Posted inଖେଳ

ରେସିଂ ପଏଣ୍ଟ ସହ ଚୁକ୍ତି କଲେ ଭେଟେଲ

ଲଣ୍ଡନ, ୧୧ା୯ (ଏପି)-ଚାରିଥର ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ରେସିଂ ପଏଣ୍ଟ ଟିମ୍‌ ସହ ଚୁକ୍ତି କରିଛନ୍ତି। ଟିମ୍‌ର ନାମ କିନ୍ତୁ ନିକଟରେ ବଦଳିଯିବ। ଏହା ଆଷ୍ଟନ ମାର୍ଟିନ ଭାବେ ପରିଚିତ ହେବ। ସର୍ଗିଓ ପେରେଜ ଟିମ୍‌ ଛାଡ଼ି ଚାଲିଯିବା ଲାଗି ନିଷ୍ପତ୍ତି ନେବାର ଦିନକ ପରେ ରେସିଂ ପଏଣ୍ଟ ତରଫରୁ ଏହି ଘୋଷଣା କରାଯାଇଛି। ଭେଟେଲ ୨୦୨୧ ସିଜନ ପାଇଁ ରେସ୍‌ କରିବେ ବୋଲି ଟିମ୍‌ ତରଫରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏହି ଫୁର୍ମଲା ଓ୍ବାନ୍‌ ଡ୍ରାଇଭରଙ୍କ ସହ କେତେବର୍ଷ ପାଇଁ ଚୁକ୍ତି କରାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ଭେଟେଲ ହେଉଛନ୍ତି ଫର୍ମୁଲା ଓ୍ବାନର ଅନ୍ୟତମ ସଫଳତମ ଡ୍ରାଇଭର। ଚୁକ୍ତି ପାଇଁ ନବୀକରଣ ପାଇଁ ଅଫର ନ ମିଳିବାରୁ ଚଳିତ ସିଜନ ଶେଷରେ ସେ ଫେରାରି ଛାଡ଼ିବା ନିଶ୍ଚିତ ହୋଇଯାଇଥିଲା। ତାଙ୍କ ସ୍ଥାନରେ ଫେରାରି ତରଫରୁ ଆସନ୍ତାବର୍ଷ ମ୍ୟାକଲରେନ ଡ୍ରାଇଭର କାର୍ଲୋସ ସେଞ୍ଜ୍‌ ରେସ୍‌ରେ ଭାଗ ନେବେ। ା ଭେଟେଲ ତାଙ୍କ କ୍ୟାରିୟରରେ ୫୩ ଗ୍ରାଁ ପ୍ରି ରେସ୍‌ ଜିତିସାରିଛନ୍ତି। ତାଙ୍କଠାରୁ ଅଧିକ ରେସ୍‌ ଜିତିଥିବା ଦୁଇ ଜଣ ଡ୍ରାଇଭର ହେଲେ ମାଇକେଲ ସୁମାକର ଓ ଲୁଇସ୍‌ ହାମିଲଟନ। ୨୦୧୦ରୁ ୧୩ ପର୍ଯ୍ୟନ୍ତ ରେଡ୍‌ ବୁଲ୍‌ ତରଫରୁ କ୍ରମାଗତ ୪ଥର ଟାଇଟଲ ବିଜୟୀ ହୋଇଥିଲେ॥ ସେ ଅନ୍ୟ ଏକ ବିଜୟ ଲକ୍ଷ୍ୟରେ ୨୦୧୫ରେ ଫେରାରିରେ ଯୋଗ ଦେଇଥିଲେ। କିନ୍ତୁ ସେ ସ୍କଡେରିଆ କାର୍‌ରେ ମର୍ସିଢିଜ୍‌କୁ ଚ୍ୟାଲେଞ୍ଜ ଦେଇ ପାରି ନ ଥିଲେ। ତାଙ୍କୁ ନମ୍ବର ଓ୍ବାନ୍‌ ଷ୍ଟାଟସ ହରାଇବାକୁ ପଡ଼ିଥିବାବେଳେ ଟିମ୍‌ମେଟ୍‌ ଚାଲର୍‌ସ ଲେକ୍‌ରେକ୍‌ଙ୍କ ପ୍ରଦର୍ଶନ ତାଙ୍କ ତୁଳନାରେ ଅଧିକ ପ୍ରଭାବୀ ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୦ ଟୋକିଓ ଅଲିମ୍ପିକ୍ସ : ଏଫଆଇଏଚ୍‌ ମେଡିକାଲ ଅଫିସର ପ୍ୟାନେଲରେ ଓଡ଼ିଶାର ବିଭୂ

ଭୁବନେଶ୍ୱର, ୧୨।୯(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ଜାପାନର ଟୋକିଓଠାରେ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ଜିମ୍ବାଓ୍ବେ ବ୍ୟାନ୍‌: ଅକ୍ଟୋବର ପରେ ବିସିସିଆଇ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଜିମ୍ବାଓ୍ବେକୁ ଆଇସିସି ବାସନ୍ଦ କରିବା ପରେ ଆସନ୍ତା ଜାନୁୟାରୀରେ ଖେଳାଯିବାକୁ ଥିବା ଭାରତ- ଜିମ୍ବାଓ୍ବେ ସୀମିତ ଓଭର ସିରିଜ ନେଇ ଆଶଙ୍କା ପ୍ରକାଶ ପାଇଛି।...

ଫିଫା ବିଶ୍ୱକପ୍‌: ଭାରତୀୟ ଦର୍ଶକ ନେଇ କାତାରର ଆଶା

ମୁମ୍ବାଇ, ୨୨ା୪ (ପି.ଟି.)-କାତାର ୨୦୨୨ ଫିଫା ବିଶ୍ୱକପ୍‌ର ଆୟୋଜକ ହୋଇଛି। ସୌଦି ଆରବ ନେତୃତ୍ୱରେ କେତେକ ଦେଶ ଏହି ଦେଶକୁ ଅର୍ଥନୈତିକ ବାସନ୍ଦ କରିଥିଲେ ହେଁ...

କିମ୍ବଦନ୍ତୀ ସ୍ପିନର ଅବ୍‌ଦୁଲ କାଦିରଙ୍କ ଦେହାନ୍ତ

କରାଚୀ/ନୂଆଦିଲ୍ଲୀ, ୭ା୯ (ପି.ଟି.)-ପାକିସ୍ତାନର ପୂର୍ବତନ ମହାନ ସ୍ପିନର ଅବ୍‌୍‌ଦୁଲ କାଦିରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ତାଙ୍କର ୪ ପୁଅ ଏବଂ...

୧୧୩ ବଲରେ ୩୧୬ ରନ୍‌ ସଂଗ୍ରହ କଲେ ଏହି କ୍ରିକେଟର୍‌

ଲଣ୍ଡନ, ୨୨।୮: ୧୧୩ ବଲ୍‌ରେ ୩୧୬ ରନ ସଂଗ୍ରହ କରିବା ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଇଂଲଣ୍ଡ ଜଣେ କ୍ଲବ କ୍ରିକେଟର୍‌ ଏଭଳି ଏକ...

୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି: ଜୟସ୍ବାଲଙ୍କ ଶତକ: ଭାରତ ଏ’ ବିଜୟୀ

ହାଇଦ୍ରାବାଦ,୧୬।୧୧(ପି.ଟି.)- ଓପନର ଯଶସ୍ବୀ ଜୟସୁଆଲଙ୍କ ଦମ୍‌ଦାର ଶତକ ସହାୟତାରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ଭାରତ ଏ’ ୭ ଉଇକେଟରେ ଭାରତ...

ଧୋନୀଙ୍କ ନାଁରେ ଚାଲିଛି ରେଷ୍ଟୁରାଣ୍ଟ: ପ୍ରଶଂସକଙ୍କୁ ମିଳୁଛି ମାଗଣା ଖାଦ୍ୟ

କୋଲକାତା, ୧୩।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଲୋକପ୍ରିୟତା ରହିଛି।...

ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା...

Coronavirus Update

Archives

Model This Week

Why Dharitri