Posted inଜାତୀୟ

ସ୍ତ୍ରୀଙ୍କୁ ପିଟୁଥିଲେ ଡିଜି: ନ୍ୟାୟ ମାଗିଲେ ପୁଅ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଡିଜି ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟୁଥିବା ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏହି ଭିଡିଓଟି ସ୍ପେଶାଲ ଡିଜି ପରୁଷୋତ୍ତମ ଶର୍ମାଙ୍କ ବୋଲି ଜଣାପଡିଛି। ଭିଡିଓଟିକୁ ତାଙ୍କ ପୁଅ ରାଜ୍ୟ ଗୃହମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ପିତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୁଅ ଦାବି କରିଛନ୍ତିି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ବନ୍ଧୁଙ୍କ ସହ ପୁରୁଷୋତ୍ତମଙ୍କୁ ସ୍ତ୍ରୀ ଧରିଦେବାରୁ ଏଥିରେ ଉତ୍ତକ୍ଷିପ୍ତ ହୋଇ ଡିଜି ଏଭଳି ମାରପିଟ୍‌ କରିଥିବା ଜଣାପଡିଛି। ଶର୍ମା ସ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ଧମକ ଦେଇଥିଲେ। ଏହି ଘଟଣାଟି ଘରେ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ପୁଅ ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ସେ ଏହାର ଦୁଇଟି ଭିଡିଓ ଗୃହମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ପ୍ରଥମ ଭିଡିଓ ହେଉଛି ୭.୧୩ ମିନିଟର ହୋଇଥିବାବେଳେ ଦ୍ୱିତୀୟ ଭିଡିଓ ହେଉଛି ୪.୪୭ ମିନିଟର। ଅନ୍ୟପକ୍ଷରେ, ପୋଲିସ ଏହି ଘଟଣା ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ଅଧିକ ଖର୍ଚ୍ଚ: ସନ୍ନି ଦେଓଲ୍‌ଙ୍କ ସମସ୍ୟା ବଢ଼ିଲା

ଗୁରଦାସପୁର,୭।୭: ପଞ୍ଜାବ ଗୁରଦାସପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନିର୍ବାଚନରେ ସେ ଅଧିକ ଖର୍ଚ୍ଚ କରିଥିବା ଅଭିଯୋଗ...

ମାସ୍କ ପିନ୍ଧିବା ପାଇଁ ପୋଲିସ କଲା ଏମିତି ଅନୁରୋଧ, ଜାଣିଲେ କରିବେ ପ୍ରଶଂସା

ପୁଣେ,୩ା୯: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ...

ପଶ୍ଚିମବଙ୍ଗରେ ମଣିପୁର ହିଂସାକୁ ନେଇ ପାରିତ ହେଲା ନିନ୍ଦା ପ୍ରସ୍ତାବ

କୋଲକାତା,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣାକୁ ନେଇ ଦେଶ ସାରା ଉତ୍ତେଜନା ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ...

ଜବତ ୫୦ ଲକ୍ଷ ଟଙ୍କାର ମଦ ଧରି ଫେରାର୍‌ ହୋଇଗଲେ ଅଭିଯୁକ୍ତ

ପୁନେ, ୩।୧୦: ମହାରାଷ୍ଟ୍ରରେ ଅବକାରୀ ପୋଲିସ ଦ୍ୱାରା ଜବତ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଭର୍ତ୍ତି ଏକ କଣ୍ଟେନରକୁ ନେଇ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି।...

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ...

୨୯ ମିଡିଆ କର୍ମୀ କରୋନା ପଜିଟିଭ୍‌

ନଏଡା,୨୦ା୫: କରୋନା ଭୂତାଣୁ ଆତଙ୍କ ଲାଗିରହିଥିବା ବେଳେ ନଏଡାରେ ୩୧ ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୨୯ ଜଣ ଏକ ଘରୋଇ...

‘ମଙ୍କିପକ୍ସ’କୁ ନେଇ କେନ୍ଦ୍ରର ସତର୍କ, ବାହାର ଦେଶରୁ ଆସୁଥିଲେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୧୯।୭: ଦେଶରେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’ମାମଲା। କେରଳରେ ଦୁଇ ଜଣ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ...

ସ୍ମୃତି ମୋ-ତୁମ ମଧ୍ୟରେ ଏକ ନୂଆ ସେତୁ : ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ‘ମା’ ବିଭାଗ ଆରମ୍ଭ…

ନୂଆଦିଲ୍ଲୀ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମା ହୀରାବେନ ମୋଦିଙ୍କୁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ହିରବାଙ୍କୁ ଉତ୍ସର୍ଗୀକୃତ...

Advertisement
Archives

Model This Week