ଅଭିନେତା ନାରାୟଣ ପତିଙ୍କ ପରଲୋକ

ଭୁବନେଶ୍ୱର, ୨୫ା୬ (ସୌମ୍ୟରଞ୍ଜନ ରାଉତ): ସିନେ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି(୭୨)ଙ୍କ ବୁଧବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ କଳାକାର ଚୟନ ଚାଲିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ। ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ବୁଧବାର ତାଙ୍କର ପରଲୋକ ହୋଇଯାଇଛି। ସନ୍ଧ୍ୟାରେ ନାରାୟଣଙ୍କ ପାର୍ଥତ୍ବ ଶରୀରକୁ ଯାଜପୁରସ୍ଥିତ ପୈତୃକ ଗଁା ପ୍ରୀତିପୁରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ପତି ୧୯୭୧ରୁ ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା। ୧୯୭୯ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସମର ସଲିମ ସାଇମନ’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ୧୯୯୪ରେ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ ଏବଂ ‘ବାଟ ଅବାଟ’ ଭଳି ସିନେମାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏଥିସହିତ ସେ ହିନ୍ଦୀ ସିନେମା ‘ଦୟାବାନ୍‌’ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ବୋଉର ହାତ ବାକ୍ସ’।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri