ମହଙ୍ଗା ପଡ଼ିଲା ଫେସ୍‌ବୁକ ପ୍ରେମ: ଛଦ୍ମବେଶୀ ଯୁବକଙ୍କ ଚୁଟି କାଟିଦେଲେ ଗ୍ରାମବାସୀ

ବାସୁଦେବପୁର, ୨୭।୫(ଡି.ଏନ.ଏ.): ଫେସ୍‌ବୁକରୁ ପ୍ରେମ ଓ ପରେ ବିବାହ। ଜଣେ ଛଦ୍ମବେଶୀ ଯୁବକଙ୍କୁ ମହଙ୍ଗା ପଡ଼ିଛି ପ୍ରେମ କରିବା କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାରେ। ସୂଚନାଯୋଗ୍ୟ, ଜମ୍ବୁ ରାମନଗର ଗ୍ରାମର ମେଘନା ଓରଫ ମେଘନାଦ ମଣ୍ଡଳ ନିଜକୁ ଯୁବତୀ ପରିଚୟ ଦେଇ ଫେସ୍‌ବୁକରେ ପଶ୍ଚିମବଙ୍ଗର ଉତ୍ତରଚବିଶପ୍ରଗଣା ଜିଲାର ଆଲୋକ ମିସ୍ତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ଦିନ ତଳେ ଆଲୋକ ତାଙ୍କର ସମ୍ପର୍କୀୟଙ୍କୁ ଧରି କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ଠିକଣା ସ୍ଥାନରେ ଛଦ୍ମବେଶୀ ଯୁବକ ମେଘନାଦ ଝିଅ ବେଶରେ ସଜ୍ଜିତ ହୋଇ ମେଘନା ପରିଚୟ ଦେଇ ଆଲୋକଙ୍କ ସହିତ ପଳାଇ ଆସିଥିଲେ। ଉଭୟ ଆଲୋକ ମେଘନା ନବବିବାହିତ ବର କନ୍ୟା ହୋଇ ବାସୁଦେବପୁରର କଷିଆ ଗ୍ରାମର ଆଲୋକଙ୍କ ସମ୍ପର୍କୀୟଙ୍କ ଘରେ ଗତ ୨୫ତାରିଖରେ ପହଞ୍ଚିଥିଲେ। ହେଲେ ୨୬ ତାରିଖରେ ଛଦ୍ମବେଶୀ କନ୍ୟା ସାଜିଥିବା ମେଘନା ଯୁବତୀ ନୁହେଁ ଜଣେ ଯୁବକ ବୋଲି ଜଣାପଡ଼ିଥିଲା। ତେବେ କେଉଁ ଉଦ୍ଦେଶ୍ୟରେ ସେ ଯୁବତୀ ବେଶ ହୋଇ ବିବାହ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣା ଜଣାପଡ଼ିବା ପରେ ଗାଁ ଲୋକ ଓ ଆଲୋକର ସମ୍ପର୍କୀୟମାନେ ମେଘନାଙ୍କ ପୋଷାକ ଫାଡ଼ି ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ଲମ୍ବାଚୁଟିକୁ କାଟି ଦେଇଛନ୍ତି। ତେବେ ଛଦ୍ମବେଶୀ କନ୍ୟାର ଏପରି ରୂପ ଦେଖି ବର ସାଜିଥିବା ପ୍ରେମିକ ଆଲୋକ ମିସ୍ତ୍ରୀ ମଧ୍ୟ ନିରାଶ ହୋଇଛନ୍ତି। ଘଟଣାସ୍ଥଳରେ କଷିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ଫଳକୁ ନେଇ ଅଭିଭାବକ ଅସନ୍ତୁଷ୍ଟ

କଟକ ଅଫିସ,୮।୭: ଚଳିତବର୍ଷ ମାଟ୍ରିକ ଫଳକୁ ନେଇ ଝାରସୁଗୁଡାର ଜଣେ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ପୁତ୍ରଙ୍କ ସାନି ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ...

ତପ୍ତପାଣି ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ମଧ୍ୟରେ ରାୟଗଡ଼ାର ୩

ରାୟଗଡ଼ା ଅଫିସ,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ...

୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ

ରାୟଗଡା ଅଫିସ୍‌,୬।୧୦: ଓଏସ୍‌ଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି। ସେ ଚାନ୍ଦିଲି ନିୟୁ ଆରୋ ବିଲ୍ଡିଂ ଫୋର୍ସ...

ବୈତରଣୀ ନଦୀରେ ବନ୍ୟା: ୪ ବ୍ଲକର ୮୦ ପଞ୍ଚାୟତ ପ୍ରଭାବିତ

ଯାଜପୁର ଅଫିସ,୨୭।୮: ବୈତରଣୀ ନଦୀର ଉଛୁଳା ପାଣିରେ ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ପ୍ରାୟ ୮୦ଟି ପଞ୍ଚାୟତବାସୀ ପ୍ରଭାବିତ ହୋଇଛନ୍ତି।...

ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭ ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ...

ଅଣୁ, କ୍ଷୁଦ୍ର ଉଦ୍ୟୋଗକୁ ଅନୁମୋଦନ ମିଳୁଛି, ଋଣ ମିଳୁନି

ପଟ୍ଟାମୁଣ୍ଡାଇ, ୪ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ...

ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ, ଯୁବକ ମୃତ

ଶେରଗଡ଼,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ବାଦଗଡ଼ ଗ୍ରାମ ଶିବ ମନ୍ଦିର ରାସ୍ତାରେ ବୁଧବାର ଖଣ୍ଡା ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

ଶୀଘ୍ର ବାହାରୁ ସମାଧାନ ସୂତ୍ର

ଆଠମଲ୍ଲିକ,୧୮।୬(ଡି.ଏନ.ଏ.)  ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣକୁ ଆଠମଲ୍ଲିକବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଦକ୍ଷିଣ ଓଡ଼ିଶା ସହ ମଧ୍ୟ ଓଡ଼ିଶାର ସିଧାସଳଖ...

Advertisement
Archives

Model This Week