Posted inଖେଳ

ବିଜୟ ହଜାରେ ଟ୍ରଫି: ଉତ୍ତରପ୍ରଦେଶଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଆଉ ଏକ ପରାଜୟ ବରଣ କରିଛି। ବେଙ୍ଗାଲୁରୁର ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶାକୁ ଉତ୍ତରପ୍ରଦେଶ (ୟୁପି) ୧୭୦ଟି ବଲ ବାକି ରଖି ୬ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୦.୧ ଓଭରରେ ୧୪୮ ରନରେ ଅଲଆଉଟ ହୋଇଥିଲା। ଜବାବରେ ଉତ୍ତରପ୍ରଦେଶ ୨୧.୪ ଓଭରରେ ୪ ଉଇକେଟ ହରାଇ ୧୫୦ ରନକରି ବିଜୟ ହାସଲ କରିଥିଲା। ଏହି ବିଜୟ ସହ ୟୁପି ୪ ପଏଣ୍ଟ ହାସଲ କରିଛି।
୧୪୯ ରନ ଟାର୍ଗେଟର ପିଛା କରି ଉତ୍ତରପ୍ରଦେଶ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଅଭିଷେକ ଗୋସ୍ବାମୀ ଓ କରନ ଶର୍ମା ଆଉଟ ହେବା ପୂର୍ବରୁ ୨୫ ରନ ଲେଖାଏ ସଂଗ୍ରହ କରିଥିଲେ। ଶାନ୍ତନୁ ମିଶ୍ରଙ୍କୁ କ୍ୟାଚ୍‌ ଦେଇ ଅଭିଷେକ ରାଜେଶ ମହାନ୍ତିଙ୍କ ଦ୍ୱାରା ଆଉଟ ହୋଇଥିଲେ। କରନ ଉଇକେଟକିପର ପ୍ରବୀଣ ଲୋହାଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ୧୭ ରନକରି ପ୍ରିୟମ ଗର୍ଗ ରାଜେଶଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଉପେନ୍ଦ୍ର ଯାଦବ ୩୨ ରନକରି କାର୍ତ୍ତିକ ବିଶ୍ୱାଳଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ସମୀର ଚୌଧୁରୀ ୨୯ ଓ ଆକାଶଦୀପ ନାଥ ୧୬ ରନକରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଓଡ଼ିଶା ତରଫରୁ ରାଜେଶ ୨ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ତରଫରୁ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଶୁଭ୍ରାଂଶୁ ସେନାପତି ୪୯ ରନକରି ଅପରାଜିତ ରହିଥିବା ବେଳେ ରାକେଶ ପଟ୍ଟନାୟକ ୪୬ ରନକରି ଶାନୁ ସଇନିଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଓପନର ତଥା ଅଧିନାୟକ ଶାନ୍ତନୁ ମିଶ୍ର ୨୪ ରନ କରି ଶିବମ ଶର୍ମାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକ ୩, କାର୍ତ୍ତିକ ବିଶ୍ୱାଳ ୪, ଅଙ୍କିତ ଯାଦବ ୨, ପ୍ରବୀଣ ଲୁହା ୭, ପ୍ରୟାସ ସିଂ ୩, ରାଜେଶ ମହାନ୍ତି ୫, ସୌରଭ କାନୋଜା ୧ ରନ କରି ଆଉଟ ହୋଇଥିବା ବେଳେ ତାରିଣୀ ସ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ଉତ୍ତରପ୍ରଦେଶ ତରଫରୁ ଶିବମ ଶର୍ମା ୨୨ ରନ ବ୍ୟୟ କରି ସର୍ବାଧିକ ୬, ଆକ୍ୱିବ ଖାଁ ଓ ଶିବମ ମାଭି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓଡ଼ିଶା ୪୦.୧ ଓଭରରେ ୧୪୮ ଅଲଆଉଟ୍‌
(ଶୁଭ୍ରାଂଶୁ- ୪୯, ରାକେଶ- ୪୬, ଶାନ୍ତନୁ- ୨୪, ଶିବମ ଶର୍ମା- ୬/ ୨୨)।
ଉତ୍ତର ପ୍ରଦେଶ ୨୧.୪ ଓଭରରେ ୧୫୦/୪
(ଉପେନ୍ଦ୍ର ଯାଦବ- ୩୨, ସମୀର ଚୌଧୁରୀ- ୨୯*, କରଣ ଶର୍ମା- ୨୫, ଅଭିଷେକ ଗୋସ୍ବାମୀ- ୨୫, ପ୍ରିୟମ ଗର୍ଗ-୧୭, ଆକାଶଦୀପ ନାଥ- ୧୬*, ରାଜେଶ ମହାନ୍ତି- ୨/୩୭ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?