ବିଦ୍ୟୁତ୍‌ କର୍ମଚାରୀଙ୍କୁ ରାତି ତମାମ ଅଟକ ରଖିଲେ ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୨୫।୪(ଡି.ଏନ.ଏ.): ବିଦ୍ୟୁତ୍‌କାଟ ଓ ଲୋ ଭୋଲ୍‌ଟେଜକୁ ନେଇ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ କାର୍ଯ୍ୟାଳୟଠାରେ ଦୁଇ ଗ୍ରାମବାସୀ ଓ ବିଦ୍ୟୁତ୍‌ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ୨ ଗ୍ରାମର ଉପଭୋକ୍ତା ମିଶି ୮ ଜଣ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗ୍ରାମକୁ ଉଠାଇ ନେଇଥିଲେ। ଦୀର୍ଘ ୮ ଘଣ୍ଟା ବନ୍ଧକ ପରେ ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ଓ ଗ୍ରାମର ବୁଦ୍ଧିଜୀବୀଙ୍କ ସହ ଆଲୋଚନା ପରେ ପୋଲିସ ଉପସ୍ଥିତିରେ କର୍ମଚାରୀଙ୍କୁ ଛାଡିଥିଲେ।
ସୂଚନା ମୁତାବକ, ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଶ୍‌ କିଛି ଦିନ ହେବ ବିଦ୍ୟୁତ୍‌ ବିଭାଗର ତୁହାକୁ ତୁହା ବିଦ୍ୟୁତ୍‌କାଟ୍‌ ହେଉଥିଲା। ଶନିବାର ମଧ୍ୟରାତ୍ରିରେ ରାଣୀଭୂମି ଏବଂ ଆଜ୍ଞାପ୍ରସାଦ ଗ୍ରାମର ୧୦୦ ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏକତ୍ରିତ ହୋଇ ଜଗନ୍ନାଥପ୍ରସାଦସ୍ଥିତ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରଠାରେ ପହଞ୍ଚତ୍ ବିଦ୍ୟୁତ୍‌ କାହିଁକି ନାହିଁ ପ୍ରଶ୍ନ କରିବାରୁ ସେଠାରେ ଥିବା ବିଭାଗର ସୁପରଭାଇଜର ଅତିଷ୍ଠ ହୋଇ ପଡ଼ିଥିଲେ। ଗ୍ରାମର ଉପଭୋକ୍ତା ମିଶି ରାଣୀଭୂମି ଗ୍ରାମକୁ ୨ ଜଣ ଓ ଆଜ୍ଞାପ୍ରସାଦ ଗ୍ରାମକୁ ୬ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଘଟଣାସ୍ଥଳରୁ ନିଜ ଗ୍ରାମକୁ ନେଇଯାଇଥିଲେ। ରାତି ତମାମ ଗ୍ରାମବାସୀଙ୍କୁ ଛାଡ଼ିଦେବାକୁ କର୍ମଚାରୀମାନେ ଗୁହାରି କଲା ପରେ ମଧ୍ୟ ଗ୍ରାମବାସୀ ତାଙ୍କୁ ଯିବାକୁ ସୁଯୋଗ ଦେଇନଥିଲେ। ବେଲଗୁଣ୍ଠା ଜେଇ ରଞ୍ଜନ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ ଜଗଜିତ ଦାସ ମହାପାତ୍ର, ଏସ୍‌ଡିଓ ଆଦିତ୍ୟ କୁମାର ଦାସ ଜଗନ୍ନାଥପ୍ରସାଦ ଥାନାଧିକାରୀଙ୍କୁ ଜଣାଇଥିଲେ। ପୋଲିସ ଟିମ ରବିବାର ସକାଳ ୬ଟାରେ ଗ୍ରାମରେ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ରାଜି ହୋଇନଥିଲେ। ଶେଷରେ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ୧୦ଦିନ ମଧ୍ୟରେ ଅସୁବିଧା ପୂରଣ ପାଇଁ ଆଶ୍ୱାସନା ଦେବାରୁ ସମସ୍ତ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗଁା ଲୋକେ ଛାଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇବାଲି ପଞ୍ଚାୟତ ବରଗଁାକୁ ନାହିଁ ପକ୍କା ରାସ୍ତା

ଭଞ୍ଜନଗର,୧୫।୮(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଆଜକୁ ପ୍ରାୟ ଏକ ସପ୍ତାହ ହେବ ମଝିରେ ମଝିରେ ଲଗାଣ ବର୍ଷା ହେଉଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ...

ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି, ୭ ଗିରଫ

ଗୋପାଳପୁର,୬।୪: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ସୋମବାର...

ଗଞ୍ଜାମର ୫୪୮୧ ହୋମ୍‌ କ୍ୱାରାଣ୍ଟାଇନ୍‌ରେ, ୭.୮୧ ଲକ୍ଷ ଘରେ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାକୁ...

୭ ଦିନ ପରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ କୈଠଡ଼ା ଗ୍ରାମର ଜୟ ଦଳେଇଙ୍କ ଗତ ଶୁକ୍ରବାର ଦୁବାଇରେ ମୃତ୍ୟୁ ହୋଇଥିବା ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଫୋନ କରି...

ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍‌ ଡିଏସ୍‌ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି...

ଟ୍ରେଜେରି ଷ୍ଟ୍ରଙ୍ଗ୍‌ରୁମ୍‌ ଛାତ, କାନ୍ଥରେ ଫାଟ

ଛତ୍ରପୁର,୧୪।୫(ଡି.ଏନ୍‌.ଏ):ଗଞ୍ଜାମ ଜିଲା ମୁଖ୍ୟାଳୟ ଛତ୍ରପୁରରେ ଥିବା ଜିଲା ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ ବିପଦଶଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷ ହେଲା ରହିଛି। ଅଫିସ ଷ୍ଟ୍ରଙ୍ଗରୁମର କାନ୍ଥ ଓ...

ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳି

ପୁରୁଷୋତ୍ତମପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛିଛି।...

୪ ନକଲି ଖବରଦାତା ଗିରଫ

କୁକୁଡ଼ାଖଣ୍ଡି,୨ା୮(ଡି.ଏନ.ଏ.)- ଆଙ୍କୁଶପୁର ସଦର ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ୪ ନକଲି ଖବରଦାତାଙ୍କୁ ଗିରଫ କରିଛି। ନଂ.୧୯୦/୧୯ରେ ମାମଲା ରୁଜୁ କରି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ...

Advertisement
Archives

Model This Week