ଅହମ୍ମଦାବାଦ,୩।୧୨:ଉଇକେଟ କିପର ଶେଲଡନ୍ ଜ୍ୟାକସନଙ୍କ ଅପରାଜିତ ଶତକ ବଳରେ ମହାରାଷ୍ଟ୍ରକୁ ୫ ଉଇକେଟରେ ପରାସ୍ତ କରି ବିଜୟ ହଜାରେ ଟ୍ରଫି ହାସଲ କରିଛି ସୌରାଷ୍ଟ୍ର। ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୯ ଉଇକେଟରେ ୨୪୮ ରନ୍ କରିଥିଲା। ଅଧିନାୟକ ରୁତୁରାଜ ଗାଏକ୍ୱାଡ ୧୦୮ ରନ ସହିତ ଆଉ ଏକ ଶତକ ହାସଲ କରିଥିଲେ। ଜବାବରେ ଶେଲଡନ ଜ୍ୟାକସନଙ୍କ ଅପରାଜିତ ୧୩୩ ରନ୍ ବଳରେ ୪୬.୩ ଓଭରରେ ସୌରାଷ୍ଟ୍ର ୫ ଉଇକେଟ ହରାଇ ମ୍ୟାଚ ଜିତି ନେଇଥିଲା।
ଟସ୍ ହାରି ବ୍ୟାଟିଂ କରିଥିବା ମହାରାଷ୍ଟ୍ର ପକ୍ଷରୁ ଗାଏକ୍ୱାଡ କ୍ରମାଗତ ତୃତୀୟ ମ୍ୟାଚରେ ଶତକ ହାସଲ କରିଥିଲେ। ୧୩୧ ବଲ ଖେଳି ୭ ଚୌକା ଓ ୪ ଛକା ମାରିଥିବା ଗାଏକ୍ୱାଡ ୪୨ ତମ ଓଭରରେ ରନ୍ଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୯୯ରେ ସେ ଆଉଟ ହେବା ପରେ ମହାରାଷ୍ଟ୍ର ଶେଷ ୮ ଓଭରରୁ ମାତ୍ର ୪୯ ରନ୍ କରି ୫ ଉଇକେଟ ହରାଇଥିଲା। ସୌରାଷ୍ଟ୍ର ପକ୍ଷରୁ ଚିରାଗ ଜାନି ୩ ଉଇକେଟ ନେଇଥିଲେ। ୨୪୯ ରନର ପିଛା କରୁଥିବା ସୌରାଷ୍ଟ୍ର ପକ୍ଷରୁ ଦୁଇ ଓପନର ଶେଲଡନ ଜ୍ୟାକସନ(୧୩୩*) ଓ ହାର୍ଭିକ୍ ଦେଶାଇ(୫୦) ପ୍ରଥମ ଉଇକେଟରେ ୧୨୫ ରନ୍ ଯୋଡିଥିଲେ। ଅପରାଜିତ ଶତକ ସହିତ ଦଳକୁ ବିଜୟୀ କରିଥିବା ଜ୍ୟାକସନ୍ ୧୩୬ ବଲ୍ ଖେଳି ୧୨ ଚୌକା ଓ ୫ ଛକା ମାରିଥିଲେ। ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧାରୀ ଓ ଭିକି ଓସ୍ତଓ୍ବାଲ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଶେଲଡନ ଜ୍ୟାକସନଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଓ ୫ ମ୍ୟାଚରୁ ୪ ଶତକ ସହିତ ୬୬୦ରନ୍ କରିଥିବା ଋତୁରାଜ ଗାଏକ୍ୱାଡଙ୍କୁ ପ୍ଲେୟର ଅଫ୍ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ମହାରାଷ୍ଟ୍ର ୫୦ ଓଭରରେ ୨୪୮/୯(ଋତୁରାଜ ଗାଏକ୍ୱାଡ-୧୦୮, ଅଜିମ କାଜି-୩୭, ନୌଶାଦ ଶେଖ-୩୧*, ଚିରାଗ ଜାନି-୩/୪୩, ଜୟଦେବ ଉନାଡକଟ-୧/୨୫, ପାର୍ଥ ଭୁଟ-୧/୩୫)।
ସୌରାଷ୍ଟ୍ର ୪୬.୩ ଓଭରରେ ୨୪୯/୫ (ଶେଲଡନ୍ ଜ୍ୟାକସନ୍-୧୩୩*, ହାର୍ଭିକ୍ ଦେଶାଇ-୫୦, ଚିରାଗ ଜାନି-୩୦*, ଭିକି ଓସ୍ତଓ୍ବାଲ-୨/୨୦, ମୁକେଶ ଚୌଧାରୀ-୨/୩୮, ଏସ୍. ବଚାଭ-୧/୬୬)।
କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ
ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…
ଆଉଟ୍ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video
କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…
କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା
ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…
କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…
ହକି ବିଶ୍ୱକପ୍ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍
ଆମଷ୍ଟେଲଭିନ୍,୨୧ା: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…
ବ୍ୟାଡ୍ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ
ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…
ଲଡର୍ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି
ଲଣ୍ଡନ,୨୦ା୮: ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…
ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ
ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…
Archives

