ବିଜୟଧାରା ବଦଳାଇପାରେ ଶ୍ରମିକ ଅଶାନ୍ତ

ଯାଜପୁର ଅଫିସ/କଳିଙ୍ଗନଗର, ୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନ। ଏଠାରେ ୨୦୧୯ରେ ୭୯.୩୮%, ୨୦୧୪ରେ ୮୪.୩୫%, ୨୦୦୯ରେ ୭୬.୪୪% ଓ ୨୦୦୪ ସାଧାରଣ ନିର୍ବାଚନରେ ୭୬.୩୯% ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ କମ୍‌ ଭୋଟ ବ୍ୟବଧାନରେ ହାରଜିତ୍‌ ହୋଇଆସୁଛି। ବିଜେଡି ସବୁଥର ବାଜିମାରି ନେଉଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ସୁକିନ୍ଦା ନିର୍ବାଚନମଣ୍ଡଳୀର ସମସ୍ତ ୬ ଜିଲା ପରିଷଦ ଜୋନ୍‌କୁ ବିଜେଡି ଅକ୍ତିଆର କରିଥିଲା। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଯଦି ଅଧିକ ସଂଖ୍ୟାରେ ମତଦାନ ହୁଏ, ତା’ହେଲେ ବିଜୟଧାରା ବଦଳିପାରେ। ଏହାର କାରଣ ସ୍ଥାନୀୟ ଅଞ୍ଚଳରେ ବିକାଶ ନ ହେବା ଏବଂ ଶ୍ରମିକ ଛଟେଇକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ବୋଲି କୁହାଯାଉଛି। ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ଏହାକୁ ନିର୍ବାଚନ ପ୍ରସଙ୍ଗ କରି ଜୋରଦାର ଅଭିଯାନ ଚଳାଇଛନ୍ତି।
ସୁକିନ୍ଦା ବିଧାୟକ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ଦଳର ସୁନ୍ଦରଗଡ଼ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିବାରୁ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କର ପ୍ରାୟତଃ ଦେଖା ମିଳୁନାହିଁ। ତାଙ୍କ ସ୍ଥାନରେ ପୁରୁଖା ବିଜେଡି ନେତା ପ୍ରଫୁଲ ଘଡ଼େଇ ନିର୍ବାଚନ ପରିଚାଳନା କରୁଛନ୍ତି। ହେଲେ ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକ ଛଟେଇ ସହ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଅସନ୍ତୁଷ୍ଟ ହେବା ସହ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଏହା ବିଜେଡି ପାଇଁ କ୍ଷତି ନୁହେଁ ବୋଲି କୁହଯାଇ ନ ପାରେ। କାରଣ ସବୁ ଅସନ୍ତୁଷ୍ଟ ଯେ ଭୋଟ ବର୍ଜନ କରିବେ ତାହା କହିହେବ ନାହିଁ। ତେଣୁ ଶ୍ରମିକ ଅଶାନ୍ତି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ମତପ୍ରକାଶ ପାଇଛି। ଗତ ସାଧାରଣ ନିର୍ବାଚନ(୨୦୧୯) ପୂର୍ବରୁ କାଳିଆପାଣି ଓଏମ୍‌ସି ପାର୍କରେ ଆୟୋଜିତ ଏକ ବୈଠକରେ ଜଣେ ଶ୍ରମିକ ନେତା ବିଜେଡିକୁ ଭୋଟ ନ ଦେଲେ ନିଯୁକ୍ତିରୁ ଛଟେଇ ବୋଲି ଚେତାବନୀ ଦେଇଥିଲେ, ଯାହାର ପ୍ରଭାବ ସେତେବେଳେ ଭାଜପା ସପକ୍ଷରେ ଯାଇଥିଲା। ଏଠାରେ ପ୍ରଥମ କରି ଭାଜପା ଦ୍ୱିତୀୟ ଦଳ ଭାବେ ବିଜେଡିକୁ ଟକ୍କର ଦେଇଥିଲା। ଭାଜପା ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ମାତ୍ର ୧୬,୭୨୪ ଭୋଟ ବ୍ୟବଧାନରେ ବିଜେଡିର ପ୍ରୀତିରଞ୍ଜନ ଘଡ଼େଇଙ୍କଠାରୁ ହାରିଥିଲେ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ବିଜେଡିର ନିର୍ବାଚନ ଭାର ସମ୍ଭାଳିଥିବା ପ୍ରଫୁଲ୍ଲ ଘଡ଼େଇ ପୂର୍ବରୁ ୪ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ। ତଥାପି ନଗଡ଼ା ଭଳି ଚିତ୍ର ସାରା ବିଶ୍ୱରେ ବଦନାମ ଆଣିଥିଲା। ଏବେ ବି ଏକାଧିକ ଗ୍ରାମକୁ ସୁଦୃଢ଼ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାରେ ବିପୁଳ ହରିଲୁଟ ହୋଇଥିବା ନେଇ ଲୋକାୟୁକ୍ତ ଓ କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ଏହାସହ ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଧୂଆଁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ଅଛନ୍ତି। କିଡ୍‌ନୀ ରୋଗରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏହିସବୁ କାରଣରୁ ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଶାଳିଜଙ୍ଗା ପଞ୍ଚାୟତ ୮ ନମ୍ବର ୱାର୍ଡ ବେଣାପାଟିଆ ଗ୍ରାମବାସୀ ଏବଂ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନାତୋର ଗ୍ରାମର ଲୋକେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ଶାସକ ଦଳ ବିରୋଧରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ସମସ୍ୟା ଦୀର୍ଘଦିନର ହୋଇଥିଲାବେଳେ ବିରୋଧୀ ଦଳଗୁଡ଼ିକ ପ୍ରାୟତଃ ନିର୍ବାଚନ ସମୟରେ ସକ୍ରିୟ ରହୁଥିବାରୁ ସେମାନେ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହାନ୍ତି। ଫଳରେ ବିଜେଡି ୩୦ ବର୍ଷ ହେଲା ନିର୍ବାଚନରେ ସଫଳ ହୋଇଆସୁଛି। ଏହି ଧାରା ଚଳିତ ପଞ୍ଚାୟତ ନିର୍ବାଚନରେ ବଦଳୁଛି କି ନାହିଁ ତାହା ଭୋଟଗଣତି ପରେ ସ୍ପଷ୍ଟ ହୋଇଯିବ।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର ସୁକାନ୍ତ ନାଏକ କୁହନ୍ତି, ବିଜେଡି ନେତୃବୃନ୍ଦ ଏଠାରେ ଦୀର୍ଘଦିନ ଧରି ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀ ପଦରେ ଅଳଙ୍କୃତ ହୋଇଛନ୍ତି। କିନ୍ତୁ ଆଜି ବି ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା, ସ୍ବଚ୍ଛ ପାନୀୟ ଜଳ ଆଦି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଲୋକେ ଚୁଆପାଣି ପିଉଛନ୍ତି। ଲୋକେ ଏଥର ଉଚିତ ଜବାବ ଦେବେ ବୋଲି ଆଲୋଚନା ହେଉଥିବା ନାଏକ କହିଛନ୍ତି। ଯଖପୁରା ଅଞ୍ଚଳର ସାମାଜିକ କର୍ମୀ ଅକ୍ଷୟ ଧଳ କୁହନ୍ତି, ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ଓ କାରଖାନା ଭରପୂର ରହିଛି। କିନ୍ତୁ ସ୍ଥାନୀୟ ନିଯୁକ୍ତି ଗୌଣ ଥିବାରୁ ଆଜି ବି ଲୋକେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। କେତେକ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ସହଯୋଗରେ ଖଣି ଓ ଶିଳ୍ପରେ ବାହାର ରାଜ୍ୟର ଲୋକଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବାବେଳେ ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର କୁହନ୍ତି, ଜିଲାର ସମସ୍ତ ୩୯ଟି ଜୋନ୍‌ରେ ବିଜେଡି ବିଜୟୀ ହେବ। ଏଥିରେ କୌଣସି ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?