ଡମ୍ପ ମାଟି ଧସି ଗ୍ରାମବାସୀ ନୟାନ୍ତ

ଯାଜପୁର,୨୯ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓଡ଼ିଶା ଖଣି ନିଗମ(ଓଏମସି) ଦକ୍ଷିଣ କାଳିଆପାଣି ଖଣିର ଡମ୍ପ ଧସିବା ଯୋଗୁ ଆଖପାଖ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାରେ ରୁନ୍ଧି ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନ ଏବଂ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି କ୍ରମରେ ଏନ୍‌ଏଚ୍‌ଆର୍‌ସି ୧୭୩୦/୧୮/୨୪/୨୦୨୦ରେ ଏକ ମାମଲା ରୁଜୁ କରି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କିଛି ବର୍ଷ ଓଏମ୍‌ସି ଡମ୍ପ ପରିଚାଳନାରେ ସତର୍କତା ଅବଲମ୍ବନ କରିଥିଲେ। ଏବେ ପୁଣି ଡମ୍ପରୁ ବୋହୁଥିବା ବିଷାକ୍ତ ମାଟି ଓ ପାଣି ହାଟସାହି, ଗୁରୁଜଙ୍ଗପାଳ, ଓସ୍ତିଆ, କାଳିଆପାଣି, ଚିରିଗୁଣିଆ, ରଙ୍ଗମାଟିଆ, ବରୁଆବିଲ, ବେଣାଗାଡିଆ, କଲରଙ୍ଗୀ, ବରଗଜି, ଓଡ଼ିଶ ଗ୍ରାମର ପ୍ରାୟ ୫ ହଜାର ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ଏହାସହ ଡମ୍ପର ମାଟି ଯୋଗୁ ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେବ କୋଲିପଶି ହାଟ ପୋତି ହେବା ସହ ଖଣିର ବର୍ଜ୍ୟ ପାଣି ବୋହି ଦମଶାଳ ନାଳର ଜଳକୁ ଦୂଷିତ କରୁଛି। ଅନ୍ୟପକ୍ଷେ ପୂର୍ବ ଜନଶୁଣାଣୀ ଶିବିରରେ ଦେଇଥିବା ବିିଭିନ୍ନ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉ ନ ଥିବାବେଳେ ବିକାଶମୂଳକ କାର୍ଯ୍ୟରେ ଓଏମ୍‌ସିର ଯାଜପୁର ରୋଡ ଆଞ୍ଚଳିକ କାର୍ଯ୍ୟାଳୟର କେତେକ ଅଧିକାରୀ ମିଶି ବ୍ୟାପକ ପିସି କାରବାର କରୁଥିବାରୁ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖଣି ପ୍ରଭାବିତ ଲୋକଙ୍କ ଦୁଃଖ ସାଙ୍ଗକୁ ଓଏମ୍‌ସି ଯାଜପୁର ରୋଡ ଆଞ୍ଚଳିକ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ଓ ଖଣି ସହ ସମ୍ପୃକ୍ତ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅସହଯୋଗ ଯୋଗୁ ଉପରୋକ୍ତ ପ୍ରଭାବିତ ଗ୍ରାମବାସୀଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି ା ବିସ୍ଥାପିତଙ୍କ ଦୁଃଖ ଲାଘବ ପାଇଁ ଖଣି କର୍ତ୍ତୃପକ୍ଷ ନା ପ୍ରଶାସନ କେହି ହେଲେ ବି ଆନ୍ତରିକତା ଦେଖାଉ ନାହାନ୍ତି । ଏହାର ପ୍ରତିବାଦ କଲେ ଆନ୍ଦୋଳନକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି ଦେଖିବାକୁ ମିଳୁଛି ା ଦୀର୍ଘବର୍ଷ ହେଲା ଓଏମ୍‌ସି ଡମ୍ପ ନିକଟରେ ଲୋକେ ଘରକରି ରହି ଆସୁଛନ୍ତି ା ଗ୍ରାମର ଜମି ବାବଦକୁ ସରକାରଙ୍କ ରାଜସ୍ବ ବିଭାଗକୁ ଖଜଣା ଦେଇ ଆସୁଛନ୍ତି ା ଏଥିସହ ସରକାରୀ ସୁବିଧା ପାଇଖାନା ଘର, ଆବାସ ଯୋଜନା, ରାଶନ କାର୍ଡ, ଭତ୍ତା ପରି ଅନେକ ସୁବିଧା ପାଉଛନ୍ତି। ବର୍ତ୍ତମାନ ଓଏମ୍‌ସି ଡମ୍ପ ଗ୍ରାମ ପଟକୁ ବେଆଇନ ଭାବେ ବଢାଇ ଚାଲିଛି ଏବଂ ଡି-କ୍ବାରୀ ଖନନ ସହ ବ୍ଲାଷ୍ଟିଂ କରିଚାଲିଛି। ଖରା ଦିନେ ଡମ୍ପରୁ ଅତ୍ୟଧିକ ଧୂଳି ଉଡି ହାଟସାହି ଏବଂ ଅନ୍ୟାନ୍ୟ ଗ୍ରାମ ଲୋକଙ୍କୁ ଅଣନିଃଶ୍ୱାସୀ କରୁଛି ା ଫଳରେ ଗ୍ରାମବାସୀ ଶ୍ୱାସ, କାଶ, ଥଣ୍ଡା, ଜ୍ୱର, ଯକ୍ଷ୍ମା ଓ ଚର୍ମ ଆଦି ରୋଗରେ ଆକ୍ରାନ୍ତ ହେଉଥିବା ମତପ୍ରକାଶ ପାଇଛି। ବର୍ଷା ଦିନେ ଡମ୍ପରୁ ନିର୍ଗତ ନିକେଲମିଶା ପାଣି ଗ୍ରାମ ଭିତରକୁ ପ୍ରବେଶ କରୁଛି ା ଏଭଳିସ୍ଥିତିରେ ଖଣି ଓ ଡମ୍ପ ସମ୍ପ୍ରସାରଣ କାମ ଜାରି ରହିଲେ ଗ୍ରାମବାସୀ ବାସ ହରାଇବା ସହ ନିଜ ମାଟିରେ ଯାଯାବର ହୋଇଯିବେ ବୋଲି କହିଛନ୍ତି ା ଏନେଇ ଅଭିଯୋଗ କଲେ ଠିକାସଂସ୍ଥା ଅଧୀନରେ କାମ କରୁଥିବା କେତେକ ଠିକା ଶ୍ରମିକଙ୍କୁ ନିଯୁକ୍ତି ହରାଇବାକୁ ପଡିବ ବୋଲି ଧମକ ମିଳୁଛି। ଏହାବାଦ୍‌ ଖଣି ପରିସରରୁ ନିର୍ଗତ ବର୍ଷା ପାଣି ଡମଶାଳା ନାଳକୁ ଦୂଷିତ କରୁଛି। ଫଳରେ ଏହି ନାଳ ପାଣି ଉପରେ ନିର୍ଭର କରୁଥିବା ଉପରୋକ୍ତ ଗ୍ରାମବାସୀ ନାନା ଜଳବାହିତ ରୋଗରେ ପୀଡ଼ିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ବେଣାଗାଡ଼ିଆ ଗ୍ରାମର ବେଣୁଧର ମହନ୍ତ କୁହନ୍ତି, ଓଏମ୍‌ସି ଖଣିର ବିଷାକ୍ତ ପାଣି ଦ୍ୱାରା ଅନେକ ଲୋକ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ତେଣୁ ଖଣି ପାଣିକୁ ଉପଚାର କରି ଡମଶାଳା ନାଳକୁ ଛାଡିବାର ଆବଶ୍ୟକତା ରହିଛି। ଏବେ ଓଏମ୍‌ସି ପକ୍ଷରୁ ନିର୍ମାଣାଧୀନ ୧ କୋଟି ଟଙ୍କା ବ୍ୟୟର ମାର୍କେଟ କମ୍ପ୍ଲେକ୍ସ, ୪୫ କୋଟି ଟଙ୍କାର ଆଦର୍ଶ ବିଦ୍ୟାଳୟ, ୬ କୋଟି ଟଙ୍କାର କଲୋନୀ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ହେଲେ ଜଣେ ଠିକାଦାର ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏସବୁ କାମ ପାଇଁ ଓଏମ୍‌ସି ଯାଜପୁର ରୋଡ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ଅଧିକାରୀ ପିସି ନେଉଛନ୍ତି। ଫଳରେ ସେମାନେ ବାଧ୍ୟ ହୋଇ କାମର ମାନକୁ ଅଧିକ ଗୁରୁତ୍ୱ ଦେଉନାହାନ୍ତି।
ଏ ସଂକ୍ରାନ୍ତରେ ଓଏମ୍‌ସି ଯାଜପୁର ରୋଡର ଆଞ୍ଚଳିକ ଅଧିକାରୀ ଆଶିଷ ସାମନ୍ତରାୟଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଶୁକ୍ରବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?