ହଜିନି ଶାକରପଟି ଭୋଗ ପରମ୍ପରା: ଜାଣନ୍ତୁ ଏହା କ’ଣ

ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି। ଗାଁଠୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଏହି ପର୍ବରେ ପ୍ରତ୍ୟେକ ଘରେ ଓ ଦେବାଦେବୀ ମନ୍ଦିର ଗୁଡ଼ିକରେ ନୂଆଁ ବନ୍ୟଜାତ ଫଳ ଆମ୍ବ, ଚାର, ମହୁଲ ସହିତ ଗୁଡ଼ରେ ତିଆରି ଶାକରପଟିକୁ ଭୋଗ ଲଗାଯାଏ। ତେବେ ଶାକରପଟି ଭୋଗ କ୍ୱଚିତ୍‌ ଜାଗାରେ ପ୍ରସ୍ତୁତ ହୁଏ। ବର୍ଷକରେ ଥରେ ଏହି ସାକରପଟିର ଚାହିଦା ରହିଥାଏ। ଏହି ଦୃଷ୍ଟିରୁ ବରଗଡ଼ ଜିଲାର ଗୁଡ଼ିଆ ସମ୍ପ୍ରଦାୟ ଲୋକେ ଶାକରପଟି ଭୋଗ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଜିଲା ଅତାବିରା ବ୍ଲକ ଲସ୍ତଲା ଗ୍ରାମର ଗୁଡ଼ିଆ ସମ୍ପ୍ରଦାୟର ଲୋକ ଏହି ବୃତ୍ତିକୁ ବଞ୍ଚାଇ ରଖି ଆସିଛନ୍ତି। ପୂର୍ବ ପୁରୁଷରୁ ଶାକରପଟି ତିଆରିକୁ ନିଜର କୌଳିକ ବୃତ୍ତି ଭାବେ ଆଦରି ନେଇଥିବା ଏହି ଗୁଡ଼ିଆ ପରିବାର ପ୍ରତିବର୍ଷ ଏହିଦିନକୁ ଅପେକ୍ଷା କରି ରହିଥାନ୍ତି ଏବଂ ଗୋଟିଏ ମାସ ପୂର୍ବରୁ ଏହି କାମରେ ଲାଗି ପଡ଼ିଥାନ୍ତି। ଗୋଟିଏ ଦିନରେ ୧୫ରୁ ୨୦ କେଜି ପର୍ଯ୍ୟନ୍ତ ଶାକରପଟି ତିଆରି କରିଥାନ୍ତି। ଫଗୁଣ ପୂର୍ଣ୍ଣିମା ଏବଂ ଚୈତ୍ର ମାସରେ ଏହାର ଚାହିଦା ଥିବାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହିତ ଛଡ଼ିଶଗଡ଼ ରାଜ୍ୟରୁ ବେପାରିମାନେ ଶାକରପଟି ନେବାକୁ ଏହି ଲସ୍ତଲା ଗ୍ରାମକୁ ଆସିଥାନ୍ତି। ତେବେ ଭଲ ଗୁଡ଼ ଓ କାଠର ଅଭା ସାଙ୍ଗକୁ ପରିଶ୍ରମ ମୁତାବକ ଉଚିତ ଲାଭ ମିଳୁନଥିବା ଅଭିଯୋଗ କରିଛନ୍ତି। ଏଣୁ ଗ୍ରାମର ଅନେକ ଗୁଡ଼ିଆ ସଂପ୍ରଦାୟ ପରିବାର ଶାକରପଟି ତିଆରି ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ତଥାପି ଗ୍ରାମର କିଛି ଗୁଡ଼ିଆ ସମ୍ପ୍ରଦାୟର ଲୋକେ ଏହାକୁ ବଞ୍ଚାଇ ରଖିଛନ୍ତି। ଶାକରପଟି ଭୋଗ ଫାଲଗୁନ ପୂର୍ଣ୍ଣମୀ ଦିନ ବିଭିନ୍ନ ମନ୍ଦିରରେ ମୁଖ୍ୟ ଭୋଗ ରୂପେ ଲାଗି ହୋଇଥାଏ। କେବଳ ପୂର୍ଣ୍ଣମୀ ଦିନ ନୁହଁ, ଚୈତ୍ରମାସର ମଙ୍ଗଳବାର ହେଉଥିବା ମା ମଙ୍ଗଳାଙ୍କ ପୂଜାରେ ଭୋଗ ରୂପେ ଏହି ଭୋଗ ଲାଗିହୁଏ। ପଶ୍ଚିମ ଓଡ଼ିଶାରେ ଏହାର ଚାହିଦା ବେଶୀ ରହିଥିବା ବେଳେ ଗୁଡ଼ିଆ ସମ୍ପ୍ରଦାୟର ଲୋକେ ଏହାକୁ ତିଆରି କରିଥାନ୍ତି। ପ୍ରଥମେ ଭେଲା ଗୁଡକୁ ଅଳ୍ପ ପରିମାଣର ପାଣି ଦେଇ ମାଟି ହାଣ୍ଡି ଦ୍ୱାରା ନିଆଁରେ ଫୁଟାଯାଏ। ଗୁଡ଼ ଫୁଟି ଗଲା ପରେ ତାକୁ ତେଲ ଦିଆଯାଇଥିବା ପଥର ଶିଳରେ ଢଳାଯାଇ ଥଣ୍ଡା କରାଯାଏ। ଥଣ୍ଡା ହେବା ପରେ ତାକୁ ଏକ ଗୋଜିଆ ଖମ୍ବରେ ରଖି ଟଣାଯାଏ। ଧୀରେ ଧୀରେ ଏହାର ରଙ୍ଗ ପରିବର୍ତ୍ତନ ହୋଇ ସୁନା ରଙ୍ଗ ପରି ଦେଖାଯାଏ। ଏହାପରେ ନିଆଁରେ ଦେଖାଇ ତାକୁ ସୁତା ପରି ବାହାର କରାଯାଏ ଏବଂ ତାକୁ ବିଭିନ୍ନ ଆକୃତି ଦେଇ ଶାକରପଟି ତିଆରି କରାଯାଏ। ଶାକରପଟି ତିଆରି ହେବାପରେ ତାକୁ ଓଦା କନାରେ ଗୋଡ଼ାଇ ଥଣ୍ଡା କରାଯାଏ ଓ ପରେ ତାକୁ ଖରାରେ ଶୁଖାଇ ବଜାରକୁ ବିକ୍ରୟ କରିବା ପାଇଁ ନିଆଯାଏ। ଏହି କାମରେ ପରିବାରର ଛୋଟ ଛୁଆଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ନିୟୋଜିତ ରହିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri