ପଥର ଖୋଦେଇର ଗାଁ

ବାରିପଦା ଅଫିସ,୨୬।୧୧- ରାତି ପାହିଲେ ନିହାଣ ଶବ୍ଦରେ ଗୁଞ୍ଜରିତ ହୋଇଉଠେ ଆଖପାଖ ଅଞ୍ଚଳ। ମୁଗୁନିପଥରକୁ ଖୋଦେଇ କରି ଜୀବନ୍ତ କରିଥାନ୍ତି କାରିଗରମାନେ। ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅର୍ଜୁନବିଲା ପଞ୍ଚାୟତ ଅନ୍ତର୍ଗତ କେଶନା ଗ୍ରାମ ଏହି ସୁନ୍ଦର କାରୁକାର୍ଯ୍ୟ ପାଇଁ ଜିଲା ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଗାଁର ପୁରୁଷଙ୍କ ସହ ମହିଳାମାନେ ମଧ୍ୟ କଳାକୃତି ନିର୍ମାଣରେ ସିଦ୍ଧହସ୍ତ।
କଳା ଓ ସଂସ୍କୃତି ପାଇଁ ବିଶ୍ୱଦରବାରରେ ପରିଚିତ ମୟୂରଭଞ୍ଜ ଜିଲା। ଗଡ଼ଜାତ ସମୟରେ ଏକଦା ମୟୂରଭଞ୍ଜ ରାଜ୍ୟର ରାଜଧାନୀ ଥିଲା ଖିଚିଂକୋଟ୍ଟା। ଜାତୀୟ ରାଜପଥ ନଂ.୪୯ର ଚଢ଼େଇଭୋଳ-ଖିଚିଂ ରାସ୍ତାରେ ଗଲେ ପଡ଼େ କେଶନା ଗ୍ରାମ। ଏହି ଗାଁରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ୮୫ ଭାଗ ଲୋକ ପଥର କାରିଗରି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଅବଶିଷ୍ଟ ଚାଷ ଓ ସରକାରୀ କର୍ମଚାରୀ ଭାବରେ କାମ କରୁଛନ୍ତି । ଗ୍ରାମର ଲୋକେ ସରଳ ଭାବରେ ଜୀବନଯାପନ କରୁଥିବାବେଳେ ସେମାନଙ୍କ ପ୍ରଥା ଓ ପରମ୍ପରା ଅତ୍ୟନ୍ତ ନିଆରା। ମୁଗୁନିପଥର କାରିଗରମାନେ ପଥର ଦେହରେ ଆଙ୍କିପାରନ୍ତି ବିଭିନ୍ନ ରୂପର ଜୀବନ୍ତ ପ୍ରତିକୃତି । ପୂର୍ବପୁରୁଷଙ୍କୁୁ ଅନୁସରଣ କରି ଏହି ଗାଁ ଲୋକେ ପଥର କାରିଗରିକୁ ନିଜର ପେସା ଭାବରେ ଗ୍ରହଣ କରିଛନ୍ତି। ଗାଁରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ସୁଦକ୍ଷ କାରିଗର ଥିବା ବେଳେ ସେମାନଙ୍କ ଦ୍ୱାରା ନିର୍ମିତ ନିଖୁଣ ମୂର୍ତ୍ତି ସାରା ବିଶ୍ୱରେ ବିଖ୍ୟାତ। ନୂତନ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଉଦ୍ୟୋକ୍ତାମାନେ ଏହି ଗ୍ରାମକୁ ଆସି ସେମାନଙ୍କର ପସନ୍ଦର ମୂର୍ତ୍ତି ନିର୍ମାଣ ପାଇଁ ଅଗ୍ରିମ ଟଙ୍କା ଦାଖଲ ପୂର୍ବକ ବରାଦ ଦେଇଥାନ୍ତି । ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସହିତ ପୂର୍ବପୁରୁଷ ଓ ମହାପୁରୁଷଙ୍କ ଅବିକଳ ପ୍ରତିକୃତି ନିର୍ମାଣ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଗାଁର କାରିଗରମାନେ। ସେହିପରି ଏହି ଗ୍ରାମର କଳାକୃତି ବିଭିନ୍ନ ସହରର ବଡ଼ବଡ଼ ହୋଟେଲ, ଅନୁଷ୍ଠାନ ଓ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ଶୋଭାବର୍ଦ୍ଧନ କରୁଛି।
କାରିଗର ସୁବାଶିଷ ନନ୍ଦୀ କୁହନ୍ତି, ପଥରରୁ ପଥୁରୀ, ଗ୍ଲାସ୍‌, ବେଲଣା ଚକି ଓ ବାଡ଼ି ହେମଦସ୍ତା, ଧୂପଦାନୀ, ହାତୀ, ବାଘ, ସିଂହ, କୋଣାର୍କ ଚକ୍ର ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମେଳା ଓ ବଜାରରେ ବିକ୍ରି କରିଥାଉ। ମାତ୍ର ସରକାରୀ ସ୍ତରରେ ଉପଯୁକ୍ତ ବଜାର ସୁବିଧା ନ ଥିବାରୁ ପରିଶ୍ରମ ଅନୁସାରେ ମୂଲ୍ୟ ପାଇପାରୁ ନାହୁଁ। ତେବେ ଐତିହାସିକ ଶକ୍ତିପୀଠ ଖିଚିଂ ମା’ କିଚକେଶ୍ୱରୀଙ୍କ ଦର୍ଶନ ସାଙ୍ଗକୁ ଓଡ଼ିଶାର ପୁରାତନ ସଂଗ୍ରହାଳୟ ଦେଖିବାକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗ୍ରାମର ଅଧିକାଂଶ ବାସିନ୍ଦା ବ୍ୟବସାୟ ଭିତ୍ତିରେ ମୂର୍ତ୍ତି ଓ ବିଭିନ୍ନ ଉପକରଣ ନିର୍ମାଣ କରି ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କାଳିଚରଣ ମହାରଣା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଆଦିପୁର, କୁମ୍ଭିର୍ଦା, ଶିଆଳିଗୋଠାଣୀ ଓ ନୂଆଗାଁ ପଥର ଖଣିରୁ ସଂଗ୍ରହ କରାଯାଉଥିବା କଞ୍ଚାମାଲ (ପଥର) ଶେଷ ହେବାକୁ ବସିଲାଣି। କଞ୍ଚାମାଲର ଅଭାବ କାରିଗରମାନଙ୍କ ମୁଖ୍ୟ ସମସ୍ୟା ପାଲଟିଥିବା ଗ୍ରାମର ନରହରି ରାଉତ, ସର୍ବେଶ୍ୱର ରାଉତ ଓ ଜନ୍ମେଜୟ ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତି। କାରିଗରଙ୍କ କଳାକୃତିକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସରକାରଙ୍କ ସହଯୋଗ ସହିତ କଞ୍ଚାମାଲ ଯୋଗାଇବା ଏକାନ୍ତ ଆବଶ୍ୟକ ବୋଲି କାରିଗରମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ପେଟ୍ରୋଲ ପମ୍ପ ଯାଞ୍ଚ କରି ବଡ଼ ସୂଚନା ଦେଲେ ଜିଲାପାଳ, ଜନସାଧାରଣଙ୍କୁ କହିଲେ…

ବଲାଙ୍ଗୀର,୧୮।୫: (ସୁନିଲ କୁମାର ମହାନ୍ତି) : ସୋମବାର ଜିଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ପାଟଣାଗଡ ଉପଜିଲାପାଳ ସୁନୀଲ କୁମାର ମେହେର ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri