ବିଡିଓ ଅନୁପସ୍ଥିତ, ସମୀକ୍ଷା ବୈଠକ ବାତିଲ କଲେ ବିଜେଡି ବିଧାୟକ:ବଢିଲା ସନ୍ଦେହ

ରସୁଲପୁର,୫ା୭(ରଂଜିତ ରାଉତ):ଦୀର୍ଘଦିନର ଅପେକ୍ଷା ପରେ ଶୁକ୍ରବାର ପୂର୍ବାହ୍ନରେ ବରୀ ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ରସୁଲପୁର ବ୍ଲକକୁ ସମୀକ୍ଷା କରିବାକୁ ଆସି ଫେରିଯାଇଛନ୍ତି। ବିଡିଓ ଅବନିକାନ୍ତ ସାହୁ ରାତିଅଧିଆ ଛୁଟିରେ ରହିବାରୁ ବିଧାୟକ ସମୀକ୍ଷା ବୈଠକୁ ବାତିଲ କରିଦେଇଛନ୍ତି। ସମୀକ୍ଷା ବୈଠକ ସମ୍ପର୍କରେ ୬ଦିନ ପର୍ବୂରୁ ବିଡିଓଙ୍କୁ ଅବଗତ କରାଯାଇଥିଲା। ମାତ୍ର କାହାକୁ ନ ଜଣାଇ ବିଡିଓ ଛୁଟିରେ ଚାଲିଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ କରାଯାଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବିଧାୟକ ଦାବି କରିଛନ୍ତି। ସମୀକ୍ଷା ବୈଠକରେ ଯୋଗଦେବା ପୂର୍ବରୁ ବିଧାୟକ ବ୍ଲକ ପରିସରରେ ପହଞ୍ଚି ସେଠାରେ ଥିବା ବିଭିନ୍ନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ। ଏହି ସମୟରେ ବିଧାୟକଙ୍କ ସମର୍ଥକ ତଥା ବିଜେଡି ନେତାମାନେ ଜୟ ନବୀନ, ଜୟ ବିଜେଡି ସ୍ଲୋଗାନ ଦେଇଥିଲେ। ବ୍ଲକ ପରିସରରେ ଉପସ୍ଥିତ ଥିବା ଭାଜପା ସମର୍ଥକମାନେ ଜୟ ଶ୍ରୀରାମ ନାରାବାଜୀ କରିଥିଲେ। ଏହି ଭଳି ହୋହଲ୍ଲା ଭିତରେ ବ୍ଲକ କାର୍ଯ୍ୟାଳୟ ପରିସରରେ କମ୍ପି ଉଠିଥିଲା।
ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ବାଗତ ଓ ସମୀକ୍ଷା ବୈଠକରେ ଯାଜପୁର ଉପଜିଲାପାଳ ଅଂଶୁମାନ ଶତପଥୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବିଧାୟକ ମଲ୍ଲିକ ଯୋଗଦେଇ ବିଡିଓଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଡିଓଙ୍କ ବିନା ସମୀକ୍ଷା କରାଯାଇ ପାରିବନାହିଁ। ବିଡିଓଙ୍କ ସହ ଯୋଗାଯୋଗ କରି ଆଉ ଏକ ତାରିଖ ସ୍ଥିର କରାଯାଉ, ଉକ୍ତ ଦିନ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ। ତୁରନ୍ତ ବିଡିଓ ଛୁଟି ନେବା ପଛର ଅସଲ କାରଣ ସମ୍ପର୍କରେ ଜାଣିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଯାଜପୁର ଉପଜିଲାପାଳଙ୍କୁ କହିଥିଲେ। ବ୍ଲକର ପ୍ରଶାସନିକ ଅଧିକାରୀ ଓ ଅଧସ୍ତନ କର୍ମଚାରୀ ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବା ସହ ସୀମା ଉଲ୍ଲଂଘନ ନ କରିବାକୁ କହିଥିଲେ। ବ୍ଲକର ସମସ୍ତ ଜନ ପ୍ରତିନିଧି, ଜନସାଧାରଣମାନଙ୍କୁ ଗଣତାନ୍ତ୍ରିକ ଅଧିକାର ପ୍ରଦାନ ଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦେଉ ବୋଲି ସେ ଦାବି କରିଥିଲେ। ଏସବୁ ଦିଗରେ ବ୍ୟତୀକ୍ରମ ଘଟିଲେ ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ବିଧାୟକ ବକ୍ତବ୍ୟ ଛଳରେ ଚେତାବନୀ ଦେଇଥିଲେ। ବିଧାୟକଙ୍କ ବକ୍ତବ୍ୟରେ ଜନପ୍ରତିନିଧି ଓ ଦଳୀୟ ଛାମୁଆ କର୍ମୀ ଉତ୍ସାହିତ ହୋଇ ଉଠିଥିବା ଦେଖାଯାଇଥିଲା। ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ଅଧ୍ୟକ୍ଷ ଅରୁଣ ରାଉତ ଯୋଗଦେଇ ବ୍ଲକ ପ୍ରଶାସନ ଆଗକୁ ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ସହ ଖାପ୍‌ଖୁଆଇବା ସହ ଦଳମତ ନିର୍ବିଶେଷରେ କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।
ଯାଜପୁର ଉପଜିଲାପାଳ ଶତପଥୀ ବିଧାୟକଙ୍କ ଦାବିକୁ ସ୍ବୀକାର କରିବା ସହ ବିଡିଓ ତାଙ୍କର ପାରିବାରିକ କାରଣରୁ ଛୁଟିରେ ଯାଇଛନ୍ତି ବୋଲି ସଫେଇ ଦେଇଥିଲେ। ବିଡିଓ ଅଚାନକ ଛୁଟି ନେବା କାରଣକୁ ତଦନ୍ତ ପରିସରଭୂକ୍ତ କରାଯିବ। ଏ ଦିଗରେ କୌଣସି ଅନିୟମିତତା ହୋଇଥିବା ଜଣାପଡିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡ଼ା ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେମିତି ନ ଘଟିବ ସେଥିପ୍ରତି ଜିଲା ପ୍ରଶାସନ ଧ୍ୟାନ ଦେବ ବୋଲି ସେ ମତ ରଖିଥିଲେ। ଏବିଡିଓ ଦିବ୍ୟକାନ୍ତି ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୋନାଲି ଧଳ, ବିତ୍ତୀୟ ଅଧିକାରୀ ପ୍ରୀତିପିୟୁଷ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ବ୍ଲକ କର୍ମଚାରୀମାନେ ପରିଚୟ ପ୍ରଦାନ କରିଥିଲେ। ବିଧାୟକ ବୈଠକକୁ ଯୋଗଦେବାକୁ ଆସି କୁଆଖିଆଠାରେ ପହଞ୍ଚିଥିଲେ। ସେଠାରୁ କର୍ମୀମାନଙ୍କ ସହ ଏକ ପଦଯାତ୍ରାରେ ଆସି ବ୍ଲକ ପରିସରରେ ପହଞ୍ଚିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ବିଧାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ବ୍ଲକ୍‌ ଉପାଧ୍ୟକ୍ଷା ଜୟନ୍ତି ଦାଶ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri