Posted inଜାତୀୟ

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ। ସ୍ବତନ୍ତ୍ରଦେବ ସିଂହ ମନ୍ତ୍ରୀ ହୋଇଯିବା ପରେ ଭାଜପା ବର୍ତ୍ତମାନ ରାଜ୍ୟରେ ଏକ ନୂତନ ଅଧ୍ୟକ୍ଷ ଖୋଜୁଛି। ଗତ ୨୦ ବର୍ଷର ରାଜନୈତିକ ଢ଼ାଞ୍ଚାକୁ ଦେଖିଲେ ବ୍ରାହ୍ମଣ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନେତୃତ୍ୱ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଛଡ଼ା ଦଳିତ ଚେହେରା ଉପରେ ମଧ୍ୟ ମନ୍ଥନ ହେଉଛି। ଯଦି ରାଜ୍ୟ ଅଧ୍ୟକ୍ଷ ଭାବେ ବ୍ରାହ୍ମଣଙ୍କୁ ନିଆଗଲା ନାହିଁ ତେବେ ଦଳିତ ହିସାବରେ ବିଦ୍ୟାସାଗର ସୋନକରଙ୍କୁ ବିଚାରକୁ ନିଆଯିବା ନେଇ ଚର୍ଚ୍ଚା ବଢ଼ୁଛି।

ଯଦିଓ ଶ୍ରୀକାନ୍ତ ଶର୍ମା ଏବଂ ଦିନେଶ ଶର୍ମା ସମେତ ସାଧାରଣ ସମ୍ପାଦକ ଅନୁପ ଗୁପ୍ତାଙ୍କ ନାମ ଅଧ୍ୟକ୍ଷ ପଦ ଦୌଡ଼ରେ ରହିଛି, କିନ୍ତୁ ଜାତି ସମକରଣ ଅନୁଯାୟୀ ବିଦ୍ୟାସାଗର ଅଧ୍ୟକ୍ଷ ପଦରେ ଫିଟ୍‌ ହେଉଛନ୍ତି। ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଆଗାମୀ ଦିନରେ ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ପ୍ରମୁଖ ପୁରୋଧା ସାଜି ପାରନ୍ତି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳିତ ସମୁଦାୟ ଭାଜପାକୁ ଖୋଲାଖୋଲି ଭାବେ ସମର୍ଥନ ଦେଇଥିଲା। ସେହିଭଳି ଭାବେ ୨୦୨୪ରେ ଏହି ଭୋଟ ବ୍ୟାଙ୍କର ସମର୍ଥନ ବଜାୟ ରଖିବାକୁ ବିଜେପି ଏହି ଗୋଟି ଚଳାଇପାରେ। ତେବେ ଆସନ୍ତୁ ଜାଣିବା ଏହି ବିଦ୍ୟାସାଗର ସୋନକର କିଏ?

ଆର୍‌ଏସ୍‌ଏସ୍‌ର ସଦସ୍ୟ ରହିଥିବା ବିଦ୍ୟାସାଗର ୧୯୮୫ରେ ଭାଜପାର ବୁଥ୍‌ ଅଧ୍ୟକ୍ଷ ଏବଂ ୧୯୮୯ରେ କାଉନ୍‌ସିଲର ନିର୍ବାଚନରେ ଜିତି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେବେଠାରୁ ଏମ୍‌ଏଲ୍‌ସି ହେବା ପର୍ଯ୍ୟନ୍ତ ତାଙ୍କ ଇନିଂସରେ ଅନେକ ଉତ୍ଥାନ ପତନ ଆସିଛି। ଆରମ୍ଭରୁ ହିଁ ସେ ସଂଗଠନ ସହ ରହିଆସିଛନ୍ତି। ବୁଥ୍‌ କର୍ମଚାରୀଠାରୁ ଆରମ୍ଭ କରି ଅନେକ ପଦବୀରେ ସେ କାମ କରିଛନ୍ତି।

୧୯୬୧ ଜୁଲାଇ ୨୧ରେ ବିଦ୍ୟାସାଗରଙ୍କ ଜନ୍ମ। ପାଠପଢ଼ା ସମୟରେ ସେ ସଂଘ ସହ ଜଡ଼ିତ ହୋଇ ଭାଜପା ବୁଥ୍‌ ଅଧ୍ୟକ୍ଷ ହୋଇଥିଲେ। ପରେ ସେ ଜୋନପୁରରୁ କାଉନ୍‌ସିଲର ଏବଂ ୧୯୯୬ରେ ସୟଦପୁର ବିଧାନସଭା ଆସନରୁ ଭାଜପା ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ର ଲୋକ ସଭା ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସେ ହାର ମାନି ନ ଥିଲେ। ଦଳ ସହ ଯୋଡ଼ି ହୋଇ ରହିଥିଲେ। ୨୦୧୬ରେ ତାଙ୍କଚ ବିଧାନ ପରିଷଦ ସଦସ୍ୟ କରାଯାଇଥିଲା। ସେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ରହିଛନ୍ତି। ୨୦୨୨ ନିର୍ବାଚନରେ ସେ ଭାଜପା ପକ୍ଷରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିର୍ବାଚନ ପୂର୍ବରୁ ଲୋକମାନଙ୍କ ପାଖରେ ପହଞ୍ଚିବା ଲାଗି ୬ଟି ଯାତ୍ରା କରାଯାଇଥିଲା। ଏହାର ଦାୟିତ୍ୱ ବିଦ୍ୟାସାଗରଙ୍କ ଉପରେ ନ୍ୟସ୍ତ ଥିଲା। ଏବେ ତାଙ୍କର ଦଳିତ ଜାତି ଏବଂ ସାଂଗଠନିକ ଅନୁଭବକୁ ଦେଖି ଭାଜପା ତାଙ୍କୁ ଦଳର ନେତୃତ୍ୱ ଦେବା ନିଶ୍ଚିତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?