କେନ୍ଦ୍ରାପଡ଼ା ଏବେ କୁମ୍ଭୀରପଡ଼ା

କେନ୍ଦ୍ରାପଡ଼ା, ୩୦ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠର ଖଣ୍ଡମରା ରାସ୍ତାରେ ଏକ ବଉଳା କୁମ୍ଭୀର ବୁଲୁଥିବା ଭିଡିଓ ଭାଇରାଲ ହୋଇଥିଲା। ନିକଟସ୍ଥ ଦୋବନ୍ଧି ମାଛଘେରିରୁ ଗୁରୁବାର ଏକ କୁମ୍ଭୀର ଉଦ୍ଧାର ହୋଇଛି। ବନ ବିଭାଗ ଏହାକୁ ଉଦ୍ଧାର କରିଥିଲେ ମଧ୍ୟ ଜିଲାରେ କୁମ୍ଭୀର ଏବେ ଆତଙ୍କରେ ପରିଣତ ହୋଇଛି। ଜୁନ, ଜୁଲାଇ ମାସର ୪୫ ଦିନ ମଧ୍ୟରେ ଜିଲାର ୫ ଜଣଙ୍କୁ କୁମ୍ଭୀର ମାରି ସାରିଛି। ସେହିପରି ଗତ ୨ ମାସ ମଧ୍ୟରେ ୭ଟି ସ୍ଥାନରେ ଗୋବରୀ, ପାଇକା, ବ୍ରାହ୍ମଣୀ, କଣ୍ଠିଆ ଆଦି ନାଳ ଓ ନଦୀରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଛନ୍ତି। ଏହି କାରଣରୁ କେନ୍ଦ୍ରାପଡ଼ା ବଦଳରେ ଏହାକୁ କୁମ୍ଭୀରପଡ଼ା ଜିଲା ଭାବେ ନାମିତ କରାଯାଉ ବୋଲି ସାମାଜିକ ଗଣମାଧ୍ୟମରେ ଆଲୋଚନା ଜୋର ଧରିଛି। ଅପରପକ୍ଷରେ ଜଳବନ୍ଦୀ ଘେରରେ ଥିବା ଗ୍ରାମଗୁଡ଼ିକରେ ବିଭିନ୍ନ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ବର୍ଷା ଓ ବନ୍ୟା ଜଳରେ ନଷ୍ଟ ହୋଇଥିବା କଚ୍ଚା ଘରେ ଏମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜିଲାର ଉପାନ୍ତ ଅଞ୍ଚଳରେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ ବିଷରୁ ରକ୍ଷା ପାଇଁ ଇଞ୍ଜେକ୍‌ସନ ରଖିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ମହାକାଳପଡାର ହରେକୃଷ୍ଣ ପାତ୍ର କହିଛନ୍ତି, ଲଗାଣ ବର୍ଷା ଓ ବନ୍ୟାଜନିତ ପାଣି ଉପାନ୍ତ ଅଞ୍ଚଳବାସୀଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବ୍ୟାହତ କରିଛି। ପାନୀୟ ଜଳ, ଚାଷ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ସରୀସୃପ ଆତଙ୍କ ଖେଳିଯାଇଛି। ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ନିକଟସ୍ଥ ଭିତରକନିକା ଅଞ୍ଚଳରୁ ସରୀସୃପ ଗ୍ରାମ ମଧ୍ୟକୁ ପଶି ଆସୁଛନ୍ତି। ନଦୀ, ନାଳ, ପୋଖରୀ ଏପରି କି ଚାଷ ଜମିରେ ଏବେ କୁମ୍ଭୀର ଦେଖାଯାଉଛନ୍ତି। କିଛିଦିନ ପୂର୍ବେ ଜଉଦିଆଠାରେ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଅପରପକ୍ଷରେ ବର୍ଷା ଓ ବନ୍ୟା ପାଇଁ ବିଷଧର ସାପ ଗ୍ରାମ ମଧ୍ୟରେ ଦେଖାଯାଉଛନ୍ତି। ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ସାପ ଦେଖାଯିବା ସମସ୍ୟା ଗୁରୁତର ହୋଇଛି। ସର୍ପାଘାତରେ କେତେଜଣଙ୍କର ଜୀବନ ମଧ୍ୟ ଯାଇଥିବା ସେ ସୂଚନା ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁାର ରମେଶ ମଲ୍ଲିକ କହିଛନ୍ତି, ବିଭିନ୍ନ ନଦୀରେ ବନ୍ୟା, ବର୍ଷା ପାଇଁ କୁମ୍ଭୀର ଓ ସାପ ଦେଖାଯାଉଥିବାରୁ ଧୋୟାଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତ ୩ ମାସ ମଧ୍ୟରେ କୁମ୍ଭୀର ଟାଣି ନେଇଥିବାରୁ ୫ ଜଣଙ୍କର ଜୀବନ ଅକାଳରେ ଯାଇଛି। ଏବେ ସିଂହଗଁା ସମେତ ବଡ଼ ରାଉଳିଆ, ସାନ ରାଉଳିଆ ଆଦି ଗ୍ରାମର କଚ୍ଚା ଘରେ ବିଷଧର ସର୍ପ ଦେଖାଯାଉଛନ୍ତି। ବିଶେଷକରି ସନ୍ତସନ୍ତିଆ ଘରଗୁଡ଼ିକରେ ଏସବୁ ଦେଖା ଦେଉଥିବାରୁ ରାତିରେ ଯାତାୟାତ ବନ୍ଦ ସହ ପରିବାର ସଦସ୍ୟ ରାତି ଅନିଦ୍ରା ହେଉଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ପ୍ରତ୍ୟେକ ସିଏଚ୍‌ସିକୁ ସାପ କାମୁଡା ଇଞ୍ଜେକସନ ଯୋଗାଇ ଦିଆଯାଇଛି। ସର୍ପ ଆଘାତ କ୍ଷେତ୍ରରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସାପ କାମୁଡ଼ି ଥିବା ବ୍ୟକ୍ତିଙ୍କୁ ଆଶ୍ୱାସନା ଦିଅନ୍ତୁ। କାମୁଡ଼ି ଥିବା ସ୍ଥାନରେ ପିନ୍ଧିଥିବା ମୁଦି, ଘଣ୍ଟା, ବ୍ରତ, ପାଉଁଜି ଆଦି ଖୋଲି ଦେବା ଆବଶ୍ୟକ। ତୁରନ୍ତ ଡାକ୍ତରଖାନା ନେବା ଜରୁରୀ। ସେହିପରି ଏହି ସମୟରେ ଆଦୌ ଡରିବା ବା ବିଚଳିତ ହେବା ଉଚିତ ନୁହେଁ। ରୋଗୀକୁ ଚଲାବୁଲା ବା କାମ କରିବାକୁ ନ ଦେଇ ଟେକିଟେକି ନେବା ଦରକାର। କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା ବରଫ, ବିଦ୍ୟୁତ୍‌ ସକ୍‌ ଦିଅନ୍ତୁ ନାହିଁ। ଅଧିକାଂଶ ସମୟରେ ସାପ ବିଷ ଉପରକୁ ଚଢ଼ିଯିବା ଭୟରେ କ୍ଷତ ସ୍ଥାନକୁ ସୁତୁଲି, କତା ଦଉଡି, କଟା ରବର ଟ୍ୟୁବ, ଇଲେକ୍‌ଟ୍ରିକ ତାର ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାର କୌଣସି ଆବଶ୍ୟକତା ନାହିଁ। ବ୍ଲେଡ ଓ ଛୁରିରେ କ୍ଷତସ୍ଥାନକୁ କାଟନ୍ତୁ ନାହିଁ। ଏହି ସମୟରେ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ବ୍ୟବହାର ରୋଗୀର କ୍ଷତି ପହଞ୍ଚାଇ ପାରେ। ସବୁ ସାମୁଦ୍ରିକ ସାପ ବିଷଧର ବୋଲି ସେ ସଚେତନ କରାଇଛନ୍ତି। ସେହିପରି କୁମ୍ଭୀର ଆତଙ୍କ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ କୁମ୍ଭୀର ପ୍ରତି ସାବଧାନ ରହିବାକୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?