ରେଳ ଷ୍ଟେଶନ ନାମ ପରିବର୍ତ୍ତନ ନେଇ ବିଜୟ ଉତ୍ସବ

ବାଲିଚନ୍ଦ୍ରପୁର,୧୭ା୯(ଗିରିଜା ପ୍ରସାଦ ସାହୁ) ପୂର୍ବତଟ ରେଳ ଡ଼ିଭିଜନର ହରିଦାସପୁର-ପାରାଦୀପ ଫାଟକ ବିହିନ ରେଳପଥରେ ଥିବା ୩ନଂ. ଷ୍ଟେଶନର ନାମ ରତ୍ନଗିରି ରୋଡ଼ ଦିଆଯାଇଥିଲା। ଏହାକୁ ଆପତ୍ତି ଉଠାଇ ଉଦୟଗିରି ବୁଦ୍ଧ ମହୋସତ୍ବ ସମିତି ପକ୍ଷରୁ ନାମ ସଂଶୋଧନ କରିବା ପାଇଁ ସମିତିର ଉପଦେଷ୍ଠା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ଆବାହକ ମହେଶ୍ୱର ବଳ ଉଦ୍ୟମ ଆରମ୍ଭ କରିଥିଲେ। ଏଥିରେ ମହୋସତ୍ବ ସମିତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏପରି କି ଆନ୍ଦୋଳାମତ୍କ ପନ୍ଥା ଜରିଆରେ ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ସମିତି ବଡ଼ଚଣା, ବିଧାୟକ ବଡ଼ଚଣା, ଜିଲାପାଳ ଯାଜପୁର ଓ ରେଳ ବିଭାଗର ଅଧିକାରୀମାନଙ୍କ ସହଯୋଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଷ୍ଟେଶନର ନାମ ପରିବର୍ତ୍ତନ କରିଛନ୍ତି। ଏବେ ଏହି ଷ୍ଟେଶନର ନାମ ଉଦୟଗିରି-ରତ୍ନଗିରି ରୋଡ଼ରେ ନାମିତ ହେବା ସହ ରେଲୱେ ବିଭାଗର ସପ୍ଟୱୟାର ଓ ଗୁଗୁଲ୍‌ ମ୍ୟାପ୍‌ରେ ତାହା ସ୍ଥାନ ପାଇଛି। ଏବେ ଏହି ଷ୍ଟେଶନରେ ନୂଆ ଫଳକ ଉଦୟଗିରି-ରତ୍ନଗିରି ରୋଡ଼ ନାମରେ ଲାଗିବା ପ୍ରକ୍ରିୟା ଶେଷ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଉଦୟଗିରି ବୁଦ୍ଧ ମହୋସତ୍ବ ସମିତି ପକ୍ଷରୁ ଅଞ୍ଚଳବାସୀଙ୍କୁ ନେଇ ଉକ୍ତ ରେଳ ପ୍ଲାଟଫର୍ମ ଉପରେ ବିଜୟ ଉସତ୍ବ ପାଳନ କରାଯାଇଛି। ଉପସ୍ଥିତ ଜନସାଧାରଣଙ୍କ ପକ୍ଷରୁ ଆତସବାଜି ଫୁଟାଇବା ସହ ପରସ୍ପର ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶିକ୍ଷାବିତ୍‌ ଉମାକାନ୍ତ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆବାହକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବିବରଣୀ ପ୍ରଦାନ କରି ରାଜ୍ୟ ସରକାରଙ୍କ ପ୍ରସ୍ତାବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୁପାରିସ, କେନ୍ଦ୍ର ଗୃହମନ୍ତ୍ରଣାଳୟର ବିଜ୍ଞପ୍ତି ଓ ଓଡ଼ିଶା ସରକାରଙ୍କ ଗେଜେଟ ପର୍ଯ୍ୟନ୍ତ ସମସ୍ତ ନଥିପତ୍ର ଏକ ପୁସ୍ତିକାରେ ଉପସ୍ଥାପିତ କରିଥିଲେ। ଯାହାକୁ ରେଳ ବିଭାଗର ଇଣ୍ଟେଲିଜେନ୍ସ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ। ଉକ୍ତ ପୁସ୍ତିକାକୁ ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ପାଠାଗାରାରେ ରଖାଯିବ ବୋଲି ବଳ ପ୍ରକାଶ କରିଥିଲେ। ଏହି ରେଳପଥରେ ଆଗକୁ ଯେଉଁ ଯାତ୍ରୀବାହୀ ଟ୍ରେନ ଚାଲିବ ତାହାର ନାମ ଉଦୟଗିରି ଏକ୍ସପ୍ରେସ ରଖିବା ପାଇଁ ମହୋସତ୍ବ ସମିତି ଦାବି କରିବ ବୋଲି ଘୋଷଣା କରାଯାଇଥିଲା। ଶିକ୍ଷାବିିତ୍‌ କିଶୋର ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ରାୟ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri