ଅନନ୍ୟା ପାଣ୍ଡେଙ୍କ ସହ ଫଟୋ ଶେୟାର କଲେ ବିଜୟ ଦେୱରକୋଣ୍ଡା

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଅଭିନେତା ବିଜୟ ଦେୱରକୋଣ୍ଡା ଏବେ ବଲିଉଡରେ ତାଙ୍କର ପ୍ରଶଂସକ ତିଆରି କରିବାରେ ଲାଗି ପଡିଛନ୍ତି । ତାଙ୍କର ଅଗାମୀ ବଲିଉଡ ମୁଭିକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ଫିଲ୍ମର ଶୁଟିଂ ସହ ସମ୍ପୂର୍ଣ୍ଣ ଟିମ ସହ ଲସ ଆଞ୍ଜେଲସରେ ରହିଛନ୍ତି । ଫିଲ୍ମର ଶୁଟିଂ ସରିବା ପରେ ସେ ଶୁଟିଂ ସେଟରୁ କିଛି ଫଟୋ ଶେୟାର କରି ଦର୍ଶକଙ୍କ ନିକଟତର ହେଉଛନ୍ତି । ଏହି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କ ଉତ୍ସୁକତା ବଢାଉଛନ୍ତି । ଏବେ ସେ ତାଙ୍କ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସହ କଳାକାର ଅନନ୍ୟା ପାଣ୍ଡେଙ୍କ ସହ ନଜର ଆସିଛନ୍ତି । ଉଭୟ ‘ଲାଇଗର’ ଫିଲ୍ମର ଶୁଟିଂ ପାଇଁ ଲସ ଆଞ୍ଜେଲସରେ ଅଛନ୍ତି । ଆଉ ଶୁଟିଂରୁ ଫୁରସତ ମିଳିଲେ ଏମାନେ କିଛି କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଆଉ ଏକ ଫଟୋରେ ବିଜୟ, ଅନନ୍ୟା ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଓ ଚାର୍ମି କୌରଙ୍କ ସହ ନଜର ଆସିଛନ୍ତି । ସେ ଚାର୍ମି ଓ ଅନନ୍ୟାଙ୍କ କାନ୍ଧରେ ହାତ ରଖି ପୋଜ ଦେଇଛନ୍ତି । ଫିଲ୍ମର କଥା ଯଦି ଆଲୋଚନାକୁ ନିଆଯାଏ ତେବେ ଏହାର ଟାଇଟଲ ‘ଲାଇଗର’ର ଅର୍ଥ ହେଉଛି ଅଧା ଲାୟନ ଅଧା ଟାଇଗର । ଫିଲ୍ମକୁ ନେଇ ନିର୍ମାତା, ନିର୍ଦ୍ଦେଶକ ଓ କଳାକାର ବେଶ ଆଶବାଦୀ ଅଛନ୍ତି । ବହୁ ଅର୍ଥ ବିନିମୟରେ ଏହା ନିର୍ମାଣ କରାଯାଉଥିବା ସୂଚନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା

ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ...

ପ୍ରେମିକାଙ୍କ ଫଟୋ ଶେୟାର କରି ଅର୍ଜୁନ କହିଲେ ‘ଆଉ ଅପେକ୍ଷା କରିପାରିବି ନାହିଁ’

ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ...

୩ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ବିବାହ ପୂର୍ବରୁ ମା’ ହୋଇଥିଲେ ଗର୍ଲଫ୍ରେଣ୍ଡ

ସାଉଥ ସିନେମାର ପାୱାର ଷ୍ଟାର ଚିରଞ୍ଜୀବୀଙ୍କ ଭାଇ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ୫୦ ବର୍ଷ ବୟସ ହୋଇଛି। ସେ ସେପ୍ଟେମ୍ବର ୨, ୧୯୭୧ ରେ...

ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ...

ଧଡକନ୍‌ରେ ତୁ

ସାଧାରଣତଃ ପ୍ରେମରେ ଉତ୍‌ଥାନ, ପତନ ଲାଗି ରହିଥାଏ। ହେଲେ ଯାହାଙ୍କୁ ପ୍ରେମର ନିଶା ଘାରିଥାଏ ଏବଂ ଯଦି ସେମାନଙ୍କର ସଚ୍ଚା ପ୍ରେମ ହୋଇଥାଏ ତେବେ ଏହାର...

ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ସେ। ବ୍ୟକ୍ତିଗତ ଏବଂ...

ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଶମିତା ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ସେ ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ...

୧୮ ବର୍ଷ ପୂର୍ବେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିଷେକ, କେବଳ ମା’ଙ୍କ ଏହି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ...

Advertisement
Archives

Model This Week