ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିଲେ ୧୫ ଗ୍ରାମର ଗ୍ରମବାସୀ

ତୁମୁଡିବନ୍ଧ,୨୨ା୯(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଗୁମା ପଞ୍ଚାୟତର ଡୁପି ଗ୍ରାମରେ ପ୍ରଦାତା ସେବା ସଂସ୍ଥାର ସମ୍ପାଦକ ପ୍ରଦୀପ ଦାସଙ୍କ ନେତୃତ୍ୱରେ ବିକାଶ ଅଂଶୀଦାରମାନଙ୍କ ଏକ ବୈଠକ ହୋଇଥିଲା। ଏଥିରେ ଆଦିମ ଜନଜାତି କୁଟିଆ ସମ୍ପ୍ରଦାୟର ଦୁଇ ପଞ୍ଚାୟତର ୧୫ଟି ଗ୍ରାମର ଅଧିବାସୀ ଉପସ୍ଥିତ ଥିଲେ। ସରକାରୀ କର୍ମଚାରୀ ଭାବେ ବେଲଘର ବନ ବିଭାଗ ବନପାଳ ନିରାକାର ସାହୁ, ତୁମୁଡିବନ୍ଧ ବ୍ଲକ ପ୍ରାଣୀ ସମ୍ପଦ ବିଭାଗର ଡ. ମଙ୍ଗଲଗିରି ରାହୁଲ, ତହସିଲ କାର୍ଯ୍ୟାଳୟମ୍‌ରୁ ଏଫଆରଏ ସଂଯୋଜକ ଦେବକୀ ବଡସେଟ, ଗୁମା ସରପଞ୍ଚ ସସ୍ମିତା ମାଝୀ, ବେଲଘର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମାଝୀ ଏବଂ ଝିରିପାନି ସରପଞ୍ଚ କାନ୍ତି ପାତ୍ର, ଡୁପି ଗ୍ରାମର ୱାର୍ଡସଭ୍ୟ ମମତା ମାନସେଠ୍‌ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀ ମାନେ ନିଜ ବିଭାଗରେ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇ ଏଥିରୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ବେଅଠକରେ ଆଲୋଚନା କରିଥିଲେ। ବନ ବିଭାଗର ନିରାକାର ସାହୁ କହିଥିଲେ, ଜୀବିକା ପାଇଁ ଜଙ୍ଗଲ କାଟିଲେ ଆମେ ବହୁ ସମସ୍ୟାର ସମ୍ମୁଖିନ ହେଉଛେ। ଜଙ୍ଗଲକୁ ସୁରକ୍ଷା ଦେଇ କିପରି ବଞ୍ଚାଇବା ସେନେଇ ବୁଝାଇଥିଲେ। ପ୍ରାଣୀ ସମ୍ପଦ ବିଭାଗର ଡ. ମଙ୍ଗଲଗିରି ରାହୁଲ କହିଲେ, ପ୍ରାଣୀ ସମ୍ପଦ ଉପରେ ସରକାର ବିଭିନ୍ନ ଯୋଜନା ତିଆରି କରିଛନ୍ତି। ସେହି ଯୋଜନାରେ ଚାଷ କଲେ କିପରି ରିହାତି ସୁବିଧା ପାଇବା ସେ ନେଇ ବୁଝାଇଥିଲେ। ଏଫଆରଏ ସଂଯୋଜିକା ଦେବକୀ ବଡ଼ସେଠ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାର ଆଇନରେ କିପରି ପଟ୍ଟା ପାଇବେ ସେ ନେଇ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri