗୃହପାଳିତ ପ୍ରାଣୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ଜଳ ସଙ୍କଟ ଦୀର୍ଘବର୍ଷ ଧରି ଲାଗିରହିଛି। ୨୦୧୭ରେ ସହଦେବ ବୈରାଗୀଙ୍କ ଗର୍ଭବତୀ ସ୍ତ୍ରୀ ମାରିୟମା ବୈରାଗୀ ତାଙ୍କ ୨ ବର୍ଷର ଶିଶୁକନ୍ୟାକୁ ସାଙ୍ଗରେ ନେଇ ପାଣି ଆଣିବା ପାଇଁ ଗାଁରେ ଥିବା କୂଅକୁ ଯାଇଥିଲେ। କୌଣସି କାରଣରୁ ଶିଶୁକନ୍ୟାଟି କୂଅ ଭିତରେ ଗଳି ପଡିବାରୁ ତୁରନ୍ତ ତାକୁ ଉଦ୍ଧାର କରିବା ପାଇଁ ମାରିୟାମ୍ମା କୂଅକୁ ଡେଇଁ ଉଦ୍ଧାର କରିଥିଲେ। ଶେଷରେ ମାରିୟାମ୍ମାଙ୍କ ମୃତ୍ୟୁ ହୋଇଥବା ନେଇ ଶାଶୁ ନୈନା ବୈରାଗୀ କୋହଭରା କଣ୍ଠରେ କହିଛନ୍ତି। ଏନେଇ ଜଳ ଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ରବୀନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ ଉକ୍ତ ଗ୍ରାମ ଭିତରେ ଅଚଳ ହୋଇଥିବା ସୌରଚାଳିତ ପ୍ରକଳ୍ପକୁ ମରାମତି କରିବା ଗୋଟିଏ ଟିମ୍‌କୁ ଉକ୍ତ ଗ୍ରାମକୁ ପଠାଯାଇଛି ।
ସ୍କୁଲ ପାଖରେ ଥିବା ପ୍ରକଳ୍ପର ନଳକୂପରୁ ପାଣି କମ୍‌ ବାହାରୁଛି। ସେଠାରେ ଆଉ ଗୋଟେ ନୂତନ ନଳକୂପ ଖୋଳାଯିବ। ପଞ୍ଚାୟତ ପକ୍ଷରୁ ନଳକୂପ ଖୋଲିବା ପାଇଁ ନିର୍ବାହୀ ଅଧିକାରୀ ଗାଡ଼ି ଯୋଗାଡ଼ କରିଥିବା ଯନ୍ତ୍ରୀ ବିଶ୍ୱାଳ କହିଛନ୍ତି। ଏ ସମ୍ପର୍କରେ ନାକାମାମୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଗୁରୁଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଏଥି ନିମନ୍ତେ ତୁରନ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri