Posted inଜାତୀୟ

Video: ଭୀଷଣ ବନ୍ୟାରେ ଝୁଲା ପୋଲ ପାର କରିବାକୁ ଚେଷ୍ଟା କଲେ ବ୍ୟକ୍ତି, ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨ା୬: ଅରୁଣାଚଳ ପ୍ରଦେଶର ଆଞ୍ଜାଓ ଜିଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ବନ୍ୟାଗ୍ରସ୍ତ ନଦୀକୁ ଏକ କ୍ଷତିଗ୍ରସ୍ତ ଝୁଲା ପୋଲ ଦେଇ ପାର କରିବାକୁ ଜୀବନକୁ ବାଜି ଲଗାଇଥିବାର ଦେଖାଯାଇଛି।

କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଏକ୍ସରେ ସେୟାର କରାଯାଇଥିବା ୪୫ ସେକେଣ୍ଡର ଏହି ଭିଡିଓରେ, ବ୍ୟକ୍ତିଜଣକ ଭାଙ୍ଗିରୁଜା ପୋଲର ଉପର ଦଉଡ଼ିରେ ଝୁଲୁଥିବାର ଦେଖାଯାଇଛି। ତଳେ ବନ୍ୟାଜଳ ପ୍ରଚଣ୍ଡ ବେଗରେ ପ୍ରବାହିତ ହେଉଛି। ବ୍ୟକ୍ତିଜଣକ କୌଣସି ସୁରକ୍ଷା ଉପକରଣ ବିନା ନଦୀ ପାର କରିବାକୁ ଚେଷ୍ଟା କରୁଛନ୍ତି।

“ଅରୁଣାଚଳ ପ୍ରଦେଶରେ ବିଶ୍ୱରେ ସବୁଠାରୁ ଅଧିକ ମୌସୁମୀ ବର୍ଷା ହୋଇଥାଏ। ଅରୁଣାଚଳ ପ୍ରଦେଶର ଆଞ୍ଜାଓ ଜିଲାରେ, ଭାରତ, ଚାଇନା ଓ ମ୍ୟାନମାର ସୀମାବର୍ତ୍ତୀ ତ୍ରିକୋଣରେ ଏକ ପାରମ୍ପରିକ ଝୁଲା ପୋଲ ପାର କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ମୋ ପାଖରେ ପହଞ୍ଚିଛି। ଦୟାକରି ସାବଧାନ ଓ ସୁରକ୍ଷିତ ରୁହନ୍ତୁ। ସରକାର ଆବଶ୍ୟକୀୟ ସହାୟତା ପ୍ରଦାନ କରିବ,” ରିଜିଜୁ ଭିଡିଓ ସହିତ ଲେଖିଛନ୍ତି।

ପଶ୍ଚିମ ଅରୁଣାଚଳ ପ୍ରଦେଶ ଲୋକସଭା ଆସନର ସାଂସଦ ରିଜିଜୁ ଏକ ଅଲଗା ପୋଷ୍ଟରେ ସୂଚନା ଦେଇଛନ୍ତି ଯେ ଭାରତୀୟ ବାୟୁସେନା କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ଏନଡିଆରଏଫ ଏବଂ ରାଜ୍ୟ ସରକାରୀ ବାହିନୀଙ୍କ ସହ ମିଳିତ ଭାବେ ଉତ୍ତର-ପୂର୍ବାଞ୍ଚଳରେ ମାନବୀୟ ସହାୟତା ଓ ବିପର୍ଯ୍ୟୟ ଉଦ୍ଧାର ମିଶନ ଆରମ୍ଭ କରିଛି।

ମୌସୁମୀ ଆରମ୍ଭ ହେବା ସହିତ ଅରୁଣାଚଳ ପ୍ରଦେଶରେ ପ୍ରଚୁର ବର୍ଷା ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜନିତ ଘଟଣା ଓ ମାଟିସ୍ଖଳନରେ ମେ ୩୦ ତାରିଖ ପରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି।

ପୂର୍ବ କାମେଙ୍ଗରେ, ଦୁଇ ପରିବାରର ସଦସ୍ୟଙ୍କୁ ନେଇ ଯାଉଥିବା ଏକ ଗାଡ଼ି ବାନା-ସେପା ରାସ୍ତାରେ ଜାତୀୟ ରାଜପଥ-୧୩ ଉପରେ ଏକ ବିରାଟ ମାଟିସ୍ଖଳନରେ ଭାସି ଯାଇଥିଲା, ଯେଉଁଥିରେ ଦୁଇ ମହିଳା ଓ ଦୁଇ ଶିଶୁ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅରୁଣାଚଳ ପ୍ରଦେଶ ସରକାର, ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ନେତୃତ୍ୱରେ, ରାଜ୍ୟରେ ମାଟିସ୍ଖଳନ ଜନିତ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଜଣେ ପିଛା ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ରବିବାର ଆସାମ, ଅରୁଣାଚଳ ପ୍ରଦେଶ, ସିକ୍କିମର ମୁଖ୍ୟମନ୍ତ୍ରୀ ଏବଂ ମଣିପୁରର ରାଜ୍ୟପାଳଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେ ସେମାନଙ୍କୁ “ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ” ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?