Odisha Elections 2024
Posted inଫୁରସତ

ଶିକ୍ଷାରେ ସର୍ବୋତ୍ତମ ଭିଏତନାମ

ଲୋକପ୍ରିୟ ବ୍ରିଟିଶ ମାଗାଜିନ୍‌ ‘ଦ ଇକୋନୋମିଷ୍ଟ’ର ଏକ ଆର୍ଟିକଲ କହେ ଭିଏତନାମର ଜିଡିପି ପର୍‌ କ୍ୟାପିଟା (ଯାହାକୁ କି ଦେଶର ସର୍ବମୋଟ ଘରୋଇ ଉତ୍ପାଦକୁ ଜନସଂଖ୍ୟା ଦ୍ୱାରା ବିଭାଜନ କରି ଗଣନା କରାଯାଏ ଓ ଯାହା କୌଣସି ଦେଶର ଆର୍ଥିକ ବିକାଶର ମାପକାଠି) ପଡ଼ୋଶୀ ଦେଶ ମାଲେସିଆ, ଥାଇଲାଣ୍ଡଠାରୁ କମ୍‌। ତେବେବି ଏଠାକାର ପିଲାମାନେ ସବୁଠାରୁ ଭଲ ଶିକ୍ଷା ପାଉଛନ୍ତି। ତା’ସହ ଓ୍ବାର୍ଲଡ ବ୍ୟାଙ୍କର ରିପୋର୍ଟ ଅନୁସାରେ ଭିଏତନାମର ଛାତ୍ରଙ୍କ ଆଗ୍ରିଗେଟ ଲର୍ନିଂ ସ୍କୋର ମାଲେସିଆ, ଥାଇଲାଣ୍ଡ, ୟୁକେ, କାନାଡାର ଛାତ୍ରଙ୍କଠାରୁ ୬ଗୁଣ ଭଲ। ଭିଏତନାମ ଶିକ୍ଷା ବ୍ୟବସ୍ଥାର ଏହି ସଫଳତା ପଛରେ ଏଠାକାର ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉକ୍ତ ପତ୍ରିକା କହିଛି। ଏହାସହ ୨୦୨୦, ଷ୍ଟକହୋମ୍‌ ସ୍କୁଲ ଅଫ୍‌ ଇକୋନୋମିକ୍ସର ଆସୋସିଏଟ୍‌ ପ୍ର. ଅଭିଜିତ ସିଂଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଇଥିଓପିଆ, ଭାରତ, ପେରୁ ଓ ଭିଏତନାମ ପିଲାଙ୍କର କରାଯାଇଥିବା ଏକ ପରୀକ୍ଷାରେ ଭିଏତନାମର ୫ରୁ ୮ ବର୍ଷ ପିଲାଙ୍କ ଫଳାଫଳ ଭଲ ହୋଇଥିବା ଜଣାପଡ଼ିଥିଲା। ଯାହା ପ୍ରମାଣିତ କରେ ଯେ, ଭିଏତନାମର ସ୍କୁଲ ବ୍ୟବସ୍ଥା କେତେ ଭଲ। ଆଉ ଏହାପଛରେ ଏଠାକାର ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବି ଉକ୍ତ ପତ୍ରିକା ଦାବି କରେ। କାରଣ ଏଠାକାର ଶିକ୍ଷକ ଉଚ୍ଚଶିକ୍ଷିତ ହେବାସହ ପଢାଇବାରେ ବେଶ୍‌ ଦକ୍ଷ।

ଆଉ ଶିକ୍ଷକଙ୍କ ପ୍ରଦର୍ଶନ ଭଲ ହେବା ପଛର କାରଣ ହେଉଛି ସେମାନେ ଓ୍ବେଲ ମ୍ୟାନେଜ୍‌ଡ ବା ସୁପରିଚାଳକ ଏବଂ ଉଚ୍ଚ ତାଲିମପ୍ରାପ୍ତ। ତା’ସହ ସେମାନଙ୍କୁ ସ୍ବାଧୀନତା ଦିଆଯାଇଥାଏ ଯେ, ସେମାନେ କିଭଳି କ୍ଲାସ୍‌କୁ ଅଧିକ ସକ୍ରିୟ କରିବେ ଓ ପିଲାମାନଙ୍କୁ କିଭଳି ଶ୍ରେଣୀ ସହିତ ଅଧିକ ଜଡ଼ିତ ରଖିବେ। ଆଉ ଏକ କଥା, ଭିଏତନାମରେ ପିଲାଙ୍କ ଭଲ ପ୍ରଦର୍ଶନକୁ ନେଇ ଶିକ୍ଷକଙ୍କ ମାନ ନିର୍ଦ୍ଧାରଣ କରାଯାଏ। ଯେଉଁ ଶିକ୍ଷକଙ୍କ ଛାତ୍ରୀଛାତ୍ର ଭଲ ପ୍ରଦର୍ଶନ କରନ୍ତି ସେହି ଶିକ୍ଷକଙ୍କୁ ‘ଟିଚର୍‌ ଏକ୍ସଲେନ୍ସ’ ସମ୍ମାନରେ ସମ୍ମାନିତ କରାଯାଏ। ତେଣୁ ଶିକ୍ଷକମାନେ ନିଜର ଶତପ୍ରତିଶତ ଦେବାକୁ ଚେଷ୍ଟା କରନ୍ତି। ଭିଏତନାମରେ ଆଞ୍ଚଳିକ ତାରତମ୍ୟକୁ ଦୂରେଇ ସବୁ ସ୍ଥାନରେ କିଭଳି ଶିକ୍ଷାକୁ ପହଞ୍ଚାଯାଇପାରିବ ଓ ସେଠାକାର ଶିକ୍ଷାର ମାନରେ ଉନ୍ନତି କରାଯାଇପାରିବ ସେଥିପାଇଁ ଭଲ ଶିକ୍ଷକଙ୍କୁ ଅଧିକ ଦରମା ଦେଇ ଦୂର ଦୂରାନ୍ତର ଉପାନ୍ତ ଅଞ୍ଚଳକୁ ପଠାଯାଇଥାଏ। ଏହାବାଦ ଏଠାକାର ସମାଜ ବି ଶିକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇଆସିଛି। ଅର୍ଥାତ୍‌ ଏଠାକାର ଗରିବ ମାତାପିତା ମଧ୍ୟ ପିଲାଙ୍କ ଶିକ୍ଷା ପାଇଁ ଯଥାସାଧ୍ୟ ଖର୍ଚ୍ଚ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି। ଆଉ ସହରୀ ବାପାମା’ ତ ଭଲ ଶିକ୍ଷକ ଥିବା ସ୍କୁଲରେ ହିଁ ପିଲାଙ୍କୁ ପଢାଇଥାନ୍ତି। କାରଣ ଏଠାରେ ବିଶ୍ୱାସ ରହିଛି ଯେ, ଶିକ୍ଷାବ୍ୟବସ୍ଥାର ବିକାଶ ହେଲେ ହିଁ ଦେଶ ଅର୍ଥନୀତିର ବିକାଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri