Posted inଫୁରସତ

ବୁଲି ଯାଆନ୍ତୁ ‘ପେରିୟାର୍‌ ଜାତୀୟ ଉଦ୍ୟାନ’

କେରଳର ଇଡୁକ୍କି ଓ ପଥନମଥିଟ୍ଟା ଜିଲାରେ ଥିବା ପେରିୟାର୍‌ ଜାତୀୟ ଉଦ୍ୟାନ ହେଉଛି ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୩୦୫ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହିତ ବୋଟିଂ ଓ ଜଙ୍ଗଲ ସଫାରିର ମଜା ନେଇପାରିବେ…

ପେରିୟାର୍‌ ଜାତୀୟ ଉଦ୍ୟାନ ହେଉଛି କେରଳସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ୧୯୩୪ ମସିହାରେ ଗଢି ଉଠିଥିବା ଏହି ବନ୍ୟପ୍ରାଣୀ ଅଭୟାରଣ୍ୟରେ ମୁଖ୍ୟତଃ ବାଘ ଓ ହାତୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ତା’ଛଡ଼ା ପର୍ଯ୍ୟଟକ ଏଠାରେ ନାନା କିସମର ବୃକ୍ଷଲତା ସହ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ବି ଦେଖିପାରିବେ।

ଇତିହାସ: ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୩୪ ମସିହାରେ ତ୍ରାଭାନ୍‌କୋର୍‌ର ମହାରାଜା ଶ୍ରୀ ଚିଥିରା ଥିରୁନାଲ ବଳରାମ ବର୍ମା( ଯିଏକି ସେ ସମୟରେ କେରଳର ବିଭିନ୍ନ ସ୍ଥାନ ଉପରେ ରାଜତ୍ୱ କରୁଥିଲେ) ଏଠାକାର ପେରିୟାର୍‌ ହ୍ରଦ ନିକଟରେ ଥିବା ପ୍ରାୟ ୯୨୫ ବର୍ଗ କି.ମି. ବ୍ୟାପ୍ତ ଘଞ୍ଚ ଜଙ୍ଗଲକୁ ବ୍ୟକ୍ତିଗତ ସଂରକ୍ଷଣ କେନ୍ଦ୍ର କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ। ତା’ପରେ ୧୯୫୦ ମସିହାରେ ସରକାର ଏହି ସଂରକ୍ଷଣ କେନ୍ଦ୍ରକୁ ନିଜ ହାତକୁ ନେଇ ଏହାକୁ ଏକ ବନ୍ୟପ୍ରାଣୀ

ଅଭୟାରଣ୍ୟର ମାନ୍ୟତା
ଦେଲେ। ଶେଷରେ ୧୯୮୨ ମସିହାରେ ସରକାର ସ୍ଥାନୀୟ ୯୨୫ ବର୍ଗ କି.ମି. ଭିତରୁ ପ୍ରାୟ ୩୦୫ ବର୍ଗ କି.ମି.କୁ ପେରିୟାର୍‌ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କଲେ।

କ’ଣ ଦେଖିବେ: ଯେହେତୁ ଏହି ଜାତୀୟ ଉଦ୍ୟାନରେ ବାଘ ଓ ହାତୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ, ତେଣୁ ଏଠାରେ ଏହି ଦୁଇ ପ୍ରାଣୀଙ୍କୁ ଟିକେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ୨୦୧୭ର ଗଣନା ଅନୁସାରେ, ଏଠାରେ ପ୍ରାୟ ୪୦ଟି ମହାବଳ ବାଘ ରହିଥିଲେ। ସେହିପରି ହାତୀ ସଂଖ୍ୟା ବି ଏଠାରେ କିଛି କମ୍‌ ନୁହେଁ। ତା’ସହିତ ଧଳାବାଘ, ଗୟଳ, ସମ୍ବର, ଜଙ୍ଗଲୀ ଘୁଷୁରି, ବଡ଼ ଆକାରର ଭାରତୀୟ ଗୁଣ୍ଡୁଚିମୂଷା, ଉଡ଼ନ୍ତା ଗୁଣ୍ଡୁଚିମୂଷା, ଜଙ୍ଗଲୀ ବିଲେଇ, ନୀଳଗାଈ, ନେଉଳ ଆଦି ପ୍ରାଣୀଙ୍କୁ ବି ଏଠାରେ ଦେଖିବାକୁ ମିଳେ। ତା’ସହିତ ପ୍ରାୟ ୨୬୬ ପ୍ରଜାତିର ପକ୍ଷୀଙ୍କୁ ବି ଏଠାରେ ଦେଖିବାର ସୁଯୋଗ ରହିଛି। କେବଳ ସେତିକି ନୁହେଁ, ଏହି ଉଦ୍ୟାନରେ ଥିବା ସରୀସୃପ ବିଭାଗରେ ପ୍ରାୟ ୩୦ ପ୍ରଜାତିର ସାପ, ୧୩ ପ୍ରଜାତିର ଝିଟିପିଟି, ଦୁଇ ପ୍ରଜାତିର କଇଁଛ ଆଦି ଦେଖିବାକୁ ମିଳେ। ଏଠାରେ ଦେଖିବାକୁ ମିଳୁଥିବା ପ୍ରାୟ ୧୬୦ ପ୍ରଜାତିର ପ୍ରଜାପତି ବି ପର୍ଯ୍ୟଟକଙ୍କର ମନ କିଣି ନେଇଥାଏ। ଏସବୁବାଦ୍‌ ଉଦ୍ୟାନ ନିକଟରେ ଥିବା ପେରିୟାର୍‌ ହ୍ରଦରେ ୪୦ରୁ ଊର୍ଦ୍ଧ୍ୱ ପ୍ରଜାତିର ମାଛ ଦେଖିବାର ମଜା ବି ବେଶ୍‌ ନିଆରା ଲାଗେ। ତା’ସହିତ ଅନେକ ଜାତିଜାତିକା ବୃକ୍ଷ ଓ ଔଷଧୀୟ ଗଛର ସମ୍ଭାର ଏଠାରେ ଦେଖିବାକୁ ମିଳିଥାଏ।

ଜଙ୍ଗଲ ସଫାରି ଓ ବୋଟ୍‌ରେ ବସି ବୁଲିପାରିବେ: ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଜଙ୍ଗଲ ସଫାରିର ମଜା ନେଇପାରିବେ। ତା’ସହିତ ସ୍ଥାନୀୟ ପେରିୟାର୍‌ ହ୍ରଦରେ ବୋଟ୍‌ରେ ବସି ବୁଲି ବି ପାରିବେ; ଯାହାକି ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରିବ।

କେବେ ଓ କେମିତି ଯିବେ: ବର୍ଷର ଯେକୌଣସି ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଯଦି କୌଣସି ପର୍ଯ୍ୟଟକ ବର୍ଷାଦିନେ ଏଠାକୁ ବୁଲି ଯାଆନ୍ତି, ତା’ହେଲେ ଟିକେ ସାବଧାନତା ଅବଲମ୍ବନ କରିବେ। କାରଣ ବର୍ଷାଦିନେ ଜଙ୍ଗଲିଆ ପରିବେଶରେ ବିଭିନ୍ନ ପ୍ରକାରର ପୋକଜୋକ ବାହାରିଥାନ୍ତି। ଆଉ ପ୍ରାୟତଃ ପଶୁପକ୍ଷୀ ନିଜ ନିଜ ବସାରେ ରହିବାକୁ ପସନ୍ଦ କରିଥାନ୍ତି, ବାହାରକୁ ବେଶି ବାହାରନ୍ତି ନାହିଁ। ତେଣୁ ବର୍ଷାରେ ସେମାନଙ୍କୁ ନିକଟରୁ ଦେଖିବା ଟିକେ କଷ୍ଟ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଖୁସିରେ ଭ୍ରମଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri