Posted inଫୁରସତ

ବୁଲି ଯାଆନ୍ତୁ ‘ପେରିୟାର୍‌ ଜାତୀୟ ଉଦ୍ୟାନ’

କେରଳର ଇଡୁକ୍କି ଓ ପଥନମଥିଟ୍ଟା ଜିଲାରେ ଥିବା ପେରିୟାର୍‌ ଜାତୀୟ ଉଦ୍ୟାନ ହେଉଛି ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୩୦୫ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହିତ ବୋଟିଂ ଓ ଜଙ୍ଗଲ ସଫାରିର ମଜା ନେଇପାରିବେ…

ପେରିୟାର୍‌ ଜାତୀୟ ଉଦ୍ୟାନ ହେଉଛି କେରଳସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ୧୯୩୪ ମସିହାରେ ଗଢି ଉଠିଥିବା ଏହି ବନ୍ୟପ୍ରାଣୀ ଅଭୟାରଣ୍ୟରେ ମୁଖ୍ୟତଃ ବାଘ ଓ ହାତୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ତା’ଛଡ଼ା ପର୍ଯ୍ୟଟକ ଏଠାରେ ନାନା କିସମର ବୃକ୍ଷଲତା ସହ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ବି ଦେଖିପାରିବେ।

ଇତିହାସ: ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୩୪ ମସିହାରେ ତ୍ରାଭାନ୍‌କୋର୍‌ର ମହାରାଜା ଶ୍ରୀ ଚିଥିରା ଥିରୁନାଲ ବଳରାମ ବର୍ମା( ଯିଏକି ସେ ସମୟରେ କେରଳର ବିଭିନ୍ନ ସ୍ଥାନ ଉପରେ ରାଜତ୍ୱ କରୁଥିଲେ) ଏଠାକାର ପେରିୟାର୍‌ ହ୍ରଦ ନିକଟରେ ଥିବା ପ୍ରାୟ ୯୨୫ ବର୍ଗ କି.ମି. ବ୍ୟାପ୍ତ ଘଞ୍ଚ ଜଙ୍ଗଲକୁ ବ୍ୟକ୍ତିଗତ ସଂରକ୍ଷଣ କେନ୍ଦ୍ର କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ। ତା’ପରେ ୧୯୫୦ ମସିହାରେ ସରକାର ଏହି ସଂରକ୍ଷଣ କେନ୍ଦ୍ରକୁ ନିଜ ହାତକୁ ନେଇ ଏହାକୁ ଏକ ବନ୍ୟପ୍ରାଣୀ

ଅଭୟାରଣ୍ୟର ମାନ୍ୟତା
ଦେଲେ। ଶେଷରେ ୧୯୮୨ ମସିହାରେ ସରକାର ସ୍ଥାନୀୟ ୯୨୫ ବର୍ଗ କି.ମି. ଭିତରୁ ପ୍ରାୟ ୩୦୫ ବର୍ଗ କି.ମି.କୁ ପେରିୟାର୍‌ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କଲେ।

କ’ଣ ଦେଖିବେ: ଯେହେତୁ ଏହି ଜାତୀୟ ଉଦ୍ୟାନରେ ବାଘ ଓ ହାତୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ, ତେଣୁ ଏଠାରେ ଏହି ଦୁଇ ପ୍ରାଣୀଙ୍କୁ ଟିକେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ୨୦୧୭ର ଗଣନା ଅନୁସାରେ, ଏଠାରେ ପ୍ରାୟ ୪୦ଟି ମହାବଳ ବାଘ ରହିଥିଲେ। ସେହିପରି ହାତୀ ସଂଖ୍ୟା ବି ଏଠାରେ କିଛି କମ୍‌ ନୁହେଁ। ତା’ସହିତ ଧଳାବାଘ, ଗୟଳ, ସମ୍ବର, ଜଙ୍ଗଲୀ ଘୁଷୁରି, ବଡ଼ ଆକାରର ଭାରତୀୟ ଗୁଣ୍ଡୁଚିମୂଷା, ଉଡ଼ନ୍ତା ଗୁଣ୍ଡୁଚିମୂଷା, ଜଙ୍ଗଲୀ ବିଲେଇ, ନୀଳଗାଈ, ନେଉଳ ଆଦି ପ୍ରାଣୀଙ୍କୁ ବି ଏଠାରେ ଦେଖିବାକୁ ମିଳେ। ତା’ସହିତ ପ୍ରାୟ ୨୬୬ ପ୍ରଜାତିର ପକ୍ଷୀଙ୍କୁ ବି ଏଠାରେ ଦେଖିବାର ସୁଯୋଗ ରହିଛି। କେବଳ ସେତିକି ନୁହେଁ, ଏହି ଉଦ୍ୟାନରେ ଥିବା ସରୀସୃପ ବିଭାଗରେ ପ୍ରାୟ ୩୦ ପ୍ରଜାତିର ସାପ, ୧୩ ପ୍ରଜାତିର ଝିଟିପିଟି, ଦୁଇ ପ୍ରଜାତିର କଇଁଛ ଆଦି ଦେଖିବାକୁ ମିଳେ। ଏଠାରେ ଦେଖିବାକୁ ମିଳୁଥିବା ପ୍ରାୟ ୧୬୦ ପ୍ରଜାତିର ପ୍ରଜାପତି ବି ପର୍ଯ୍ୟଟକଙ୍କର ମନ କିଣି ନେଇଥାଏ। ଏସବୁବାଦ୍‌ ଉଦ୍ୟାନ ନିକଟରେ ଥିବା ପେରିୟାର୍‌ ହ୍ରଦରେ ୪୦ରୁ ଊର୍ଦ୍ଧ୍ୱ ପ୍ରଜାତିର ମାଛ ଦେଖିବାର ମଜା ବି ବେଶ୍‌ ନିଆରା ଲାଗେ। ତା’ସହିତ ଅନେକ ଜାତିଜାତିକା ବୃକ୍ଷ ଓ ଔଷଧୀୟ ଗଛର ସମ୍ଭାର ଏଠାରେ ଦେଖିବାକୁ ମିଳିଥାଏ।

ଜଙ୍ଗଲ ସଫାରି ଓ ବୋଟ୍‌ରେ ବସି ବୁଲିପାରିବେ: ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଜଙ୍ଗଲ ସଫାରିର ମଜା ନେଇପାରିବେ। ତା’ସହିତ ସ୍ଥାନୀୟ ପେରିୟାର୍‌ ହ୍ରଦରେ ବୋଟ୍‌ରେ ବସି ବୁଲି ବି ପାରିବେ; ଯାହାକି ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରିବ।

କେବେ ଓ କେମିତି ଯିବେ: ବର୍ଷର ଯେକୌଣସି ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଯଦି କୌଣସି ପର୍ଯ୍ୟଟକ ବର୍ଷାଦିନେ ଏଠାକୁ ବୁଲି ଯାଆନ୍ତି, ତା’ହେଲେ ଟିକେ ସାବଧାନତା ଅବଲମ୍ବନ କରିବେ। କାରଣ ବର୍ଷାଦିନେ ଜଙ୍ଗଲିଆ ପରିବେଶରେ ବିଭିନ୍ନ ପ୍ରକାରର ପୋକଜୋକ ବାହାରିଥାନ୍ତି। ଆଉ ପ୍ରାୟତଃ ପଶୁପକ୍ଷୀ ନିଜ ନିଜ ବସାରେ ରହିବାକୁ ପସନ୍ଦ କରିଥାନ୍ତି, ବାହାରକୁ ବେଶି ବାହାରନ୍ତି ନାହିଁ। ତେଣୁ ବର୍ଷାରେ ସେମାନଙ୍କୁ ନିକଟରୁ ଦେଖିବା ଟିକେ କଷ୍ଟ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଖୁସିରେ ଭ୍ରମଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?