ଜେସିବି ଲଗାଇ ଖୋଳିଦେଲେ ଗ୍ରାମବାସୀ

ଖଇରା,୧୪।୩(ଡି.ଏନ.ଏ.):ବାଲେଶ୍ୱରରୁ କେନ୍ଦୁଝରକୁ ସଂଯୋଗ କରୁଥିବା ପଦୁନା-ତାଳକୁରୁଆ, ଦୋମୁହାଁଣି ଆର୍‌ଡି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଗତ ୧ବର୍ଷ ଧରି ବିଭିନ୍ନ ଗ୍ରାମର ଅଧିବାସୀ ଜିଲାପାଳ, ନିର୍ବାହୀ ଯନ୍ତ୍ରୀଙ୍କଠାରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କଂକ୍ରିଟ ଓ ପିଚୁ କାମ ଏଷ୍ଟିମେଟ ଅନୁଯାୟୀ ନ ହେବା, କଲଭର୍ଟ କାମଗୁଡିକ ମାସ ମାସ ଧରି ଅଧାପନ୍ତରିଆ ଅବସ୍ଥାରେ ଛାଡି ଦିଆଯିବା ଭଳି ଅଭିଯୋଗ ସତ୍ତ୍ୱେ ଠିକାଦାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଛି। ପୁନର୍ବାର ଅତିଷ୍ଠ ଗ୍ରାମବାସୀ ଶନିବାର ପ୍ରତିବାଦ ସ୍ବରୂପ ରାସ୍ତାକୁ ଜେସିବି ଲଗାଇ ତାଡି ଦେଇଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଏହି ୫.୩କି.ମି. ରାସ୍ତା ନିର୍ମାଣ ଲାଗି ପାଖାପାଖି ୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ବିନା ସୂଚନାଫଳକରେ କାର୍ଯ୍ୟ କରାଯିବା ଏବଂ ଅବଧି ଶେଷ ପରେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା, ଡଷ୍ଟ ଫିଲିଂ ବଦଳରେ ପାହାଡମାଟି ବ୍ୟବହାର କରାଯିବା ନେଇ ରାସ୍ତା ସଂଲଗ୍ନ ଯାତ୍ରୀମାନେ ଅଭିଯୋଗ କରିଥିଲେ। ଏବେ ପ୍ରଶାସନ କର୍ଣ୍ଣପାତ ନ କରିବା ତଥା ଦିଘି ନିକଟରେ ବିନା ଅନୁମତିରେ ବ୍ୟକ୍ତିଗତ ମାଲିକାନାରେ ଥିବା ଜମିରେ ରାସ୍ତା ନିର୍ମାଣ କରାଯିବା ପ୍ରତିବାଦରେ ଗ୍ରାମବାସୀ ଜେସିବି ଲଗାଇ ରାସ୍ତାକୁ ଡାଡି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

ଚମତ୍କାର କଲେ ରାହୁଲ ଦ୍ରାବିଡଙ୍କ ପୁଅ: ମହାରାଜା ଟ୍ରଫିରେ…

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ପୁଣିଥରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଜା ଟ୍ରଫି…

କରୁର୍ ଦଳାଚକଟା; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି!

ଚେନ୍ନାଇ,୩ା୭: କରୁରରେ ଟିଭିକେ ନେତା ବିଜୟଙ୍କ ପ୍ରଚାର ସମୟରେ ଦଳାଚକଟାରେ ୪୧ଜଣଙ୍କ ଜୀବନ ଯଆଇଥିଲେ । ଏହି ଘଟଣାରେ ଗୁରୁବାର ଦିନ ସି ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri