ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

କାଏମା,୧୦ା୭( ଶିବପ୍ରସାଦ ମହାନ୍ତି) : ଜଳ ହିଁ ଜୀବନ। ହେଲେ ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନକୁ ଦିନ ଜଳସ୍ତର କମି ଚାଲିଥିବାରୁ ବିଭିନ୍ନ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ। ଅନେକ ଗାଁରେ ସ୍ବଚ୍ଛ ପାନୀୟ ଜଳ ମିଳୁନାହିଁ। ଏପରି ସମସ୍ୟାରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତ ଅଲଣିସାହୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଉକ୍ତ ଗ୍ରାମର ୧୦ରୁ ଊର୍ଦ୍ଧ୍ୱ ପରିବାର ପାଣି ବାଲ୍‌ଟିଏ ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ହୋଇଛି। ସ୍ବଚ୍ଛ ପାନୀୟ ଜଳ ପାଇଁ ଗାଁଠାରୁ ବହୁ ଦୂରକୁ ଯିବାକୁ ପଡୁଛି। ଏବେ ଗ୍ରୀଷ୍ମ ପ୍ରବାହ ଶେଷ ହୋଇଛି। ଆଷାଢ଼ ସରି ଶ୍ରାବଣ ମାସ ଆରମ୍ଭ ହୋଇଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ବର୍ଷା ହେଉନି। ଫଳରେ ଗାଁରେ ଜଳସ୍ତର ହ୍ରାସ ପାଇ ଚାଲିଛି। ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ନ ଥିବାରୁ ତାହା ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ସୂଚନାଯୋଗ୍ୟ, ଗାଁ ମଙ୍ଗଳା ମନ୍ଦିର ପାଖରେ ଗତ ୧୨ ବର୍ଷ ତଳେ ସରକାରଙ୍କ ତରଫରୁ ଏକ କୂଅ ଖୋଳାଯାଇଥିଲା। ସେହି କୂଅ ପାଣିରେ ମନ୍ଦିର ପୂଜା କାର୍ଯ୍ୟ ହେବା ସହ ୧୦ରୁ ଅଧିକ ପରିବାର ଉପକୃତ ହେଉଥିଲେ। କିନ୍ତୁ ଦୀର୍ଘଦିନ ହେବ ସେ କୂଅ ଶୁଖି ଯାଇଛି। ଏବେ ଟୋପାଏ ବି ପାଣି କୂଅରେ ନାହିଁ । ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ପରେ ୨ ମାସ ହେବ ପ୍ରଶାସନ ପକ୍ଷରୁ ଏକ ନଳକୂପ ଖୋଳା ଯାଇଥିଲା କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ନଳକୂପ ୨୦୦ଫୁଟରୁ ଅଧିକ ଖୋଳା ଯାଇଛି। କାମ ଶେଷ ହୋଇ ନ ଥିବାରୁ ତାହା ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଏ ନେଇ ଧର୍ମଶାଳା ବ୍ଲକ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ମତ ଦେଇଛନ୍ତି। ଆବଶ୍ୟକ ଯନ୍ତ୍ରାଂଶ ବ୍ଲକ୍‌ରେ ନ ଥିବାରୁ ନଳକୂପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri