ଡମ୍ପ ମାଟି ଧସି ଗ୍ରାମବାସୀ ନୟାନ୍ତ

ଯାଜପୁର,୨୯ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓଡ଼ିଶା ଖଣି ନିଗମ(ଓଏମସି) ଦକ୍ଷିଣ କାଳିଆପାଣି ଖଣିର ଡମ୍ପ ଧସିବା ଯୋଗୁ ଆଖପାଖ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାରେ ରୁନ୍ଧି ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନ ଏବଂ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି କ୍ରମରେ ଏନ୍‌ଏଚ୍‌ଆର୍‌ସି ୧୭୩୦/୧୮/୨୪/୨୦୨୦ରେ ଏକ ମାମଲା ରୁଜୁ କରି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କିଛି ବର୍ଷ ଓଏମ୍‌ସି ଡମ୍ପ ପରିଚାଳନାରେ ସତର୍କତା ଅବଲମ୍ବନ କରିଥିଲେ। ଏବେ ପୁଣି ଡମ୍ପରୁ ବୋହୁଥିବା ବିଷାକ୍ତ ମାଟି ଓ ପାଣି ହାଟସାହି, ଗୁରୁଜଙ୍ଗପାଳ, ଓସ୍ତିଆ, କାଳିଆପାଣି, ଚିରିଗୁଣିଆ, ରଙ୍ଗମାଟିଆ, ବରୁଆବିଲ, ବେଣାଗାଡିଆ, କଲରଙ୍ଗୀ, ବରଗଜି, ଓଡ଼ିଶ ଗ୍ରାମର ପ୍ରାୟ ୫ ହଜାର ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ଏହାସହ ଡମ୍ପର ମାଟି ଯୋଗୁ ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେବ କୋଲିପଶି ହାଟ ପୋତି ହେବା ସହ ଖଣିର ବର୍ଜ୍ୟ ପାଣି ବୋହି ଦମଶାଳ ନାଳର ଜଳକୁ ଦୂଷିତ କରୁଛି। ଅନ୍ୟପକ୍ଷେ ପୂର୍ବ ଜନଶୁଣାଣୀ ଶିବିରରେ ଦେଇଥିବା ବିିଭିନ୍ନ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉ ନ ଥିବାବେଳେ ବିକାଶମୂଳକ କାର୍ଯ୍ୟରେ ଓଏମ୍‌ସିର ଯାଜପୁର ରୋଡ ଆଞ୍ଚଳିକ କାର୍ଯ୍ୟାଳୟର କେତେକ ଅଧିକାରୀ ମିଶି ବ୍ୟାପକ ପିସି କାରବାର କରୁଥିବାରୁ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖଣି ପ୍ରଭାବିତ ଲୋକଙ୍କ ଦୁଃଖ ସାଙ୍ଗକୁ ଓଏମ୍‌ସି ଯାଜପୁର ରୋଡ ଆଞ୍ଚଳିକ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ଓ ଖଣି ସହ ସମ୍ପୃକ୍ତ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅସହଯୋଗ ଯୋଗୁ ଉପରୋକ୍ତ ପ୍ରଭାବିତ ଗ୍ରାମବାସୀଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି ା ବିସ୍ଥାପିତଙ୍କ ଦୁଃଖ ଲାଘବ ପାଇଁ ଖଣି କର୍ତ୍ତୃପକ୍ଷ ନା ପ୍ରଶାସନ କେହି ହେଲେ ବି ଆନ୍ତରିକତା ଦେଖାଉ ନାହାନ୍ତି । ଏହାର ପ୍ରତିବାଦ କଲେ ଆନ୍ଦୋଳନକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି ଦେଖିବାକୁ ମିଳୁଛି ା ଦୀର୍ଘବର୍ଷ ହେଲା ଓଏମ୍‌ସି ଡମ୍ପ ନିକଟରେ ଲୋକେ ଘରକରି ରହି ଆସୁଛନ୍ତି ା ଗ୍ରାମର ଜମି ବାବଦକୁ ସରକାରଙ୍କ ରାଜସ୍ବ ବିଭାଗକୁ ଖଜଣା ଦେଇ ଆସୁଛନ୍ତି ା ଏଥିସହ ସରକାରୀ ସୁବିଧା ପାଇଖାନା ଘର, ଆବାସ ଯୋଜନା, ରାଶନ କାର୍ଡ, ଭତ୍ତା ପରି ଅନେକ ସୁବିଧା ପାଉଛନ୍ତି। ବର୍ତ୍ତମାନ ଓଏମ୍‌ସି ଡମ୍ପ ଗ୍ରାମ ପଟକୁ ବେଆଇନ ଭାବେ ବଢାଇ ଚାଲିଛି ଏବଂ ଡି-କ୍ବାରୀ ଖନନ ସହ ବ୍ଲାଷ୍ଟିଂ କରିଚାଲିଛି। ଖରା ଦିନେ ଡମ୍ପରୁ ଅତ୍ୟଧିକ ଧୂଳି ଉଡି ହାଟସାହି ଏବଂ ଅନ୍ୟାନ୍ୟ ଗ୍ରାମ ଲୋକଙ୍କୁ ଅଣନିଃଶ୍ୱାସୀ କରୁଛି ା ଫଳରେ ଗ୍ରାମବାସୀ ଶ୍ୱାସ, କାଶ, ଥଣ୍ଡା, ଜ୍ୱର, ଯକ୍ଷ୍ମା ଓ ଚର୍ମ ଆଦି ରୋଗରେ ଆକ୍ରାନ୍ତ ହେଉଥିବା ମତପ୍ରକାଶ ପାଇଛି। ବର୍ଷା ଦିନେ ଡମ୍ପରୁ ନିର୍ଗତ ନିକେଲମିଶା ପାଣି ଗ୍ରାମ ଭିତରକୁ ପ୍ରବେଶ କରୁଛି ା ଏଭଳିସ୍ଥିତିରେ ଖଣି ଓ ଡମ୍ପ ସମ୍ପ୍ରସାରଣ କାମ ଜାରି ରହିଲେ ଗ୍ରାମବାସୀ ବାସ ହରାଇବା ସହ ନିଜ ମାଟିରେ ଯାଯାବର ହୋଇଯିବେ ବୋଲି କହିଛନ୍ତି ା ଏନେଇ ଅଭିଯୋଗ କଲେ ଠିକାସଂସ୍ଥା ଅଧୀନରେ କାମ କରୁଥିବା କେତେକ ଠିକା ଶ୍ରମିକଙ୍କୁ ନିଯୁକ୍ତି ହରାଇବାକୁ ପଡିବ ବୋଲି ଧମକ ମିଳୁଛି। ଏହାବାଦ୍‌ ଖଣି ପରିସରରୁ ନିର୍ଗତ ବର୍ଷା ପାଣି ଡମଶାଳା ନାଳକୁ ଦୂଷିତ କରୁଛି। ଫଳରେ ଏହି ନାଳ ପାଣି ଉପରେ ନିର୍ଭର କରୁଥିବା ଉପରୋକ୍ତ ଗ୍ରାମବାସୀ ନାନା ଜଳବାହିତ ରୋଗରେ ପୀଡ଼ିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ବେଣାଗାଡ଼ିଆ ଗ୍ରାମର ବେଣୁଧର ମହନ୍ତ କୁହନ୍ତି, ଓଏମ୍‌ସି ଖଣିର ବିଷାକ୍ତ ପାଣି ଦ୍ୱାରା ଅନେକ ଲୋକ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ତେଣୁ ଖଣି ପାଣିକୁ ଉପଚାର କରି ଡମଶାଳା ନାଳକୁ ଛାଡିବାର ଆବଶ୍ୟକତା ରହିଛି। ଏବେ ଓଏମ୍‌ସି ପକ୍ଷରୁ ନିର୍ମାଣାଧୀନ ୧ କୋଟି ଟଙ୍କା ବ୍ୟୟର ମାର୍କେଟ କମ୍ପ୍ଲେକ୍ସ, ୪୫ କୋଟି ଟଙ୍କାର ଆଦର୍ଶ ବିଦ୍ୟାଳୟ, ୬ କୋଟି ଟଙ୍କାର କଲୋନୀ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ହେଲେ ଜଣେ ଠିକାଦାର ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏସବୁ କାମ ପାଇଁ ଓଏମ୍‌ସି ଯାଜପୁର ରୋଡ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ଅଧିକାରୀ ପିସି ନେଉଛନ୍ତି। ଫଳରେ ସେମାନେ ବାଧ୍ୟ ହୋଇ କାମର ମାନକୁ ଅଧିକ ଗୁରୁତ୍ୱ ଦେଉନାହାନ୍ତି।
ଏ ସଂକ୍ରାନ୍ତରେ ଓଏମ୍‌ସି ଯାଜପୁର ରୋଡର ଆଞ୍ଚଳିକ ଅଧିକାରୀ ଆଶିଷ ସାମନ୍ତରାୟଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଶୁକ୍ରବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri