ପ୍ରାଥମିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ,୧୨।୩(ସ୍ବ.ପ୍ର.): ସରକାର ଗ୍ରାମପଞ୍ଚାୟତ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଏଏନ୍‌ଏମ୍‌ କେନ୍ଦ୍ର ସ୍ଥାପନ କରିଛନ୍ତି। ଲୋକଙ୍କୁ ନିଜ ଘର ପାଖରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନ କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋକଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ, ସ୍ବାସ୍ଥ୍ୟ ବିଭାଗ ବା ଏଏନ୍‌ଏମ୍‌ କେନ୍ଦ୍ରର କର୍ମଚାରୀଙ୍କ ରହିବା ପାଇଁ ଗୃହ ଓ ଅନ୍ୟାନ୍ୟ ସମସ୍ତପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ହେଲେ ପ୍ରାଥମିକ ଚିକିତ୍ସା ସେବା ପାଇବାରୁ ଗ୍ରାମବାସୀ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି।
ଏଠାରେ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ଇଣ୍ଟା ଗ୍ରାମ ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଇଛି । ଉକ୍ତ ପଞ୍ଚାୟତର ୬ ଖଣ୍ଡ ଗ୍ରାମର ଲୋକେ ଖଡିଅଣ୍ଟା ଏଏନ୍‌ଏମ୍‌ କେନ୍ଦ୍ର ଉପରେ ନିର୍ଭର କରନ୍ତି। ଏହି କେନ୍ଦ୍ରକୁ ଦାୟିତ୍ୱରେ ଥିବା କର୍ମଚାରୀ ଆସୁ ନ ଥିବା ବେଳେ ସୁପରଭାଇଜର ପରିଚାଳନା କରୁଛନ୍ତି। ସୁପରଭାଇଜର ବି ନିୟମିତ ଆସୁ ନ ଥିବାରୁ ଉକ୍ତ କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗତ ୪୦ ବର୍ଷ ତଳେ ଲୋକମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି କେନ୍ଦ୍ର ସ୍ଥାପନ କରାଯାଇଥିଲା। ଦାୟିତ୍ୱରେ ଥିବା କର୍ମଚାରୀମାନେ ସେହି କେନ୍ଦ୍ରକୁ ପରିଚାଳନା କରି ଆସୁଥିଲେ। ହେଲେ ଗତ ୨ ବର୍ଷ ହେବ ଉକ୍ତ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଦାୟିତ୍ୱରେ ଥିବା କର୍ମଚାରୀ ନିୟମିତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି ା ଫଳରେ ଗର୍ଭବତୀ ଓ ପ୍ରାଥମିକ ଚିକିତ୍ସା ପାଇଁ ଲୋକମାନେ ହଇରାଣ ହେଉଛନ୍ତି। ଜରୁରୀ ଆବଶ୍ୟକ ପଡିଲେ ଲୋକମାନେ ୮ କି.ମି. ଦୂର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଯାଉଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ନିରାକାର ପରିଡ଼ାଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କୁହନ୍ତି, ଉକ୍ତ ଅଞ୍ଚଳର ରୋଗୀ ଏଠାରେ ଆସି ଭଲ ଚିକିତ୍ସା ସୁବିଧା ପାଉଛନ୍ତି। ଏଏନ୍‌ଏମ୍‌ ଦିଦି କିଛିଦିନ ଛୁଟିରେ ଥିଲେ। ଏଏନ୍‌ଏମ୍‌ କେନ୍ଦ୍ରକୁ ସେ ନିୟମିତ ଯିବାଆସିବା କରିବା କୌଣସି ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri