ବେଡ୍‌ରେ ଜଣେ ଯୁବତୀଙ୍କ ସହ ଧରାପଡ଼ିଲେ ପଲାଶ ମୁଛଲ: ଆସିଲା ଚାଞ୍ଚଲ୍ୟକର ଅଭିଯୋଗ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସଂଗୀତକାର ପଲାଶ ମୁଛଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ବିଦ୍ୟାନ ମାନେ ପଲାଶଙ୍କ ଉପରେ ୪୦ ଲକ୍ଷ ଠକେଇର ଅଭିଯୋଗ ଆଣିଛନ୍ତି। ଏବେ ବିଦ୍ୟାନ ପଲାଶ ଏବଂ ସ୍ମୃତିଙ୍କ ବିବାହ ଭାଙ୍ଗିବା ବିଷୟରେ ମୁହଁ ଖୋଲିଛନ୍ତି ଏବଂ ପଲାଶଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।

୩୪ ବର୍ଷୀୟ ଅଭିନେତା ବିଦ୍ୟାନ ସମ୍ପ୍ରତି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ପଲାଶ ଏବଂ ସ୍ମୃତିଙ୍କ ବିବାହ ପ୍ରସ୍ତୁତିରେ ଉପସ୍ଥିତ ଥିଲି। ପଲାଶ ଅନ୍ୟ ଜଣେ ମହିଳାଙ୍କ ସହିତ ବେଡ୍‌ରେ ଧରାପଡ଼ିଥିଲେ। ଦୃଶ୍ୟ ଭୟଙ୍କର ଥିଲା। ଏଥିରେ ରାଗିଯାଇ ସ୍ମୃତିଙ୍କ ଟିମ୍‌ ପଲାଶଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ପଲାଶଙ୍କ ସମଗ୍ର ପରିବାର ଏକ ଠକ।

ସାଙ୍ଗଲିର ବାସିନ୍ଦା ବିଦ୍ୟାନ ପଲାଶଙ୍କ ଉପରେ ୪୦ ଲକ୍ଷ ଠକେଇର ଅଭିଯୋଗ ଆଣିଛନ୍ତି। ବିଦ୍ୟାନ କହିଛନ୍ତି, ଯେତେବେଳେ ମୁଁ ପଳାଶଙ୍କ ମାଆ ଅମିତା ମୁଛଲଙ୍କୁ ଭେଟିଲି, ସେ ମୋତେ କହିଥିଲେ ଯେ, ଫିଲ୍ମର ବଜେଟ ୧.୫ କୋଟିକୁ ବୃଦ୍ଧି ପାଇଛି। ସେ ମୋତେ ୧୦ ଲକ୍ଷ ନିବେଶ କରିବାକୁ ମଧ୍ୟ କହିଥିଲେ। ଏସବୁ କରୁଥିବା ସମୟରେ, ସେ ମୋତେ ବ୍ଲାକମେଲ କରି କହିଥିଲେ, ଯଦି ମୁଁ ଏପରି ନ କରେ, ତେବେ ମୁଁ ଗୋଟିଏ ଟଙ୍କା ମଧ୍ୟ ପାଇବି ନାହିଁ।

ବିଦ୍ୟାନ ଆହୁରି କହିଛନ୍ତି, ଯେତେବେଳେ ମୋତେ ଧମକ ମିଳିବା ଆରମ୍ଭ ହେଲା, ମୁଁ ଏକ ଅଭିଯୋଗ ଦାଖଲ କଲି। ଯେତେବେଳେ ମୁଁ ପଳାଶଙ୍କ ସହ ଏ ବିଷୟରେ କଥା ହେବାକୁ ଚେଷ୍ଟା କଲି, ମୋତେ କୌଣସି ଉତ୍ତର ମିଳିଲା ନାହିଁ। ଯେତେବେଳେ ତାଙ୍କ ବିବାହ ଭାଙ୍ଗିଗଲା, ସେତେବେଳେ ସମଗ୍ର ପରିବାର ମୋତେ ସୋସିଆଲ ମିଡିଆରେ ବ୍ଲକ କରିଦେଲେ। ବିଦ୍ୟାନ ସ୍ମୃତି ମନ୍ଧାନାଙ୍କ ପିଲାଦିନର ବନ୍ଧୁ ଏବଂ ପଳାଶଙ୍କ ସହିତ ଏକ ଫିଲ୍ମରେ କାମ କରୁଥିଲେ।
ବିଦ୍ୟାନଙ୍କ ୪୦ ଲକ୍ଷ ଟଙ୍କା ଅଭିଯୋଗ ଉପରେ ପଳାଶ କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହି ଅଭିଯୋଗଗୁଡ଼ିକ କରାଯାଉଛି। ମୋର ଓକିଲ ସେସବୁର ତଦନ୍ତ କରୁଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri