ମହଙ୍ଗା ପଡ଼ିଲା ଫେସ୍‌ବୁକ ପ୍ରେମ: ଛଦ୍ମବେଶୀ ଯୁବକଙ୍କ ଚୁଟି କାଟିଦେଲେ ଗ୍ରାମବାସୀ

ବାସୁଦେବପୁର, ୨୭।୫(ଡି.ଏନ.ଏ.): ଫେସ୍‌ବୁକରୁ ପ୍ରେମ ଓ ପରେ ବିବାହ। ଜଣେ ଛଦ୍ମବେଶୀ ଯୁବକଙ୍କୁ ମହଙ୍ଗା ପଡ଼ିଛି ପ୍ରେମ କରିବା କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାରେ। ସୂଚନାଯୋଗ୍ୟ, ଜମ୍ବୁ ରାମନଗର ଗ୍ରାମର ମେଘନା ଓରଫ ମେଘନାଦ ମଣ୍ଡଳ ନିଜକୁ ଯୁବତୀ ପରିଚୟ ଦେଇ ଫେସ୍‌ବୁକରେ ପଶ୍ଚିମବଙ୍ଗର ଉତ୍ତରଚବିଶପ୍ରଗଣା ଜିଲାର ଆଲୋକ ମିସ୍ତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ଦିନ ତଳେ ଆଲୋକ ତାଙ୍କର ସମ୍ପର୍କୀୟଙ୍କୁ ଧରି କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ଠିକଣା ସ୍ଥାନରେ ଛଦ୍ମବେଶୀ ଯୁବକ ମେଘନାଦ ଝିଅ ବେଶରେ ସଜ୍ଜିତ ହୋଇ ମେଘନା ପରିଚୟ ଦେଇ ଆଲୋକଙ୍କ ସହିତ ପଳାଇ ଆସିଥିଲେ। ଉଭୟ ଆଲୋକ ମେଘନା ନବବିବାହିତ ବର କନ୍ୟା ହୋଇ ବାସୁଦେବପୁରର କଷିଆ ଗ୍ରାମର ଆଲୋକଙ୍କ ସମ୍ପର୍କୀୟଙ୍କ ଘରେ ଗତ ୨୫ତାରିଖରେ ପହଞ୍ଚିଥିଲେ। ହେଲେ ୨୬ ତାରିଖରେ ଛଦ୍ମବେଶୀ କନ୍ୟା ସାଜିଥିବା ମେଘନା ଯୁବତୀ ନୁହେଁ ଜଣେ ଯୁବକ ବୋଲି ଜଣାପଡ଼ିଥିଲା। ତେବେ କେଉଁ ଉଦ୍ଦେଶ୍ୟରେ ସେ ଯୁବତୀ ବେଶ ହୋଇ ବିବାହ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣା ଜଣାପଡ଼ିବା ପରେ ଗାଁ ଲୋକ ଓ ଆଲୋକର ସମ୍ପର୍କୀୟମାନେ ମେଘନାଙ୍କ ପୋଷାକ ଫାଡ଼ି ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ଲମ୍ବାଚୁଟିକୁ କାଟି ଦେଇଛନ୍ତି। ତେବେ ଛଦ୍ମବେଶୀ କନ୍ୟାର ଏପରି ରୂପ ଦେଖି ବର ସାଜିଥିବା ପ୍ରେମିକ ଆଲୋକ ମିସ୍ତ୍ରୀ ମଧ୍ୟ ନିରାଶ ହୋଇଛନ୍ତି। ଘଟଣାସ୍ଥଳରେ କଷିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri