କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୨୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ରାଜପୁର ରୋଡ଼ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଟିମ ଚଢ଼ାଉ କରଛି। କନିଷ୍ଠ ଯନ୍ତ୍ରୀ ଇଂ. ବଂଶୀଧର ସେଠୀଙ୍କ ପ୍ରକୋଷ୍ଠରୁ ବହୁ ସଂଖ୍ୟକ ନଥିପତ୍ର ଜବତ ହୋଇଛି।  ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ଜଣେ ମହିଳା ଭିଜିଲାନ୍ସ ଡିଏସପି୍‌ଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ। ପ୍ରାପ୍ତ ସୂଚନାନୁସାରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ – ୧ କାର୍ଯ୍ୟାଳୟ ଅଧିନରେ ଥିବା ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଇଂ. ବଂଶୀଧର ଗତ ପ୍ରାୟ ୩ ବର୍ଷ ହେଲା କନିଷ୍ଠଯନ୍ତ୍ରୀ ଭାବେ ଅବସ୍ଥାପିତ ଅଛନ୍ତି। ମଙ୍ଗଳବାର ଭୋରରୁ କଟକ ଏବଂ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୨ ଡିଏସ୍‌ପି ଏବଂ ୬ ଇନ୍ସପେକ୍ଟରଙ୍କ ନେତୃରେ ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଶାସନସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ ପୈତୃକ ବାସଭବନ, ସେ ରହୁଥିବା ବ୍ରହ୍ମପୁର ଶକ୍ତିନଗର – ୨ ୟ ଲେନ୍‌ ସ୍ଥିତ ବାସଭବନ, ତାଙ୍କ ନାଁ ରେ ଥିବା ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳରେ ଥିବା ବହୁ ମୂଲ୍ୟର ଅଟ୍ଟାଳିକା ଏବଂ ସେ ଚାକିରି କରୁଥିବା ଦିଗପହଣ୍ଡିସ୍ଥିତ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତାଙ୍କ ବ୍ରହ୍ମପୁରସ୍ଥିତ ବାସ ଭବନରୁ ପ୍ରାୟ ୧୦ଟି ଯାଗାରେ ଥିବା ମୂଲ୍ୟବାନ ଘରବାରି ପ୍ଲଟର କାଗଜପତ୍ର, ବହୁ ପରିମାଣର ସୁନା ଗହଣା ସମେତ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟବର୍ହିଭୁତ ସ୍ଥାବର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଟିମ୍‌ ଜବତ କରି ତଦନ୍ତ ଚଳାଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?